୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ପୁରୀ ଅର୍ପଣ ଚାଉଳ

ପୁରୀ: ପରିକ୍ରମା ପ୍ରକଳ୍ପ ବେଳେ ସଂଗ୍ରହ କରାଯାଇଥିବା ଅର୍ପଣ ଚାଉଳର ନିଲାମ ହୋଇଛି । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ଅର୍ପଣ ଚାଉଳ ନିଲାମ ହେଲା । ଅର୍ପଣ ଚାଉଳ ନିଲାମ ହୋଇଥିବା ନେଇ ଶୁକ୍ରବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହୋଇଛି। ଯାହାର ମୂଲ୍ୟ ୨ କୋଟି ୮୬ ଲକ୍ଷ ଟଙ୍କା ।ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିବାକୁ ନିକଟରେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ପୂର୍ବ ସରକାର ରାଜ୍ୟବାସୀଙ୍କ ଠାରୁ ଏହି ଚାଉଳ ସଂଗ୍ରହ କରିଥିଲେ।
ମୋଟ ୧୪ହଜାର କ୍ବିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିବା ବେଳେ ଏଥିରୁ ୪ହଜାର କ୍ବିଣ୍ଟାଲ ଚାଉଳ ବ୍ୟବହାର ହୋଇଥିଲା । ବାକି ୧୦ହଜାର କ୍ବିଣ୍ଟାଲ ଚାଉଳ ନଷ୍ଟ ହେବାକୁ ବସିଥିଲା । ଶେଷରେ ଟେଣ୍ଡର ମାଧ୍ୟମରେ ଏହି ଚାଉଳ ସବୁକୁ ନିଲାମ କରାଯାଇଛି ।