ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ‘ଚା’

ଭୁବନେଶ୍ବର; ସଡକ ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗର ନିଆର ପ୍ରୟାସ ।ରାତି ଅଧରେ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ‘ଚା’ । କାରଣ ରାତି ଅଧରେ ଗାଡି ଚଳାଉ ଥିବା ଡ୍ରାଇଭରଙ୍କ ନିଦ ଭାଙ୍ଗିବା ପାଇଁ ଏହି ଅଭିନବ ପ୍ରୟାସ କରିଛି ପରିବହନ ବିଭାଗ । ତେବେ ରାସ୍ତା କଡରେ ରହିଥିବା ଢାବା ଓ ହୋଟେଲ ଡ୍ରାଇଭରଙ୍କୁ ଦେବେ ମାଗଣାରେ ‘ଚା’ । ଏହି ଚା ର ପଇସା ରାଜ୍ୟ ସରକାର ଦେବେ ବୋଲି ସ୍ଥିର କରିଛନ୍ତି । ତେବେ ‘ଚା’ ପିଇବା ସହିତ ସେହି ଗାଡ଼ି ଚାଳକ ଯଦି ଚାହିଁବେ ସେହି ଢାବାରେ ବିଶ୍ରାମ ମଧ୍ୟ ନେଇ ପାରିବେ । ପ୍ରତି ଜିଲ୍ଲରେ ଢାବା ଓ ଦୋକାନ ଚିହ୍ନଟ କରାଯିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *