ରଜ ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି

ଭୁବନେଶ୍ବର:ରାଜ୍ୟ ସରକାର ଆଜି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୧.୧.୨୦୨୩ରୁ ପିଛିଲା ଭାବରେ ଲାଗୁ କରାଯାଇଛି। ସେହିପରି ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀଙ୍କ ଟି.ଆଇରେ ମଧ୍ୟ ୪% ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ସାଢ଼େ ତିନି ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବେ। ରାଜ୍ୟ ସରକାର ଗତ ନୂଆ ବର୍ଷ ଅବସରରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି କରିଥିଲେ। ଏସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦିତ କରିଥିଲେ।

Leave a Reply

Your email address will not be published. Required fields are marked *