ରାଜ୍ୟରେ ପାଳିତ ହେଉଛି ଇଦ୍
ଭୁବନେଶ୍ୱର: ଆଜି ମୁସଲମାନଙ୍କ ବଡ଼ ପର୍ବ ଇଦ୍। ଏହି ଉପଲକ୍ଷେ ଆଜି ରାଜ୍ୟର ସବୁ ମସଜିଦ ଓ ଦର୍ଗା ମୈଦାନ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ମୁସଲିମ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଲଗାଇ ଥିବା ଦେଖିବାକୁ ମିଳିଛି। ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇ ଏକ ଖୁସିର ପରିବେଶ ଚାରିଆଡେ ସୃଷ୍ଟି ହୋଇଛି। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମୁଛି।
ଆଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ । ଇସଲାମ ଧର୍ମାବଲମ୍ବୀମାନେ ଏହି ପର୍ବରେ ଭଗବାନ ଆଲ୍ଲାଙ୍କ ପାଖରେ ନମାଜ ପାଠ କରିବା ସହିତ ଭୋଜି-ଭାତ ଓ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି । ଏହାଛଡ଼ା ନୂଆ ପୋଷାକ ପରିଧାନ କରିବା ସହ ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି। ଏଇ ଦିନରେ ବିଶେଷକରି ପାରିବାରିକ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି ।