ଗିଲଙ୍କ ଖରାପ ପ୍ରଦର୍ଶନ ଜାରି , ଟିମ୍ ଇଣ୍ଡିଆରୁ ବାଦ୍ ପଡିବା ସୁନିଶ୍ଚିତ
ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କ ଖରାପ ଫର୍ମ ଅବ୍ୟାହତ ରହିଛି । ସେ ଇଂଲଣ୍ଡ ବିପକ୍ଷରେ ବିଶାଖାପାଟନମ୍ ଟେଷ୍ଟର ପ୍ରଥମ ଇନିଂସରେ ୩୪ ରନ୍ କରି ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଛନ୍ତି । ବାସ୍ତବରେ ପରିସଂଖ୍ୟାନ ଦର୍ଶାଉଛି ଯେ, ଶୁବମାନ ଗିଲ ଟେଷ୍ଟ ଫର୍ମାଟରେ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି। ଏହାପୂର୍ବରୁ ହାଇଦ୍ରାବାଦ ଟେଷ୍ଟରେ ଶୁଭମନ ଗିଲ ତାଙ୍କ ବ୍ୟାଟିଂକୁ ନେଇ ନିରାଶ ହୋଇଥିଲେ। ବର୍ତ୍ତମାନ ସମାଲୋଚକମାନେ ବିଶ୍ୱାସ କରୁଛନ୍ତି ଯେ ଶୁବମାନ ଗିଲ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିପାରନ୍ତି। କାରଣ ହାଇଦ୍ରାବାଦ ଟେଷ୍ଟର ପ୍ରଥମ ଇନିଂସରେ ୨୩ ରନ୍ ସ୍କୋର କରିବା ପରେ ଶୁଭମାନ ଗିଲ ପାଭିଲିୟନକୁ ଫେରିଥିଲେ। ସେହିପରି ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ କୌଣସି ରନ୍ ସ୍କୋର ନକରି ପାଭିଲିୟନକୁ ଫେରିଥିଲେ । ତେବେ ଯଦି ପରିସଂଖ୍ୟାନ ଦେଖାଯାଏ ଟେଷ୍ଟ ଅପକ୍ଷା ଦିନିକିଆ ଏବଂ ଟି – ୨୦ ଫର୍ମାଟରେ ଶୁଭମନଙ୍କ ରେକର୍ଡ ଅତ୍ୟନ୍ତ ଭଲ ରହିଛି । ଗିଲ ଭାରତ ପାଇଁ ଏପର୍ଯ୍ୟନ୍ତ ୨୨ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ଏହି ଯୁବ ବ୍ୟାଟ୍ସମ୍ୟାନ୍ ହାରାହାରି ୨୯.୬୫ରେ ୧୦୯୭ ରନ୍ ସଂଗ୍ରହ କରିଛନ୍ତି । ତେବେ ଏପରି ନୈରାଶ୍ୟ ଜନକ ପ୍ରଦର୍ଶନ ଗିଲଙ୍କୁ ଦଳରୁ ବାହାର କରିବା ବୋଲି କ୍ରୀଡ଼ା ପଣ୍ଡିତ ମାନେ ମତ ଦେଇଛନ୍ତି ।