Sulata Deo Attacked Bjp ବୋପା ଖୋଜୁଛି ବିଜେପି : ସୁଲତା
ଭୁବନେଶ୍ୱର :(ସୁଲତା ଦେଓ)-BJP ଜଣିଏ ବି ସ୍ୱାଧୀନତା ସଂଗ୍ରାମୀ ପାଉନି, ଯାହାଙ୍କୁ ନେଇ ଗର୍ବ କରିବ। କାରଣ ଯାହାଙ୍କୁ ବୀର କହୁଛି, ଦେଖିବା ବେଳକୁ ସେ ମାଫିବୀର, ବ୍ରିଟିଶଙ୍କୁ ମାଫି ମାଗି କଳାପାଣିରୁ ମୁକୁଳିଥିଲେ। ବାଧ୍ୟ ହୋଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ STATUE କରିଛି ଯେ ଦେଖିଲା ବେଳକୁ ସେ ପ୍ରଥମ ଓ ଶେଷ ଥର ପାଇଁ BJPର ମାତୃ ସଙ୍ଗଠନକୁ ଦେଶରୁ ବ୍ୟାନ କରିଥିଲେ!!!
ହତାଶା ଭିତରେ ଅଛି BJP…
ଏଣେ ଆମେରିକାଠୁ ନୀତି ପ୍ରତିଦିନ ଗୋଇଠା ଖାଉଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅତ୍ୟନ୍ତ କୁତ୍ସିତ ଶବ୍ଦ କହିଥିଲେ ବି ଭାରତ ଉତ୍ତର ଦେଇ ପାରୁନି କାରଣ ଆମେରିକାର justice department ମୋଦିଙ୍କ ମିତ୍ର କମ୍ପାନୀକୁ ଗିରଫ ପରୱାନା ଜାରି କରିଛି। ଟିକେ ଅଗଲମଗଲ ହେଲେ ଭେନିଯୁଏଲା ରାଷ୍ଟ୍ରପତି ମାଦୁରୋଙ୍କୁ ବାନ୍ଧିବା ପରି ମିତ୍ରଙ୍କୁ କାଳେ ବାନ୍ଧି ନେଇଯିବ ସେ ଭୟ!!!
ଏବେ ଆମେରିକାକୁ ପଚାରିକି ଋଷିଆଠୁ ତେଲ କିଣିଲା ଭାରତ। ଏଭଳି ଅପମାନ ପରେ ଭାରତର ବୈଦେଶିକ ନୀତି ଆଉ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆମେରିକା ଆଣ୍ଠା କହିଲେ ଆମ ଦେଶକୁ ଏମାନେ ଗୁରୁଣ୍ଡେଇ ଦେଲେ।
ଫେବ୍ରୁଆରୀ 28ରେ ଆମେରିକା-ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିବା ବେଳେ ଫେବ୍ରୁଆରୀ 26ରେ ଭାରତ ପ୍ରଧାନମନ୍ତ୍ରୀଙ୍କର ଇସ୍ରାଏଲ ଗସ୍ତ ନେଇ ଏକଦା ଆମର ବନ୍ଧୁ ରାଷ୍ଟ୍ର ଥିବା ଇରାନ ଏବେ କ୍ଷୁବ୍ଧ। ସେଥିପାଇଁ ୧୨ଟି ତୈଳ ଜାହାଜକୁ ହର୍ମୁଜରୁ ଛାଡ଼ୁନି। ଜଣେ ଓଡ଼ିଆ ନାବିକଙ୍କର ଭିଡିଓ ଆପଣ ଦେଖି ଥିବେ।
ଦୁଇଟି ଜାହାଜ ଆସିବା ପରେ ଏମାନେ ଛାତି ବାଡେଇଲେ ବି ସତ କଣ ଆମ ଓଡ଼ିଆ ନାବିକ ଦେଖାଇ ଦେଲେ ଯେ 12 ଜାହାଜ ଲଂଗର ପକେଇ ଅଛନ୍ତି।
ଇରାନ ହର୍ମୁଜରୁ ଯେଉଁ ଜହାଜ ଛାଡ଼ୁନି ସେଥିରେ ଭାଙ୍ଗି ପଡି ପ୍ରଧାନମନ୍ତ୍ରୀ ସଂସଦରେ ବକ୍ତବ୍ୟ ଦେଇଛନ୍ତି, ଆଗାମୀ ଦିନରେ କରୋନା ଭଳି ପରିସ୍ଥିତି ଆସିବ!!!
ପାକିସ୍ତାନ ମଧ୍ୟସ୍ଥତା କରିବା ପାଇଁ ଉଭୟ ଇରାନ ଓ ଆମେରିକା ରାଜି ହୋଇଥିବା ବେଳେ, ଏହା ଉପରେ କି ବକ୍ତବ୍ୟ ଭାରତ ରଖିବ, ପ୍ରଧାନମନ୍ତ୍ରୀ ଖୋଜି ପାଉ ନାହାଁନ୍ତି।
#ଆଉ_ଏବେ_ମଧୁ_କିଶ୍ୱର_କାହାକୁ_CIA_ଏଜେଣ୍ଟ_ବୋଲି_X_ରେ_ଲେଖିଛନ୍ତି_ଟିକେ_ପଢ଼ନ୍ତୁ।
ଏଭଳି ସମୟରେ BJP ର ମୁଣ୍ଡ ଗୋଲ ହେବା ସ୍ୱାଭାବିକ କଥା। ଏମାନେ ଯେତେବେଳେ check ପାଆନ୍ତି, କଥା ବଦଳାନ୍ତି, ଏକଥା ସମସ୍ତଙ୍କୁ ଜଣା।
ସ୍ୱାଧୀନତା ଆନ୍ଦୋଳନ ସମୟରେ ପଞ୍ଜାବରେ ଦୀର୍ଘ ବର୍ଷ କାଳ ବନ୍ଦୀ ଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁଙ୍କ ଉପରେ ଦଳର ଜଣେ ଏରେ ଗେରେ ନାଥୁ ଗେରେ ନିଶିକାନ୍ତ ଦୁବେ ମନ୍ତବ୍ୟ ଦେବା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି।
-ଏ ହେଲେ ସେହି ବିଜୁ ପଟ୍ଟନାୟକ ଯାହାଙ୍କ ଯୋଗୁଁ ଆମେ ଗର୍ବରେ କହୁଛୁ, ଆମ ପିଲା ସ୍କୁଲ ବହିରେ ପାଠ ପଢୁଛନ୍ତି କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିଜୁ ବାବୁ ନଥିଲେ ଭାରତରେ କାଶ୍ମୀର ନଥାନ୍ତା।
-ଏବେ ଏବେ ରୁଷିଆ ନିଜ ଦେଶର ସର୍ବଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ ସମ୍ମାନ ସ୍ବର୍ଗତ ବିଜୁ ବାବୁଙ୍କୁ ଦେଇଛି।
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ମସ୍କୋରୁ ଯୁଦ୍ଧ ଅସ୍ତ୍ର ଆଣି ଲେନିନଗ୍ରାଡ଼ରେ ବିଜୁ ବାବୁ ପହଞ୍ଚାଇଥିବା ଯୋଗୁଁ ହିଟଲରର SS ସେନା ହାରିଥିଲେ। ହିଟଲର ଆତ୍ମହତ୍ୟା କରିଥିଲା ଓ ଯୁଦ୍ଧ ସରିଥିଲା।
-ଭାରତର ଏକମାତ୍ର ବ୍ୟକ୍ତି ଯାହାଙ୍କ ମୃତ୍ୟୁରେ ତିନୋଟି ଦେଶର ପତାକା ପଡିଥିଲା କାରଣ ଇଣ୍ଡୋନେସିଆ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇ ସେ ଭୂମିପୁତ୍ର ଉପାଧି ପାଇଥିଲେ।
-ପରମ ଶତ୍ରୁ ଚୀନକୁ ଆଖି ଆଗରେ ରଖି ବିଜୁ ବାବୁ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ପାଇଁ ଅନୁମତି ଦେଇଥିଲେ। କାରଣ ପଶ୍ଚିମରେ ପାକିସ୍ତାନ ଥିବା ବେଳେ ପୂର୍ବରୁ ଚୀନର ସବୁ ଅଞ୍ଚଳକୁ ଲକ୍ଷ୍ୟ କରି ହେବ।
-ବେଶ ବଦଳାଇ ଆରୁଣା ଅସଫ ଅଲ୍ଲିଙ୍କ ସମେତ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ଲେନରେ ନେଇ ଲୁଚାଇଥିଲେ ବିଜୁ ବାବୁ। ଧରା ପଡିବାରୁ ବ୍ରିଟିଶ ସରକାର ତାଙ୍କୁ ବାନ୍ଧି ପଞ୍ଜାବ ଜେଲରେ ପୂରାଇଥିଲେ।
ବିଜୁ ବାବୁଙ୍କ ବୀରତ୍ବର ଗାଥା ବିଷୟରେ ବହୁ ଲେଖକ ଅନେକ ବହି ଲେଖି ସାରିବା ପରେ ବି ବହି ସରେନି। ଏତେ ଉତ୍ତୁଙ୍ଗ ତାଙ୍କ ବ୍ୟକ୍ତିତ୍ୱ।
ଏ ଚୁଚୁନ୍ଦ୍ରା ଦଳ ବିଜୁ ବାବୁଙ୍କ ସମ୍ପର୍କରେ ଆଲୋଚନା କଲେ ଆମକୁ ଭଲ।
ପୁଣି ଥରେ ଇତିହାସର ପ୍ରକ୍ଷାଳନ କରିବୁ। ଆଉ ଲୋକ ଜାଣିବେ ଯେ ଗର୍ବ କରିବା ପାଇଁ BJP ର କେହି ମହାପୁରୁଷ ନାହାନ୍ତି।
