ସରିବ ଖରା ଛୁଟି, ଖୋଲିବ ସ୍କୁଲ …

ଭୁବନେଶ୍ବର; ଆସନ୍ତା ୧୭ ତାରିଖରେ ଖୋଲିବ ସ୍କୁଲ । ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ କରାଯିବ ସମସ୍ତ ପ୍ରସ୍ତୁତି । ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ସବୁକୁ ପରିଷ୍କାର କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟାଯିବା ସହ ପାଣି ଟାଙ୍କି ସଫା କରାଯିବ। ଶ୍ରେଣୀ ଗୃହରେ ଥିବା ସମସ୍ତ ଟେବୁଲ ଚେୟାର ସଫା କରି ପିଲାଙ୍କ ବସିବା ପାଇଁ ଉପଯୋଗୀ କରାଯିବ।