ସୁନୀଲ ଖେଳିବେ ଆଜି ଅନ୍ତିମ ମ୍ୟାଚ୍…

କୋଲ୍‌କାତା: ସୁନୀଲ ଛେତ୍ରି ଆଜି ଖେଳିବେ ଜୀବନର ଅନ୍ତିମ ମ୍ୟାଚ୍। କୋଲ୍‌କାତାସ୍ଥିତ ସଲ୍ଟଲେକ୍‌ ଷ୍ଟାଡିୟମ୍‌ରେ ଫିଫା ବିଶ୍ବକପ୍‌ କ୍ବାଲିଫାୟର୍ସ ରାଉଣ୍ଡ-୨ର ମ୍ୟାଚ୍‌ରେ ଭାରତ କୁଏତକୁ ଭେଟିବ। ଗତ ମାସରେ ଛେତ୍ରୀ ଏହି ମ୍ୟାଚ୍‌ ପରେ ଅବସର ନେବାର ଘୋଷଣା କରିଥିଲେ। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟ ସହ ଛେତ୍ରୀଙ୍କୁ ବିଜୟ ଉପହାର ସହିତ ‌ବିଦାୟୀ ସମ୍ବର୍ଦ୍ଧନା ଦେବା ଲକ୍ଷ୍ୟରେ ରହିଛି ଭାରତ। ଅନ୍ୟପକ୍ଷରେ ରାଉଣ୍ଡ-୩ରେ ଖେଳିବା ଅଶା ଉଜ୍ଜୀବିତ ଲାଗି ଦଳ ପାଇଁ ଏହି ମ୍ୟାଚ୍‌ ଜିତିବା ଗୁରୁତ୍ବପୂର୍ଣ୍ଣ ରହିଛି। ୧୯ ବର୍ଷ ଅନ୍ତର୍ଜାତୀୟ ଖେଳ ଜୀବନର ଶେଷ ମ୍ୟାଚ୍‌ରେ ଛେତ୍ରୀ ଦଳକୁ ଜିତାଇ ପ୍ରଥମ ଥର ବିଶ୍ବକପ୍‌ କ୍ବାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇବା ଆଶାରେ ଅଛନ୍ତି। କୁଏତ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତିଥିବା ଭାରତ ଘରୋଇ ପଡ଼ିଆରେ ଖେଳୁଥିବାରୁ ପଲ୍ଲା ଭାରି ରଖିଛି। ରାଉଣ୍ଡ-୨ରେ ୪ଟି ଲେଖାଏଁ ଦଳକୁ ନେଇ ୯ଟି ଗ୍ରୁପ୍‌ ରହିଛି। ପ୍ରତିଗ୍ରୁପ୍‌ର ଶୀର୍ଷ ଦୁଇ ଦଳ ରାଉଣ୍ଡ-୩ରେ ପହଞ୍ଚିବେ।

Leave a Reply

Your email address will not be published. Required fields are marked *