ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଗାଭାସ୍କର

ନୂଆଦିଲ୍ଲୀ;ଆସନ୍ତା ମାସରେ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୨ ଟି ଟେଷ୍ଟ ପାଇଁ ଭରତୀୟ ଦଳ ଚୟନ ସରିଛି। ତେବେ ଏହାରି ଭିତର ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଚେତେଶ୍ୱର ପୂଜାରାଙ୍କୁ ଦଳରେ ଚୟନ ନକରିବା ଏବଂ ସରଫରାଜ ଖାନଙ୍କୁ ଅଣଦେଖା କରିବା ପ୍ରସଙ୍ଗକୁ ନେଇ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି।
ସରଫରାଜଙ୍କ ଚୟନ ନହେବା ବିଷୟରେ ଉଲ୍ଲେଖ କରି ଗାଭାସ୍କର କହିଛନ୍ତି ଚୟନକର୍ତ୍ତା ମାନେ ରଣଜୀରେ ଖେଳାଳିଙ୍କ ରେକର୍ଡକୁ ଧ୍ୟାନ ଦେବା ପରିବର୍ତ୍ତେ ଆଇପିଏଲ ରେକର୍ଡ ଦେଖି ଚୟନ କରୁଥିବା ପଛରେ କାରଣ କ’ଣ ?
“ସରଫରାଜ ଖାନ ଗତ ତିନୋଟି ରୁତୁରେ ୧୦୦ ହରହରିରେ ସ୍କୋର କରିଛନ୍ତି। ଦଳରେ ସ୍ଥାନ ପାଇଁ ତାଙ୍କୁ କ’ଣ କରିବାକୁ ପଡ଼ିବ? ସେ ହୁଏତ ଦଳର ଏକାଦଶରେ ନରହିପାରାନ୍ତି, କିନ୍ତୁ ତାଙ୍କୁ ଦଳରେ ରଖାଯାଉ ବୋଲି ଗାଭସ୍କର ସ୍ପୋର୍ଟସ ଟୁଡେକୁ ମୁମ୍ବାଇର ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିଛନ୍ତି।
ସେହିପରି ପୂଜାରାଙ୍କ ୱିଣ୍ଡିଜ୍ ଶୃଙ୍ଖଳାରୁ ବାଦ୍ ଦେବା ଅନ୍ୟତମ ଚର୍ଚ୍ଚାର ବିଷୟ ପାଲଟିଛି।
ସେ କହିଛନ୍ତି ଯେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ପ୍ରଶଂସକ ନ ଥିଲେ କାହାକୁ ଦଳରୁ ବାଦ୍ ଦେବାରେ କୌଣସି ଅସୁବିଧା ନାହିଁ।
ଆମ ବ୍ୟାଟିଂ ବିଫଳତା ପାଇଁ ତାଙ୍କୁ କାହିଁକି ଦୋଷୀ କରାଯାଇଛି? ସେ ଭାରତୀୟ କ୍ରିକେଟର ଜଣେ ବିଶ୍ୱସ୍ତ ଖେଳାଳି, ଜଣେ ଶାନ୍ତ ଏବଂ ସଫଳ ଖେଳାଳି ଭାବେ ପରିଚିତ। ଯେହେତୁ ତାଙ୍କର କୌଣସି ପ୍ଲାଟଫର୍ମରେ କେହି ପ୍ରଶଂସକ ନାହାଁନ୍ତି, ତେବେ ତାଙ୍କ ଦଳରୁ ବାଦ୍ ପଡ଼ିବା ଘଟଣାରେ କେହି ପ୍ରତିବାଦ ମଧ୍ୟ କରିବେନି , ତୁମେ ତାଙ୍କୁ ବାଦ୍ ଦେବା ମୋ ବୁଝିବାର ବାହାରେ ବୋଲି ଗାଭସ୍କର କହିଛନ୍ତି।

Leave a Reply

Your email address will not be published. Required fields are marked *