ଉନ୍ମୋଚିତ ହେଲା ‘ସୁଭଦ୍ରା’ ପୋର୍ଟାଲ
ଭୁବନେଶ୍ବର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା “ସୁଭଦ୍ରା” ପୋର୍ଟାଲକୁ ଉନ୍ମୋଚିତ କରିଛନ୍ତି । ‘ସୁଭଦ୍ରା’ ଯୋଜନା ସମ୍ପର୍କିତ ସମସ୍ତ ସୂଚନା ପୋର୍ଟାଲରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ସୁଭଦ୍ରା ପୋର୍ଟାଲ – https://subhadra.odisha.gov.in । ଏଥିରେ ସମସ୍ତ ସୂଚନା ରହିବ ଏବଂ ସାଧାରଣ ନାଗରିକ ଏଥିରୁ ସଠିକ୍ ତଥ୍ୟ ପାଇପାରିବେ। ମହିଳାମାନେ କୌଣସି ବି ତଥ୍ୟ ଜାଣିବାକୁ ଚାହିଁଲେ ପୋର୍ଟାଲରୁ ଜାଣିପାରିବେ । ସେଥିପାଇଁ ପୋର୍ଟାଲରେ ସଠିକ୍ ଏବଂ ସରଳ ଭାବେ ସୂଚନା ଉପଲବ୍ଧ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ । ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ ବୋଲି କହିଛନ୍ତି ପ୍ରଭାତୀ। ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ । ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ କହିଛନ୍ତି ପ୍ରଭାତୀ । ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ପରିବାରରେ ଯଦି ତିନି-ଚାରି ଜଣ ମହିଳା ଅଛନ୍ତି, ତେବେ ବି ସମସ୍ତେ ପାଇବେ ସୁଭଦ୍ରା ଟଙ୍କା ।