ପ୍ୟାରିସ ଅଲମ୍ପିକ୍ସରେ ଭାରତର ତୃତୀୟ ପଦକ, ୫୦ ମିଟର ସୁଟିଂରେ ସ୍ଵପ୍ନିଲଙ୍କୁ କାଂସ୍ୟ ..

ସୁଟିଂରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ପ୍ୟାରିସ ଅଲିମ୍ପିକ୍ସରେ ଆଉ ଏକ ପଦକ ଭାରତକୁ ସୁଟିଂ ରେ ମିଳିଛି । ଭାରତୀୟ ସୁଟର ସ୍ଵପ୍ନିଲ କୁଶେଲ ୫୦ ମିଟର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିଛନ୍ତି। ଫଳରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ସୂଚନାଯୋଗ୍ୟ, ପୂର୍ବରୁ ମନୁ ଭାକର ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲେ। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଏହା ପରେ ମନୁ ଏବଂ ସରବଜୋତ ସିଂହ ମିଳିତ ଭାବେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ୨ୟ ପଦକ ଦେଇଥିଲେ।

Leave a Reply

Your email address will not be published. Required fields are marked *