ସଚିନଙ୍କୁ ଅଷ୍ଟ୍ରେଲିଆ କ୍ରିକେଟର ଜନ୍ମଦିନ ଭେଟି ।
ସିଡନି; ଭରତର କିମ୍ବଦନ୍ତି କ୍ରିକେଟ ଖେଳାଳ ସଚିନ ତେନ୍ଦୁଲକରଙ୍କ ପଚାସ ତମ ଜନ୍ମଦିନ ପାଳୁଥିବାବେଳେ ,ଅଷ୍ଟ୍ରେଲିଆ କ୍ରିକେଟ ତାଙ୍କୁ ଦେଇଛି ଜନ୍ମଦିନର ଭେଟି।ସଚିନ ପସନ୍ଦ କରୁଥିବା ଅଷ୍ଟ୍ରେଲିଆର ସିଡନି କ୍ରକେଟ ଷ୍ଟାଡିୟମ ତାଙ୍କୁ ପ୍ରଥମ ଅଣ ଅଷ୍ଟ୍ରେଲିଆ ଭାବେ ଦେଇଛି ସମ୍ମାନ । ପଡିଆ ଭିତରକୁ ଯିବା ପାଇଁ ଥିବା ଗେଟ୍ କୁ ସଚିନ ଏବଂ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ବ୍ରାଏନ ଲାରାଙ୍କ ନାମରେ ନାମିତ କରାଯାଇଛି।
ଏହି ଗେଟ୍ ଡ୍ରେସିଂରୁମ୍ ପାଖକୁ ଥିବା ମେମ୍ବର୍ସ ପାଭିଲିଅନ୍ ଓ ବ୍ରାଡମ୍ୟାନ୍ ମେସେଞ୍ଜର ଷ୍ଟାଣ୍ଟ ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି। ପାକିସ୍ତାନ କ୍ରିକେଟ୍ ଦଳ ଆସନ୍ତା ବର୍ଷ ପ୍ରଥମ ଦଳ ଭାବେ ଏହି ଗେଟ୍ ଦେଇ ପଡ଼ିଆକୁ ପ୍ରବେଶ କରିବା ସମ୍ଭାବନା ରହିଛି। ତେବେ ଭାରତୀୟ ଦଳକୁ ଏଥିପାଇଁ ଆହୁରି ବର୍ଷେ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି କୁହାଯାଇଛି। ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଏହି ପଡ଼ିଆ ଭିତରକୁ ଡନ୍ ବ୍ରାଡମ୍ୟାନ୍ ଗେଟ୍ ଦେଇ ପଡ଼ିଆକୁ ପ୍ରବେଶ କରିଆସୁଥିଲେ। ଏହାବାଦ୍ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆର୍ଥର ମୋରିସ୍ ଓ ଆଲାନ୍ ଡେଭିଡ୍ସନ୍ଙ୍କ ନାମରେ ପୂର୍ବରୁ ଏସ୍ସିଜିରେ ଗେଟ୍ ରହିଛି। ତେବେ ଲାରା-ତେନ୍ଦୁଲକର ଗେଟ୍କୁ ୨୦୧୯-୨୦ ଋତୁରୁ ଅନାବରଣ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଥିଲେ। ଏହି ବର୍ଷ ଉଭୟ କିଂବଦନ୍ତି କ୍ରିକେଟର୍ ଅଷ୍ଟ୍ରେଲିଆରେ ଉପସ୍ଥିତ ଥିଲେ। କିନ୍ତୁ ସଚିନଙ୍କ ପଚାସ ତମ ଜନ୍ମଦିନ ଆସୁଥିବାରୁ ଏହି ଯୋଜନାକୁ ଚଳିତ ବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା।