୨୦୨୪ ଟି-୨୦ ବିଶ୍ବକପର ତାରିଖ ହେଲା ଘୋଷଣା
ଭୁବନେଶ୍ବର; ଟି-୨୦ ବିଶ୍ବକପର ନବମ ସଂସ୍କରଣ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ତେବେ ଏଥିପାଇଁ ତାରିଖ ଘୋଷଣା କରାଯାଇଛି । ଇଏସପିଏନର ରିପୋର୍ଟ ମୁତାବକ ଏହି ମେଗା ଇଭେଣ୍ଟର ଆରମ୍ଭ ୨୦୨୪ ଏପ୍ରିଲ ୪ରୁ ୩୦ ଭିତରେ କରାଯିବ । ତେବେ ଟି-୨୦ ବିଶ୍ବକପର ପ୍ବର୍ବ ସଂସ୍କରଣ ଅକ୍ଟୋବରରେ ଆୟୋଜିତ କରାଯାଇଥିଲା । ରିପୋର୍ଟ ଅନୁସାରେ ଏହି ସପ୍ତାହରେ ଆଇସିସି ପ୍ୟାନେଲର ଏକ ଟିମ୍ ଆମେରିକା ଗସ୍ତ କରି ସେଠି ପାଞ୍ଚଟି ସ୍ଥାନ ମନୋନୀତ କରିଛିନ୍ତି । ଆମେରିକା ପ୍ରଥମଥର ପାଇଁ ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି । ସେହିପରି ୨୦୨୪ ଟି-୨୦- ବିଶ୍ବକପ ଇିତିହାସରେ ପ୍ରଥମଥର ପାଇଁ ୨୦ ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ପ୍ରଥମ ରାଉଣ୍ଡରେ ଏହି ୨୦ ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯିବ । ସବୁ ଗ୍ରୁପର ଶେଷ୍ଠ ଦୁଇ ଦଳ ସୁପର ୮ ଖେଳିବା ପାଇଁ ସୁଯୋଗ ପାଇବେ । ପୁଣି ଏହି ୮ଟି ଦଳକୁ ୨ଟି ଗ୍ରୁପରେ ଭାଗ କରାଯାଇ ଏମାନଙ୍କ ଭିତରୁ ଶ୍ରେଷ୍ଠ ୮ଟି ଦଳ ସେମିଫାଇନାଲ ଓ ଫାଇନାଲ ଖେଳିବେ । ତେବେ ପୂର୍ବରୁ ଆଇସିସି ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ ୧୦ ଥିବା ରେ ଦୁଇଟି ଦଳ ଏବଂ ଟି-୨୦ ବିଶ୍ୱକପ୍ ୨୦୨୨ ର ଖେଳିଥିବା ୮ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିଥିବାବେଳେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଆୟୋଜକ ଭାବରେ ସିଧାସଳଖ ଟିକେଟ୍ ପାଇଛନ୍ତି। ଏହା ବ୍ୟତୀତ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଖେଳି ଏହି ତାଲିକାରେ ଆଉ ୩ ଟି ଦଳ ସ୍ଥାନ ପାଇଛନ୍ତି । ଟି -୨୦ବିଶ୍ୱକପ ୨୦୨୪ ପାଇଁ ଏପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରିଥିବା ଦଳରଗୁଡ଼ିକ ହେଉଛନ୍ତି ୱେଷ୍ଟଇଣ୍ଡିଜ୍, ଆମେରିକା ,ଆୟର୍ଲାଣ୍ଡ, ପାପୁଆ ନ୍ୟୁ ଗିନି , ସ୍କଟଲ୍ୟାଣ୍ଡ, ଭାରତ, ଇଂଲଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡ ।