ଟି-୨୦ ବିଶ୍ଵକପ; ଆଜି କାନାଡ଼ା – ଭାରତ ମୁକାବିଲା…

ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଶନିବାର ତା’ର ଚତୁର୍ଥ ତଥା ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଗ୍ରପ୍‌ ଏ’ରେ ପ୍ରଥମ ୩ଟି ମ୍ୟାଚ୍‌ ଜିତି ଭାରତ ସୁପର-୮ ସ୍ଥାନ ପକ୍କା କରିଛି । ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ୱ କମିଯାଇଥିଲେ ମଧ୍ୟ ଅନ୍ୟ ଖେଳାଳି ମାନଙ୍କୁ ନେଇ କିଛି ପରୀକ୍ଷା କରିବା ପାଇଁ ଦଳ ପାଖରେ ସୁଯୋଗ ରହିଛି।ତେବେ ଭାରତ ସବୁ ୪ଟି ମ୍ୟାଚ୍‌ ଜିତି ଅପରାଜେୟ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚରେ ଭାରତ  ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିଲା। ଏହାପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ରନରେ ଓ ତୃତୀୟ ମ୍ୟାଚ୍‌ରେ ଆମେରିକାକୁ ୭ ୱିକେଟରେ ପରାସ୍ତ କରିଥିଲା। ଅନ୍ୟପଟେ କାନାଡା ଏହି ମ୍ୟାଚ୍‌ ଜିତି ସୁପର-୮ରେ ପ୍ରବେଶ କରିବାକୁ ଅନ୍ୟ ମ୍ୟାଚ୍‌ଗୁଡିକର ଫଳାଫଳ ଉପରେ ନିର୍ଭର କରିବ।

Leave a Reply

Your email address will not be published. Required fields are marked *