ଟି-୨୦ ବିଶ୍ଵକପ: ଆଜି ଆମେରିକା – ଭାରତ ଲଢ଼େଇ…

ନ୍ୟୁୟର୍କ : ଚଳିତ ଟି-୨୦ ବିଶ୍ୱକପରେ ଭାରତ ବୁଧବାର ତା’ର ତୃତୀୟ ମ୍ୟାଚ୍‌ରେ ସହ- ଆୟୋଜକ ଆମେରିକାକୁ ଭେଟିବାକୁ ଯାଉଛି। ସ୍ଥାନୀୟ ନାସାଉ ଷ୍ଟାଡିୟମରେ ଗ୍ରୁପ୍‌-ଏ’ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ସୁପର-୮ରେ ପ୍ରଵେଶ କରିବାକୁ  ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୪୬ଟି ବଲ୍‌ ବାକିଥାଇ ୮ ୱିକେଟରେ ପରାସ୍ତ କରିଥିବା ବେଳେ । ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ରୋମାଞ୍ଚକ ଢଙ୍ଗରେ ୬ ରନରେ ପରାସ୍ତ କରିଥିଲା। ଯାହା ଫଳରେ ଭାରତ ୪ ପଏଣ୍ଟ ପାଇ ଗ୍ରୁପ୍‌ ଏ’ ଶୀର୍ଷରେ ରହିଛି। ସେହିପରି ଆମେରିକା ମଧ୍ୟ ଦୁଇଟି ମ୍ୟାଚ୍‌ ଖେଳି ଦୁଇଟିରେ ବିଜୟୀ ହୋଇ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *