CWCରେ ସ୍ଥାନ ନ ପାଇବା ପରେ ଏହି ପ୍ରୟାସରେ ଲାଗିଛନ୍ତି ପଟ୍ଟନାୟକ ପରିବାର….କିଏ କହିଥିଲେ ଏମାନଙ୍କୁ ଓଡ଼ିଶା କଂଗ୍ରେସର କ୍ୟାନସର…

ଭୁବନେଶ୍ୱର : ନିକଟରେ କଂଗ୍ରେସ ପକ୍ଷରୁ ସିଡବ୍ଲୁସି ତାଲିକା ଘୋଷଣା କରାଯାଇଛି। ବିହାର ପ୍ରଭାରୀ ଥିବାରୁ ଭକ୍ତ ଚରଣ ଦାସଙ୍କୁ  ଏଥିରେ ସ୍ଥାନ ମିଳିଛି। ମାତ୍ର ଏହା ମୂଳ ସିଡବ୍ଲୁସି କିମ୍ବା ସାଧାରଣ ସମ୍ପାଦକ ତାଲିକାରେ ଭକ୍ତଙ୍କୁ ସ୍ଥାନ ମିଳିନାହିଁ। ଏହି ତାଲିକାରେ ଓଡ଼ିଶାର ଅନ୍ୟ କୌଣସି ନେତାଙ୍କୁ ସ୍ଥାନ ମିଳି ନାହିଁ। ଏହି ତାଲିକାରେ ସ୍ଥାନ ପାଇବା ପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରୟାସ କରି ବିଫଳ ହୋଇଛନ୍ତି। ଯାହା ପଟ୍ଟନାୟକ କ୍ୟାମ୍ପକୁ…

Read More

ଅଣ ଓଡ଼ିଆ ଆଇପିଏସ୍ ଅଧିକାରୀଙ୍କୁ କାହିଁକି ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର

କଟକ : ଅନୁଗୁଳର ମହିଳା ଗୃହରକ୍ଷୀ ତଥା ଓଡ଼ିଆ ନାରୀ ସୈରିଦ୍ରୀ ସାହୁଙ୍କୁ ନିର୍ଯାତନା  ଦିଆଗଲା। ତାହା ପୁଣି ଜଣେ ଏଣ ଓଡ଼ିଆ ଆଇପିଏସଙ୍କ ପତ୍ନୀଙ୍କ ଦ୍ୱାରା । ଏ ପର୍ଯ୍ୟନ୍ତ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ତଥା ୨୦୦୯ ବ୍ୟାଚ୍‌ ଆଇପିଏସ୍‌ ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇନାହିଁ। କେବଳ ବ୍ରିଜେଶ୍ ରାୟଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଛି। ଏହି ଘଟଣାକୁ ୧୯ ଦିନ ବିତିଥି‌ଲେ ବି ଅଭିଯୁକ୍ତଙ୍କ ବି‌ରୋଧ‌ରେ କାହିଁକି…

Read More

ନରସିଂହଙ୍କ ଭୁଲ୍ ସୁଧାରିପାରିବ ତ କଂଗ୍ରେସ, ସାମାଜିକ ନ୍ୟାୟ କଥା କେବେ କହିବେ ମିଶ୍ରେ…

ଭୁବନେଶ୍ୱର : ଠିକ୍ ଛଅ ବର୍ଷ ପୂର୍ବର ଘଟଣା। ବିଧାନସଭା ଅଧିବେଶନ ଜାରି ରହିଥିଲା। ସେ ସମୟର ବିରୋଧି ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଦଳୀୟ ବିଧାୟକମାନଙ୍କୁ କିଛି ନିର୍ଦ୍ଦେଶ ଦେଲେ। ହେଲେ ଏହି ନିର୍ଦ୍ଦେଶ ନିଜ ପାଇଁ କିମ୍ବା ସବର୍ଣ୍ଣ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ସ୍ୱର୍ଗତ ନବ କିଶୋର ଦାସଙ୍କ ପାଇଁ ନ ଥିଲା। ଥିଲେ ଏ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବା ଅନୁସୂଚିତ…

Read More

ଅରୁଣଙ୍କ ବିରୋଧରେ ଲଢିବାକୁ ଚାହୁଁ ନାହାନ୍ତି ପ୍ରତ୍ୟୁଷା, ପାଖ ଆସନ ଉପରେ ପକାଇଛନ୍ତି ନଜର …

ନୟାଗଡ଼ : ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ବର୍ତ୍ତମାନ ବିଜେପି ନେତ୍ରୀ। ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ଭାବେ କନ୍ଧମାଳ ଲୋକସଭାରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ସ୍ୱାମୀ ହେମେନ୍ଦ୍ର ସିଂ ମଧ୍ୟ କନ୍ଧମାଳରୁ ଏମପି ହୋଇଥିଲେ। ଘଟଣାକ୍ରମରେ ପ୍ରତ୍ୟୁଷା ବିଜେଡିରୁ ଟିକେଟ୍ ମିଳି ନ ବାରୁ ବିଜେପିରେ ଯୋଗ ଦେଇଥିଲେ। ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାରେ ବିଜେଡି ବିରୋଧରେ ପ୍ରଚାର କରିଥିଲେ। ହେଲେ ସେପରି କିଛି ସୁଫଳ ପାଇ ନ ଥିଲେ। ବିଜେପିରେ ଥିଲେ ବି ବିଜେଡି…

Read More

ମହାନ ସ୍ୱାଧିନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ହେବ ରୂପାନ୍ତରଣ

ସମ୍ବଲପୁର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଶନିବାର ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ…

Read More

ଗୁପ୍ତେଶ୍ବର ପୀଠର ହେବ ସର୍ବାଙ୍ଗୀନ ଉନ୍ନତି ; ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର…

Read More

ଏହି ନିର୍ବାଚନମଣ୍ଡଳୀରେ ଏଯାଏଁ ଜିତିନି ବିଜେଡି, ହେଲେ ଚାରି ଥର ଜିତିସାରିଲାଣି ବିଜେପି

ଭୁବନେଶ୍ୱର : ୨୦୦୦, ୨୦୦୪,୨୦୦୯,୨୦୧୪ ଏବଂ ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ଗୁଡ଼ିକରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବର୍ତ୍ତମାନ ବିଜେଡି ରାଜ୍ୟରେ ପ୍ରାୟ ଚାଳିଶି ପ୍ରତିଶତରୁ ଅଧିକ ଭୋଟ ନିଜ ଅକ୍ତିଆରରେ ରଖିଛି। ହେଲେ ରାଜ୍ୟରେ ଏମିତି କିଛି ଆସନ ରହିଛି, ଯେଉଁଠି ବିଜେଡି ଖାତା ଖୋଲିପାରିନି। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଆସନଟି  ପଶ୍ଚିମ ଓଡ଼ିଶାରେ ରହିଛି। ଏଥିସହ ଆସନଟି ଅନୁସୂଚିତ ଜନଜାତି ପାଇଁ ଆରମ୍ଭରୁ ସଂରକ୍ଷିତ ହୋଇଛି।…

Read More

ବିଚାରବ୍ୟବସ୍ଥା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଆଇନା ଦେଖାଇଲେ ରାଷ୍ଟ୍ରପତି ମହୋଦୟା

ନୂଆଦିଲ୍ଲୀ : କିଛି ମାସ ପୂର୍ବରୁ ବିନା ବିଚାରରେ ଜେଲ୍ ଭୋଗୁଥିବା କଏଦୀ ଏବଂ ସେମାନଙ୍କ ପରିବାର ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କିଛିଦିନ ପରେ ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଷ୍ଟ୍ରପତି ମହୋଦୟା ନିଜର ଅଭିବ୍ୟକ୍ତି ଜାରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ପରିଦର୍ଶକମାନଙ୍କ ଏକ ସମ୍ମିଳନୀରେ ଭାଷଣ ଦେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ନିଜର ବକ୍ତବ୍ୟ…

Read More

ନରେନ୍ଦ୍ର-ନବୀନଙ୍କ ଏହି ପ୍ରସଙ୍ଗରେ ଏକାଠି , ନାହିଁ ନିୟମିତ ପରିସଂଖ୍ୟନ, କରିଚାଲିଛନ୍ତି ଯୋଜନା….

ଭୁବନେଶ୍ୱର : ଦେଶ ତଥା ରାଜ୍ୟର ପ୍ରସ୍ତୁତ ହେଉଥିବା ସମସ୍ତ ନୀତି ନିର୍ଦ୍ଦିଷ୍ଟ ପରିସଂଖ୍ୟନ ଉପରେ ପର୍ଯ୍ୟବେସିତ। ଏହି ପରିସଂଖ୍ୟନ ନିୟମିତ ଭାବେ ବଦଳୁ ଥାଏ। ତେଣୁ ଭବିଷ୍ୟତର ଯୋଜନା ପ୍ରଣୟନ ଓ ରୂପାୟନ ପାଇଁ ପରିସଂଖ୍ୟନର ସାମ୍ପ୍ରତିକ  ସ୍ଥିତି ଜାଣିବା ଦରକାର । ମାତ୍ର କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମକୁ ଅଣଦେଖା  କରୁଥିବା ଲକ୍ଷ୍ୟ କରାଯାଉଛି। କରୋନା ମହାମାରୀ କାରଣରୁ ଜନଗଣନା- ୨୦୨୧  ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। କେନ୍ଦ୍ର ସରକାରଙ୍କ…

Read More

ପରିବା ଦରବୃଦ୍ଧି ବିରୋଧରେ ଛାତ୍ର କଂଗ୍ରେସର ନିଆରା ପ୍ରତିବାଦ

ଭୁବନେଶ୍ୱର : ଛାତ୍ର କଂଗ୍ରେସ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ରବିବାର ସୁଲଭ ମୂଲ୍ୟରେ ପରିବା ବିକି ନିଆରା ଢଙ୍ଗରେ ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ ୨୫ ଟଙ୍କା ସାରୁ କିଲୋ ୩୦ ଟଙ୍କା ପ୍ରଭୃତି ପୋଟଳ, ଲଙ୍କା ଏବଂ ଅନ୍ୟାନ୍ୟ…

Read More