
ଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଉତ୍ସବ ଆୟୋଜନ
ବୋଷ୍ଟନ : ନିକଟରେ ଆମେରିକାର ମାସାଚ୍ୟୁଟସଠାରେ ଶ୍ରୀ ଜଗନ୍ନାଥଙ୍କର ତୃତୀୟ ବାର୍ଷିକ ରଥଯାତ୍ରା ଉତ୍ସବ,ବାହୁଡା଼ ଯାତ୍ରା, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ପର୍ବ ମହାସମାରୋହରେ ପାଳନ କରାଯାଇଛି। ନିଉ ଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିଉ ଇଂଲଣ୍ଡ ଶିରିଡ଼ି ସାଇ ପରିବାରର ମିଳିତ ସହଯୋଗରେ, ଏହି ମହୋତ୍ସବମାନ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ଗ୍ରେଟର ବୋଷ୍ଟନର ଗ୍ରୋଟନସ୍ଥିତ ୯୯ନଂ ଶିରିଡ଼ି ୱେ ଠାରେ ଅବସ୍ଥିତ ନିଉ ଇଂଲଣ୍ଡ ଶିରିଡ଼ି ସାଇ…