ପ୍ରତିଷ୍ଠା ଦିବସରେ ବିଜେଡିରେ ଆନୁଷ୍ଠାନିକ ଭାବେ  ଯୋଗଦେଇପାରନ୍ତି ଭି.କେ ପାଣ୍ଡିଆନ୍ …ଏହା ପୂର୍ବରୁ ଦଳୀୟ ଛାମୁଆ ନେତା ଓ ବିଭିନ୍ନ କର୍ମୀଙ୍କୁ ଭେଟି ଜିତୁଛନ୍ତି ବିଶ୍ୱାସ…

ଭୁବନେଶ୍ୱର : କୌଣସି ଗୁରୁଙ୍କର ଶିଷ୍ୟ ପୁତ୍ର ଠାରୁ ଅଧିକ ହୋଇ ଥାଆନ୍ତି। ଶିଷ୍ୟଙ୍କ ଶୃଙ୍ଖଳା ହିଁ ଗୁରୁଙ୍କୁ ମହାନ୍ କରିଥାଏ। ଭି.କେ ପାଣ୍ଡିଆନ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୃଙ୍ଖଳା। ଏହି କଥା କିଛିଦିନ ତଳେ କହିଥିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହି ବକ୍ତବ୍ୟ ପରେ ଓଡ଼ିଶା ପ୍ରଶାସନ ପ୍ରମୁଖ ବ୍ୟକ୍ତି ଭି.କେ ପାଣ୍ଡିଆନ୍ ସିଧାସଳଖ ରାଜନୀତିକୁ ଆସିବା ଚର୍ଚ୍ଚା ଜୋର ଧରିଛି। ଦଶହରାର ଦିନକ ପୂର୍ବରୁ ଭି.କେ ପାଣ୍ଡିଆନଙ୍କ ସ୍ୱେଚ୍ଛକୃତ…

Read More

ରଜନୀକାନ୍ତ ସିଂହଙ୍କୁ ବିଧାୟକ ଟିକେଟ୍ ଦେବାକୁ ଚାହୁଁ ନାହାନ୍ତି କି ବିଜେଡି ମୁଖିଆ ?

ଅନୁଗୋଳ : ଅନୁଗୋଳ ଵିଧାୟକ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦ ଛାଡିବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ନିର୍ବାଚନମଣ୍ଡଳୀ ଆଲୋଚନା ଜାରି ରହିଛି। ଅନୁଗୋଳ ଜିଲ୍ଲାରେ  ମଣ୍ଟୁବାବୁ ଭାବରେ ପରିଚିତ ଶ୍ରୀ ସିଂହ ଏଠାରୁ ଲଗାତାର ଚାରିଥର ବିଧାୟକ ହୋଇ ଗଲେଣି। ଦୀର୍ଘ ସମୟ ଧରି ସେ ଉପ-ବାଚସ୍ପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ। ପୂର୍ବରୁ ଜିଲ୍ଲା ସଭାପତି ଦାୟିତ୍ୱରେ ମଧ୍ୟ ଦୀର୍ଘଦିନ କାର୍ଯ୍ୟ କରୁଥିଲେ। ଅନୁଗୋଳ ଜିଲ୍ଲାରେ ତାଙ୍କୁ ବାଦ୍  ଦେଇ ଚାରି ଚାରି…

Read More

ତିନି ମୁଖ୍ୟ ପଦରେ ତିନି ମହିଳାଙ୍କୁ ଦେଖିବ କି ଓଡ଼ିଶା !

ଭୁବନେଶ୍ୱର : ଏକ ସଙ୍ଗରେ ରାଜ୍ୟ ପ୍ରଶାସନ ତିନୋଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ମହିଳାଙ୍କୁ ଦେଖିବାର ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ କିଛିବର୍ଷ ହେବ ଆଲୋଚନା ରାଜ୍ୟ ପ୍ରଶାସନିକ ମହଲରେ ଜାରି ରହିଥିଲା। ମାତ୍ର କିଛିଦିନ ପୂର୍ବରୁ  ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ୍ ସେବା ଅଧିକାରୀ ତଥା ୧୯୮୯ ବ୍ୟାଚ୍ ଅଫିସର  ବି.ରାଧିକା  କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି ତାଙ୍କୁ ଓଡ଼ିଶା  ଫେରିଛନ୍ତି। ବର୍ତ୍ତମାନ ଡିଜିପି  ଥିବା ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷରେ…

Read More

ମିଲେଟ୍ କୈନ୍ଦ୍ରିକ କାର୍ଯ୍ୟକ୍ରମରେ ରାଜ୍ୟ ଆଗାମୀ ଦିନରେ ପ୍ରମୁଖ ଭୂମିକା ଗ୍ରହଣ କରିବ

ଭୁବନେଶ୍ୱର : ମିଲେଟ୍‌ ତଥା କ୍ଷୁଦ୍ରଶସ୍ୟ ଭାରତର ପାରମ୍ପରିକ ଖାଦ୍ୟ। ଏହି ଲଘୁଶସ୍ୟକୁ ବିଶ୍ୱରେ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଶୁଷ୍କ ଓ କମ ରାସାୟନିକ ସାରରେ ଏହି ଚାଷ ହୁଏ। ତେଣୁ ମିଲେଟ୍‌କୁ ‘ଜଳବାୟୁ ସ୍ମାର୍ଟ ଫସଲ’ କୁହାଯାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ୱାରା ଉଦଯାପିତ ହୋଇଥିଲା। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ନିତି ଆୟୋଗ ଓ ଭାରତ…

Read More

ରାଜ୍ୟର ପ୍ରତିଟି ପଞ୍ଚାୟତରେ ପହଞ୍ଚିଲା ’’ଆମ ଓଡିଶା ନବୀନ ଓଡିଶା’’ , ମାସକ ମଧ୍ୟରେ ସରିଲା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ଯ୍ୟକ୍ରମ। ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କେନ୍ଦୁଝରରୁ ଆରମ୍ଭ ହୋଇ ଉତ୍ସାହ ଆନନ୍ଦର ସହ ବାଣର ଶବ୍ଦ…

Read More

ନୂଆବର୍ଷ ସୁଦ୍ଧା ସରିବ ସମଲେଇ ପ୍ରକଳ୍ପ କାର୍ଯ୍ୟକ୍ରମ, ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସମୀକ୍ଷା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନିକଟରେ ସମ୍ବଲପୁର ଗସ୍ତ କରି ବହୁ ଚର୍ଚ୍ଚିତ ସମଲେଇ ପ୍ରକଳ୍ପର ସମୀକ୍ଷା କରିଥିଲେ। ବର୍ତ୍ତମାନ ଠାରୁ ବାକି ଥିବା କାମକୁ ତୁରନ୍ତ ସାରିବା ପାଇଁ ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ  ସେ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷାରେ ଭକ୍ତ ମାନଙ୍କ ପାଇଁ   ସବୁ ସୁବିଧାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ…

Read More

ଦଶହରାରେ ଅବସର..ଦୀପାବଳୀରେ ବିଜେଡିରେ ଯୋଗ ଦେବେ କି.. ଭି.କେ ପାଣ୍ଡିଆନ୍….

ଭୁବନେଶ୍ୱର: ଦଶହରାର ଦିନକ ପୂର୍ବରୁ ନବମୀ ଦିନ ସନ୍ଧ୍ୟାରେ ଏକ ଖବର ଆସିଲା। ଯାହା ବିଶ୍ୱକପ୍ ଅଭିଯାନରେ ପାକିସ୍ଥାନକୁ ଅଫଗାନିସ୍ଥାନ ହରାଇଥିବା ଭଳି ଅର୍ନ୍ତଜାତୀୟ ଖବରକୁ ପଛରେ ପକାଇଦେଲା। ଏହା ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଖବର ଚର୍ଚ୍ଚା ଜୋର ଧରିଲା। ଏହି ଖବରଟି ଥିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର। ଏହି ଖବରକୁ ୨୪ ଘଣ୍ଟା ନ ପୂରୂଣୁ ଆଉ ଏକ…

Read More

ରତ୍ନଭଣ୍ଡାର ଲୁଟ୍ ପୂର୍ବରୁ ଆଇ ମା କାହାଣୀ କହିଲେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ୱାଲ

ଭୁବନେଶ୍ୱର : ରାୟଗଡ଼ାର ସିଜୁମାଳି ଅଞ୍ଚଳର ବକ୍ସସାଇଟ୍ ଖଣି ଯେ କୌଣସି ପ୍ରକ୍ରିୟାରେ ଉତ୍ତୋଳନ କରିବାକୁ ଚାହୁଁଛି ବେଦାନ୍ତ। ମାତ୍ର ଏହି ଖନନକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ପ୍ରମୁଖ ଗଣମାଧ୍ୟମ ଗୁଡିକ ଏହି ଖବରକୁ ଠିକ୍ ଢଙ୍ଗରେ ପ୍ରସାରଣ କରନାହାନ୍ତି। ତେଣୁ କିଛିଦିନ ପରେ ଆର୍ଥିକ ପରିଚାଳନା ଏବଂ ସ୍ଥାନୀୟ କୁଜିନେତା-ଠିକାଦାରଙ୍କୁ ହାତେଇ ପୁଣି ଥରେ ଗ୍ରାମସଭାରୁ ସର୍ବସମ୍ମତି ଅନୁମତି ନେବାକୁ ବେଦାନ୍ତ ଚେଷ୍ଟା କରୁଛି। ଏହା ପୂର୍ବରୁ ସମସ୍ତ ପ୍ରକାର ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ…

Read More

ବରୀ ରାଜନୀତି ଚଳଚଞ୍ଚଳ : କେଉଁ ଦଳରୁ କିଏ ହେବ ପ୍ରାର୍ଥୀ…..ସଭିଏଁ ହେଉଛନ୍ତି ବାଉଳା…..

ଯାଜପୁର : ଯାଜପୁର ଜିଲ୍ଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ନେଇ ଅନିଶ୍ଚିତା ଜାରି ରହିଛି। ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଆଲୋଚନା ଆରମ୍ଭ ହୋଇ ଗଲାଣି। ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ମାତ୍ର ଶାସକ ଦଳ ବିଜେଡି ଆରମ୍ଭରୁ ଏହି ଆସନରେ ଲଗାତର ବିଜୟୀ ହୋଇ ଆସୁଛି। ତେଣୁ ବିଜେଡି ଟିକେଟ୍…

Read More

କେଉଁ ଅଫିସରଙ୍କ କଥାରେ ରଜନୀକାନ୍ତ ସିଂଙ୍କୁ ଦେବାକୁ ପଡିଲା ଇସ୍ତଫା….

ଅନୁଗୋଳ : ଦୁଇ ଦିନ ତଳେ ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ଖବର ରାଜଧାନୀ ଭୁବନେଶ୍ୱର, ଅନୁଗୋଳ ଏବଂ ବଅଁରପାଳ ଚର୍ଚ୍ଚା ହେଉଥିଲା। ବୁଧବାର ମଧ୍ୟାହ୍ନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଗଣମାଧ୍ୟମ ବାର୍ତ୍ତା ସବୁ କିଛି ସ୍ପଷ୍ଟ କରିଦେଲା। ଉପ ବାଚସ୍ପତି ରଜନୀକାନ୍ତ ସିଂ ନିଜ ପଦରୁ ଇସ୍ତଫା ଦେଇଥିବା ଶ୍ରୀମତା ମଲ୍ଲିକ ସୂଚନା ଦେଇଥିଲେ। ରଜନୀଙ୍କ ଇସ୍ତଫା ପରେ ସେ ସଂଗଠନରେ ସକ୍ରିୟ ହେବେ ବୋଲି କୁହାଯାଉଛି। ମାତ୍ର ତାଙ୍କୁ ଦଳର ଶୀର୍ଷ ନେତୃତ୍ୱ…

Read More