ବିଜେଡି ଆସନ ସଂଖ୍ୟା ପୁଣି ୧୦୦ ଛୁଇଁବ, ଆକଳନ କରିଛି ETG-Times Now

ଭୁବନେଶ୍ୱର : ଏତେଟା କାମ ଦେବନି ସରକାରୀ ବିରୋଧି ହାଓ୍ୱା। ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଥିବା ବିଜେଡି ବିରୋଧି ହା୍ୱା ଭୋଟରେ ରୂପାନ୍ତରିତ ହେଉ ନାହିଁ। ଏକଥା ଆମେ କହୁନାହୁଁ। ଏକଥା ଜାତୀୟ ସ୍ତରର ଗଣମାଧ୍ୟମ ଟାଇମ୍ସ ନାଓ ଏବଂ ସର୍ଭେକ୍ଷଣ ସଂସ୍ଥା ଇଟିଜି ପକ୍ଷରୁ କୁହାଯାଇଛି। ସୋମବାର ସକାଳୁ ଏନେଇ ଟାଇମ୍ସ ନାଓରେ ଖବର ପ୍ରସାରଣ କରାଯାଇଛି। ଲଗାତର ଚତୁର୍ଥ ଥର ପାଇଁ ବିଜେଡିର ବିଧାନସଭା ଆସନ ଶହେ ଛୁଇଁବ ବୋଲି ଆକଳନ କରାଯାଇଛି।…

Read More

ବିଜେଡିର ନିଦ ହଜାଇ ଦେଉଛି ବୁଥ ବାହୁଡ଼ା ମତ

ଭୁବନେଶ୍ୱର- ସାଧାରଣ ନିର୍ବାଚନ ନ ସୁରୁଣୁ ଜାତୀୟ ଗଣମାଧ୍ୟମ ଗୁଡ଼ିକର ବୁଥ୍ ବାହୁଡ଼ା ମତ ବିଜେଡି ଶିବିରକୁ ଚିନ୍ତାଗ୍ରସ୍ତ କରାଇଛି। ପୂର୍ବଭଳି ଚଳିତ ଥର ଲୋକସଭାରେ ବିଜେପି ଭଲ କରିବ ବୋଲି ପ୍ରାୟ ସମସ୍ତ ଗଣମାଧ୍ୟମ ଆକଳନ କରିଛନ୍ତି। ମାତ୍ର ଜାତୀୟ ଗଣମାଧ୍ୟମ ଗୁଡ଼ିକ ବିଜେଡିର ବିଧାନସଭା ଆସନ ନେଇ ଏତେଟା ଦେଖାଇ ନ ଥାନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର ବିଧାନସଭା ନେଇ ଏକ ଚକିତ କରିଲା ଭଳି ବୁଥ୍ ବାହୁଡ଼ା ମତ ଆସିଛି। ଇଣ୍ଡିଆ…

Read More

ସୋନପୁରରୁ ଶାହା, ଦକ୍ଷିଣ ଓଡ଼ିଶାରୁ ପାଣ୍ଡିଆନ୍ କଲେ ପ୍ରଚାର ….ଦିନେ ଏକାଠି ହୋଟେଲରେ ବସି ଜଳଖିଆ କରିଥିଲେ…

ସୋନପୁର/ବିଷମକଟକ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବଭଳି…

Read More

ଏଥର ଜମିବ ପ୍ରଚାର..ଆରମ୍ଭ କରିବେ ନବୀନ..ଆଗପଛ ହୋଇ ଆସିବେ ଶାହା, ରାହୁଲ, ମୋଦି, ପ୍ରିୟଙ୍କା…

ଭୁବନେଶ୍ୱର : ସାଧାରଣ ନିର୍ବାଚନ ନେଇ ଓଡ଼ିଶା ରାଜନୈତିକ ପାଣିପାଗ ଆହୁରି ଗରମ ହେବାକୁ ଯାଉଛି। ଆଉ ଦୁଇ ଦିନ ପରେ ଦେଶ ଓ ରାଜ୍ୟର ଶୀର୍ଷ ନେତାମାନେ ବିଭିନ୍ନ ଅଞ୍ଚଳରେ ଆନୁଷ୍ଠାନିକ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଏହି କ୍ରମରେ ବିଜେଡିରୁ  ନବୀନ ପଟ୍ଟନାୟକ, ବିଜେପିରୁ ନରେନ୍ଦ୍ର ମୋଦି ଓ ଅମିତ ଶାହା , କଂଗ୍ରେସରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଚାର ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ସିପିଏମରୁ…

Read More

କାହିଁକି କଣ୍ଟାବାଞ୍ଝିକୁ ବାଛିଲେ ନବୀନ ପଟ୍ଟନାୟକ…କେତେ ଫଳପ୍ରଦ ହେବ ଏହି ଯୋଜନା…

ଭୁବନେଶ୍ୱର : ରାଜ୍ୟରେ ଲଗାତର ପଞ୍ଚମ ଥର ବିଜେଡି ନିର୍ବାଚନ ଜିତି ସାରିଛି। ଷଷ୍ଠ ଥର ଜିତି ରେକର୍ଡ଼ କରିବ ବୋଲି ଆଶାବାଦୀ ରହିଛି। ମାତ୍ର ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ସାମଗ୍ରିକ ପ୍ରଦର୍ଶନ ଓ ସାମ୍ପ୍ରତିକ ରାଜନୈତିକ ସ୍ଥିତି ବିଜେଡିର ରଣନୀତି ପରିବର୍ତ୍ତନ କରିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପଶ୍ଚିମ ଓଡ଼ିଶାରୁ ଲଢିବାକୁ ଯାଉଛନ୍ତି। ସେ ବିଜେପୁର,ବରଗଡ଼, ନର୍ଲା  କି ରେଢାଖୋଲରୁ ପ୍ରାର୍ଥୀ ହୋଇ ନାହାନ୍ତି।  ଆଜି ବିଜେଡ଼ିର ପଞ୍ଚମ ପ୍ରାର୍ଥୀ…

Read More

ସିଜୁମାଳୀ ଅଞ୍ଚଳରେ ଖଣିଖନନ ପ୍ରସଙ୍ଗ-ସ୍ଥାନୀୟ ଆଦିବାସୀ ଓ ପାରମ୍ପରିକ ବାସିନ୍ଦାଙ୍କ ଅଧିକାରର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ତଥ୍ୟ-ଅନୁସନ୍ଧାନୀ ଦଳର ଅଭିଯୋଗ

ଭବାନୀପାଟଣା : ୪/୪(ବ୍ୟୁରୋ): ଗତ ୨୦୨୩ ପରଠାରୁ ବେଦାନ୍ତ ଲିମିଟେଡ୍  କମ୍ପାନୀ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣିଖନନ  ପ୍ରସ୍ତାବ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମଞ୍ଜୁର ପାଇଁ ପର୍ଯ୍ୟାୟ କ୍ରମେ ଶୀଘ୍ର ଆଗକୁ ବଢିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ବାଚନୀ ବଣ୍ଡ୍ ର ଖୁଲାସା ଅନୁଯାୟୀ ରାଜନୈତିକ ଦଳଗୁଡିକର ସବୁଠାରୁ ବଡ ଦାତା ଅନୁଷ୍ଠାନ ହେଉଛି ବେଦାନ୍ତ ଲିମିଟେଡ୍, ଯାହା ଭାରତୀୟ ଜନତା ପାର୍ଟିକୁ ୨୩୦.୧୫ କୋଟି, କଂଗ୍ରେସକୁ…

Read More

General Election 2024 : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଓ କଂଗ୍ରେସ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଜାରି ରହିଛି ପ୍ରାର୍ଥୀ ଘୋଷଣା ପର୍ବ। ଏହି କ୍ରମରେ ମଙ୍ଗଳବାର ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବିଜେପି ୧୧୨ଟି ବିଧାନସଭା ଆସନ, କଂଗ୍ରେସ – ୮ ଲୋକସଭା ଏବଂ ୪୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।  ଏହି କ୍ରମରେ ବିଜେପିରୁ ବିଧାନସଭା ପ୍ରାର୍ଥୀ ଭାବେ ପଦ୍ମପୁର- ଗୋବର୍ଦ୍ଧନ ଭୁଏ, ବିଜେପୁର- ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି।…

Read More

ବିଜେଡି ସହ ସମ୍ପର୍କ ଛିଣ୍ଡେଇଲେ ଭର୍ତ୍ତୃହରି ମହତାବ……କ୍ଷୋଭର ସହ କହିଲେ ବହୁତ କଥା…..

ଭୁବନେଶ୍ୱର :  କଟକ ଏମପି ତଥା ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଖବରଦାତା ସମ୍ମିଳନୀ କରି ସେ କଟକରେ ନିଜ ଇସ୍ତଫା କଥା ଘୋଷଣା କରିଥିଲେ। ଶ୍ରୀ ମହତାବ କହିଥିଲେ ଯେ, ଭଗ୍ନ ହୃଦୟରେ ବିଜେଡିରୁ ଇସ୍ତଫା ଦେଉଛି। ମୋ ଧୈର୍ଯ୍ୟ ସୀମା ଲଂଘନ କରିଛି। ସେଥିପାଇଁ ଏ ନିଷ୍ପତ୍ତି ନେଇଛି।…

Read More

କୁଆଡେ ଗଲେ ବିଜେଡିର ଚିଲିକା ବିଧାୟକ ପ୍ରାର୍ଥୀ……

ପୁରୀ : ପୁରୀ ଜିଲ୍ଲାର ଚାରୋଟି, ଖୋରଧା ଜିଲ୍ଲାର ଗୋଟିଏ ଏବଂ ନୟାଗଡ଼ ଜିଲ୍ଲାର ଦୁଇଟି ଆସନକୁ ନେଇ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ। ବିଜେଡି ତାହାର ପ୍ରଥମ ନିର୍ବାଚନୀ ସମୀକ୍ଷାରେ ଆଶାୟୀ ପ୍ରାର୍ଥୀମାନଙ୍କୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହି ଆଶାୟୀମାନେ ହେଉଛନ୍ତି-ପୁରୀ ସଦର-ସୁନୀଲ ମହାନ୍ତି, ସତ୍ୟବାଦୀରୁ ସଞ୍ଜୟ କୁମାର ଦାସବର୍ମା, ବ୍ରହ୍ମଗିରୀରୁ ଉମାକାନ୍ତ ସାମନ୍ତରାୟ, ପିପିଲିରୁ ରୁଦ୍ର ମହାରଥି, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ନୟାଗଡ଼ରୁ ଅରୁଣ ସାହୁ ଏବଂ ରଣପୁରରୁ ସତ୍ୟନାରାୟଣ ପ୍ରଧାନ।…

Read More

ମେଣ୍ଟ ଚର୍ଚ୍ଚାକୁ ଝୁଲାଇ ରଖିଲେ ଭି.କେ ପାଣ୍ଡିଆନ୍, ଅମିତ ଶାହାଙ୍କ ପରି କଥା ମୋଦି-ନବୀନଙ୍କ ଉପରେ ଛାଡିଲେ …

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ତୃତୀୟ ଥର କ୍ଷମତାକୁ ଆସିବା ନେଇ ମେଣ୍ଟ ଆବଶ୍ୟକ ନାହିଁ।  ମୋଦିଙ୍କୁ ବିଜେଡିର ସହଯୋଗ ଆବଶ୍ୟକ ନାହିଁ। ଅନୁରୂପ ଭାବେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ମେଣ୍ଟ ଦରକାର ନାହିଁ। ମେଣ୍ଟ ନେଇ ଯେଉଁ ଆଲୋଚନା ରହିଛି, ତାହା ସାଧାରଣ ରାଜନୈତିକ ଚର୍ଚ୍ଚାରୁ ଉର୍ଦ୍ଧ୍ୱରେ । ଦୁଇଜଣ ଉତ୍ତୃଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ଏକ ବୃହତର ସ୍ୱାର୍ଥ ପାଇଁ ପରସ୍ପରକୁ ସମ୍ମାନ କରନ୍ତି। ଏହା…

Read More