
ଅବଢ଼ା ପ୍ରିୟ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ଆନନ୍ଦ ବଜାରରେ ଲାଗିବ ଦର ତାଲିକା
ପୁରୀ : ଦୀନବନ୍ଧୁ ଦଇତାରୀ, କୋଠ ଭୋଗଖିଆ, ଅନାଥଙ୍କ ନାଥ ଶ୍ରୀଜଗନ୍ନାଥ। ମାତ୍ର ମହାପ୍ରଭୁଙ୍କ ମହାପ୍ରସାଦ ଦର ଏତେ ଅଧିକ ରହୁଥିଲା ଯେ, ଦୀନବନ୍ଧୁ , କୋଠ ଭୋଗ ଆଶା ରଖିଥିବା ଲୋକ କି ଅନାଥ ଦୂରର କଥା, ନିମ୍ନ ମଧ୍ୟବିତ୍ତ ଭକ୍ତଟିଏ ମଧ୍ୟ ପର୍ଯ୍ୟାପ୍ତ ମହାପ୍ରସାଦ କିଣିପାରେ ନାହିଁ। ଏହାକୁ ନେଇ ଭକ୍ତ, ପୁରୀ ବାସିନ୍ଦା ଏବଂ ବିଭିନ୍ନ ବର୍ଗର ଅସନ୍ତୋଷ ରହିଥିଲା। ଅବଢାକୁ ନେଇ କେତେକ ସମୟରେ ଆନନ୍ଦ ବଜାରରେ ବିଶୃଙ୍ଖଳା ମଧ୍ୟ ଦେଖିବାକୁ…