
କିଏ ଏହି ଆକାଶ ଦୀପ୍ , କେମିତି ଥିଲା ତାଙ୍କ କ୍ରିକେଟର ଯାତ୍ରା ଜାଣନ୍ତୁ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଆକାଶ ଦୀପ ସିଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ଏହି ମ୍ୟାଚ୍ ଆକାଶଦୀପଙ୍କ ପାଇଁ ଏକ ସ୍ୱପ୍ନର ଡେବ୍ୟୁ ଭାବେ ପ୍ରମାଣିତ ହୋଇଛି । ବଙ୍ଗଳା ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଏହି ଖେଳାଳିଙ୍କୁ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଖେଳିବାର ସୁଯୋଗ ମିଳିଛି । କାର୍ଯ୍ୟଭାର…