କାହା ମୁହଁ ଉପରେ ପରିସ୍ରା କରିବା ଅପରାଧ ନୁହେଁ ବୋଲି କହିଲେ ବ୍ରାହ୍ମଣ ସମାଜ ନେତା
ଭୋପାଳ : ଅସୁବିଧାରେ ପଡିଥିଲେ ସମାଜରେ କେହି କାହାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ହେଲେ ମଧ୍ୟପ୍ରଦେଶରେ ଓଲଟା ଘଟଣା ଘଟିଛି। ନିଜ ସମାଜର ଗୋଟିଏ ଲୋକ ଆଦିବାସୀ ଯୁବକ ଉପରେ ଅମାନବୀୟ ଭାବେ ପରିସ୍ରା କରି ଜେଲ୍ ଯିବା ପରେ ତା ସହିତ ସ୍ଥାନୀୟ ବ୍ରାହ୍ମଣ ସମାଜ ଛିଡା ହୋଇଛି। ବେଆଇନ ଭାବେ ନିର୍ମାଣ ହୋଇଥିବା ତା ଘରକୁ ପ୍ରଶାସନ ଭାଙ୍ଗିଦେବା ପରେ ସେହି ଘରକୁ ତୋଳିବା ପାଇଁ ସମାଜ ପକ୍ଷରୁ ଅର୍ଥ ଆଦାୟ କରାଯାଇଛି। …