ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଦୋକାନୀକୁ ସ୍ଥାୟୀ ଜମି କେବେ…

ଭୁବନେଶ୍ୱର : କିଛି ଦିନ ତଳେ ଶହୀଦ ନଗର ହାଟ ପାଇଁ ରାଜ୍ୟ ସରକାର ଜମି ମଞ୍ଜୁର କରିଛନ୍ତି। ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି। ମାତ୍ର ବହୁଚର୍ଚ୍ଚିତ ଝାରପଡ଼ା ଗଣେଶ ମଣ୍ଡପ ଭେଣ୍ଡିଙ୍ଗ୍ ଜୋନ୍ ଉଚ୍ଛେଦରେ କ୍ଷତିଗ୍ରସ୍ତଙ୍କ ପାଇଁ ଏଯାଏଁ ସରକାର ଚୁପ୍ ରହିଛନ୍ତି। ଶହୀଦ ନଗର ମୂଳ ହାଟ ଉଚ୍ଛେଦ ପରେ ଏକ ଅସ୍ଥାୟୀ ସ୍ଥାନରେ ଦୋକାନୀ ମାନଙ୍କୁ ପୂର୍ବରୁ ଥଇଥାନ କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ସ୍ଥାୟୀ ଜମି ମିଳିସାରିଛି। ହେଲେ ଝାରପଡ଼ାରେ ପୂର୍ବ…

Read More

ଭୁବନେଶ୍ୱରରେ ସ୍ଥାପନ ହେବ ଭାରତର ପ୍ରଥମ ମହିଳା ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ବ୍ଲୁ’

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭାରତର ପ୍ରଥମ  ମହିଳା ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ବ୍ଲୁ’। ସୁପରିଚିତ ବିକାଶ ଯୋଗାଯୋଗ ସଂସ୍ଥା ‘ଏସିଡିସିଆର’ (ଏସିଆ ସେଣ୍ଟର  ଫର ଡେଭଲପମେଣ୍ଟ କମ୍ୟୁନିକେସନ ଆଣ୍ଡ ରିସର୍ଚ୍ଚ)କୁ ଏହି କମ୍ୟୁନିଟୀ ରେଡିଓ ସ୍ଥାପନ ପାଇଁ ଭାରତ ସରକାରଙ୍କ ଦୂରସଞ୍ଚାର ମନ୍ତ୍ରଣାଳୟରୁ ଲାଇସେନ୍ସ ମିଳିଛି। ରେଡିଓ ବ୍ଲୁ ଦେଶର ଏକମାତ୍ର କମ୍ୟୁନିଟୀ ରେଡିଓ ହେବ , ଯାହା କେବଳ ମହିଳା ମାନଙ୍କ ନେତୃତ୍ବ ଓ ଭାଗିଦାରୀରେ ଚାଲିବ । …

Read More

ଆଦିବାସୀ ମେଳାର ମଜା ନେଉଛନ୍ତି ଦର୍ଶକ, ସହର ମଧ୍ୟରେ ଶୋଭା ପାଉଛି ଆଦିବାସୀ ଗାଁ ଓ ହାଟ

ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା ୨୦୨୪ । ଗତକାଲି ତଥା ଜାନୁଆରୀ ୨୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଉଦଘାଟନ କରିବା ସହ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏହି ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ…

Read More

ଭୁବନେଶ୍ୱର , ଉପକଣ୍ଠସ୍ଥ ୩ ଆସନରେ ପ୍ରାର୍ଥୀ ଚୟନ ବିଜେଡ଼ି ପାଇଁ ଆହ୍ୱାନପୂର୍ଣ୍ଣ

ଭୁବନେଶ୍ୱର:  ରାଜନୀତିରେ ନ୍ୟାରେଟିଭ୍ ତଥା ବାର୍ତ୍ତା ଦୁଇ ପ୍ରକାର କରାଯାଇଥାଏ। ପ୍ରଥମତଃ- ରାଜଧାନୀରୁ ରାଜ୍ୟର ଅନ୍ୟ ଅଂଚଳକୁ ବାର୍ତ୍ତା ପ୍ରେରଣ କରାଯାଇଥାଏ। ଅନ୍ୟଟି ରାଜ୍ୟର ଅନ୍ୟ ସ୍ଥାନ ଗୁଡିକର କାର୍ଯ୍ୟକ୍ରମର ପ୍ରଭାବ ରାଜ୍ୟ ମୁଖ୍ୟାଳୟରେ ପଡିଥାଏ। ପ୍ରଥମଟି ଗଣମାଧ୍ୟମ ଦୃଷ୍ଟିରୁ ଅଧିକ ସୁଦୂରପ୍ରସାରୀ ହୋଇଥାଏ। ତେଣୁ ରାଜନୈତିକ ଦଳମାନେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଆନ୍ତି। ରାଜଧାନୀର ଆସନ ଗୁଡିକର ବିଜୟ-ପରାଜୟ ଅନ୍ୟ ଅଞ୍ଚଳରେ ଏକ ଧାରଣା ସୃଷ୍ଟି କରିଥାଏ।…

Read More

ସୁନା ପୁଅ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଗତକାଲି ଭାରତୀୟ ପୁରୁଷ ହକି ଟିମ୍ ଏସୀୟ କ୍ରୀଡ଼ାରେ ବହୁ ପ୍ରତୀକ୍ଷିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପ୍ରଦର୍ଶ ମଧ୍ୟ ଉଚ୍ଚକୋଟୀର ଥିଲା।  ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତ ରୋହିଦାସଙ୍କ ପାଇଁ  ଦେଢ଼ କୋଟି ଟଙ୍କାର ପୁରସ୍କାର  ରାଶି ଘୋଷଣା କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। ତୃଣମୂଳରୁ ଆରମ୍ଭ କରି  ଅନ୍ତର୍ଜାତୀୟ ହକି ଟର୍ଫରେ ଖେଳୁଥିବା ଅମିତ ରୋହିଦାସଙ୍କ…

Read More

ରଙ୍ଗ ବଦଳାଇଦେଲେ କଂଗ୍ରେସ ନେତା ନରସିଂହ ମିଶ୍ର, ସେତେବେଳେ କରୁଥିଲେ ବିରୋଧି, ଏବେ ସପକ୍ଷରେ କହିଲେଣି

ଭୁବନେଶ୍ୱର : ସାରା ଦେଶରେ ମଣ୍ଡଳ କମିସନ ଲାଗୁ ହେବା ପାଇଁ ପ୍ରସ୍ତୁତ ଲାଗି ରହିଥାଏ। ମାତ୍ର ଓଡ଼ିଶା ସରକାର ମଣ୍ଡଳ କମିସନ ସୁପାରିସ୍ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ସୁପ୍ରିମକୋର୍ଟରେ ମଣ୍ଡଳ କମିସନ ବିରୋଧରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ନରସିଂହ ମିଶ୍ର ଛିଡ଼ା ହୋଇଥିଲେ। ଏହା ହେଉଛି ନବେ ଦଶକର କଥା। ରାଜ୍ୟରେ ପଛୁଆବର୍ଗଙ୍କୁ ଯେପରି ସଂରକ୍ଷଣରୁ ବଞ୍ଚିତ କରାଯିବ, ସେ ନେଇ ନରସିଂହ ସବୁ ପ୍ରକାର ଚେଷ୍ଟା କରୁଥିଲେ। ଏଥିରେ…

Read More

ରୋଟାରୀ କ୍ଲବ ଭୁବନେଶ୍ୱର ମିଡୋଜ ପକ୍ଷରୁ ଡେଙ୍ଗୁ ସଚେତନତା ରଥ ଉଦ୍ଘାଟିତ

ଆଜି ସ୍ଵାଧୀନତା ଦିବସ ପାବନ ଅବସରରେ ରୋଟାରୀ କ୍ଳବ୍ ଭୁବନେଶ୍ବର ମିଡୋଜ୍ ଓ ରୋଟାରାକ୍ଟ କ୍ଳବ୍ ଭୁବନେଶ୍ବର ସନ୍ ସାଇନ୍ ପକ୍ଷରୁ ଡେଙ୍ଗୁ ସଚେତନତା ରଥ ଓ ସାଇକ୍ଲୋଥନ ଆୟୋଜିତ ହୋଇ ଯାଇଅଛି । ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ସଚେତନତା ରଥ ଓ ସାଇକ୍ଲୋଥନ୍ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଏସପ୍ଲାନେଡ ମଲ୍ ନିକଟରେ ଶେଷ ହୋଇଥିଲା। ରୋଟାରୀ ଡିଜି ଜୟଶ୍ରୀ ମହାନ୍ତି ଏହି ସଚେତନତା ରଥକୁ ପତାକା ହଲେଇ ଯାତ୍ରାରମ୍ଭ…

Read More

ରାଜଧାନୀରେ ଶୀର୍ଷରେ ଡେଙ୍ଗୁ, ସବୁ ସରିବା ପରେ ପୁଣି ଡ୍ରୋନ୍ ପୁରାଣ ପଢାଇଲେ ମେୟର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଚରମସୀମାରେ ପହଞ୍ଚିଛି। ପ୍ରତିଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ରୋଗୀଙ୍କୁ ଆଡମିଶନ୍ କରିବାକୁ ମନା କରି ଦେଉଛନ୍ତି। ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ କିଛିଦିନର ଚିକିତ୍ସା ପରେ ଛାଡି ଦେଉଛନ୍ତି।  ଏତେ ସବୁ ପରେ ଡେଙ୍ଗୁ ରାଜଧାନୀରେ ନିୟନ୍ତ୍ରଣାଧିନ ନାହିଁ। ଏନେଇ ସବୁ ମହଲରୁ ଭୁବନେଶ୍ୱର ମହାନଗର ନିଗମକୁ ସମାଲୋଚନା କରାଯାଇଛି। ଡେଙ୍ଗୁ ସମ୍ପର୍କରେ ମେୟର ସୁଲୋଚନା ଦାସ…

Read More

କାହିଁକି ଭୁବନେଶ୍ୱର ଆସୁଛନ୍ତି ସନ୍ନି ଲିଓନି…କଣ କହିଲେ ଭାଇରାଲ ଭିଡିଓରେ

ଭୁବନେଶ୍ୱର :  ବିବାଦୀୟ ଅଭିନେତ୍ରୀ ସନ୍ନି ଲିଓନି ଓଡ଼ିଶା ଆସୁଛନ୍ତି। ଆସନ୍ତା ମାସରେ ସେ ଓଡ଼ିଶା ଆସିବେ ବୋଲି ଜଣା ପଡିଛି। ଆସନ୍ତା ଅଗଷ୍ଟ ମାସ ବାର ତାରିଖରେ ସନ୍ନି ଲିଓନି ଓଡ଼ିଶା ଆସିବେ। ସେ ନିଜେ ଏହି ସୂଚନା ସାମାଦିକ ଗଣମାଧ୍ୟମରେ ପ୍ରଦାନ କରିଛନ୍ତି। ସେ ଏପରି କହୁଥିବା ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ରାଜଧାନୀର ଏକ କ୍ଲବର ଉତ୍ସବରେ ଯୋଗ ଦେବାକୁ ସନ୍ନି ଲିଓନି ଆସୁଥିବା ଜଣାପଡିଛି।

Read More

ଚଳିତ ସପ୍ତାହରେ ବର୍ଷାର ପରିମାଣ ବଢିବ

ଭୁବନେଶ୍ୱର : ରାଜ୍ୟରେ ମୌସୁମୀର ଆଗମନ ହୋଇଥିଲେ ବି ଏହା ଦୁର୍ବଳ ରହିଛି ମୌସୁମୀ ଦୁର୍ବଳ ରହିଥିବା କାରଣରୁ ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହା ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ  ସୋମବାର ପ୍ରକାଶ ପାଇଥିବା ଏକ ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି। ପରିବେଶରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ରହିଥିବାରୁ ଏବଂ ୮୦…

Read More