ସରକାରୀ ଟଙ୍କାରେ ନିଜର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି, କଂଗ୍ରେସ ଆଣିଲା ଅଭିଯୋଗ

ଭୁବନେଶ୍ୱର : : ଓଡ଼ିଶା ସରକାର ଜନତାଙ୍କ ଟଙ୍କାକୁ ବିଜୁ ଜନତା ଦଳର ପ୍ରଚାରରେ ବ୍ୟବହାର କରୁଛନ୍ତି । ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ “ଶଙ୍ଖ”  ବ୍ୟବହାର କରାଯାଉଛି । ଓଡ଼ିଶାର ସାଧାରଣ ଜନତାଙ୍କ ଟଙ୍କାକୁ ବିଜୁ ଜନତା ଦଳର ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛନ୍ତି । ଯାହା ସମ୍ପୂର୍ଣ୍ଣ ନିୟମ ବିରୋଧୀ ବୋଲି ସାମ୍ୱାଦିକ ସମ୍ମିଳନୀରେ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। “ଆଚରଣ ବିଧି”…

Read More

ବିଜେଡିରେ କ୍ରୀତଦାସ..ଗୋଟିଏ କଥାକୁ କିପରି କହିଲେ ପ୍ରଦୀପ ପାଣିଗ୍ରାହୀ ଓ ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ। ରାଜ୍ୟରେ ଏତେ ସବୁ କାଣ୍ଡ ଘଟି ଯାଉଛି। ସେ କାହିଁକି ନୀରବ ରହୁଛନ୍ତି। ତାଙ୍କ ଭଉଣୀ ଗୀତା ମେହଟ୍ଟା, ଭାଇ ପ୍ରେମ୍ ପଟ୍ଟନାୟକ କିଛି କହୁନାହାନ୍ତି। ଏହା କଣ ଠିକ୍ କି ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶନିବାର କହିଛନ୍ତି। ପ୍ରଦୀପ ଆହୁରି କହିଛନ୍ତି ଯେ, ବିଜେଡିରେ ରାଜନେତାଙ୍କୁ କ୍ରୀତଦାସ ଭଳି ବ୍ୟବହାର କରାଯାଉଛି। ସତ କହିଲେ ଜେଲ୍ ଡ଼ର ଦେଖାଉଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ବିଧାନ ଉପରେ ନୁହଁନ୍ତି। ସିଏମଓର…

Read More

ନିୟମ ଉଲ୍ଲଘଂନ କରି ଚାଲିଛି ବେଦାନ୍ତ କମ୍ପାନୀ, ବିନା ପରିବେଶ ମଞୁରୀରେ ଲୁଟୁଛି ଖଣି

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ମଧ୍ୟରେ ଥିବା ଜାମକାନି ଅଞ୍ଚଳରେ ବ୍ୟାପକ ଭାବେ କୋଇଲା ଖନନ ହେଉଛି । ଏହି କୋଇଲା ଖଣିର ଆବଣ୍ଟନ ସଠିକ ନିୟମରେ ହୋଇନଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଏହି କୋଇଲା ଖଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ସ୍ଥାନୀୟ ବାସିନ୍ଦା, ରାଇରଙ୍ଗପୁର ବିଧାୟକ ରାଜନ ଏକ୍କା ,ସୁନ୍ଦରଗଡ କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ…

Read More

ବିଜେଡ଼ିକୁ “ବିଦ୍ରୋହ“ ଅଡୁଆ , କାମ୍ପ ଭୋଟରଙ୍କୁ ନେଇ ସବୁ ଶିବିରରେ କମ୍ପନ, ତୃତୀୟ ବିଜୟ ଲକ୍ଷ୍ୟରେ ନାରାୟଣ… ଜମିଲାଣି ପାରଳାଖେମୁଣ୍ଡି ରାଜନୀତି

ପାରଳାଖେମୁଣ୍ଡି:  ସାରା ରାଜ୍ୟରେ ବିଜେଡିର ଉତ୍ତମ ସଙ୍ଗଠନ। ହେଲେ ଗଜପତି ଜିଲ୍ଲା କଥା ପଡ଼ିଲେ ଏହି ଉତ୍ତମ ଶବ୍ଦଟି ଉଭାନ ହୋଇଯାଏ। ବିଶେଷ କରି ଏହି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହା ବୋଧହୁଏ, ରାଜ୍ୟର ଗୋଟିଏ ନିର୍ବାଚନମଣ୍ଡଳୀ ଯେଉଁଠି ବିଜେଡି ଅପେକ୍ଷା ବିଜେପି ଓ କଂଗ୍ରେସ ଅଧିକ ଶକ୍ତିଶାଳୀ ମନେ ହୁଏ।  ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ଭିତରେ ଟିକେଟ୍ ଆଶାୟୀଙ୍କ…

Read More

ଅସନ୍ତୋଷର ଦୋକାନ ନାହିଁ, ଏହା ଆପେ ଫୁଟିକି ବାହାରିବ : ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ଅଣ୍ଡା ଦୋକାନ ବନ୍ଦ କରିହେବ। ହେଲେ ଅସନ୍ତୋଷ କେମିତି ବନ୍ଦ ହେବ। ଅଣ୍ଡାର ସିନା ଦୋକାନ ଅଛି। ହେଲେ ଅସନ୍ତୋଷର ଦୋକାନ ନାହିଁ। ତେଣୁ ଅସନ୍ତୋଷ ଲୋକମାନଙ୍କ ମଧ୍ୟରେ ଫୁଟିକି ବାହାରିବ ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେହିପରି ବିଜେପି କଦାପି ବିଜେଡିର ବିକଳ୍ପ ହୋଇପାରିବ ନାହିଁ…

Read More

କଂଗ୍ରେସ ଉଠାଉଥିବା ପ୍ରସଙ୍ଗ ବିଜେପିକୁ ଫାଇଦା ଦେବ….ରାଷ୍ଟ୍ରୀୟ ନେତୃତ୍ୱକୁ ରିପୋର୍ଟ ଦେଲା ନିର୍ବାଚନୀ ସର୍ଭେକ୍ଷଣ ସଂସ୍ଥା….

ଭୁବନେଶ୍ୱର : ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହେଉଥିବେ। ମାତ୍ର ଏକଥା ସତ। ରାଜ୍ୟ କଂଗ୍ରେସର ନିଷ୍କ୍ରିୟତା ଓ ରଣନୀତି ଚୟନ ରାଜ୍ୟ ବିଜେପିକୁ ଫାଇଦାରେ ରଖିବ। ଏକଥା ଆମେ କହୁନାହୁଁ। କେନ୍ଦ୍ରୀୟ ବିଜେପି ପାଇଁ କାମ କରୁଥିବା ନିର୍ବାଚନୀ ସର୍ଭେ ସଂସ୍ଥା ବରାହ ଆନାଲିଟିକ୍ ପକ୍ଷରୁ କୁହାଯାଇଛି। ଓଡ଼ିଶା ସମ୍ପର୍କିତ ଏକ ରିପୋର୍ଟ ନିକଟରେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱକୁ ପ୍ରଦାନ କରାଯାଇଛି। ରାଜ୍ୟ କଂଗ୍ରେସର କୌଣସି ରାଜନୈତିକ କାର୍ଯ୍ୟକ୍ରମ ବିଜେପିକୁ ଅଡୁଆ ହେବ ନାହିଁ। ବରଂ ସବୁ…

Read More