
ମଧ୍ୟଯୁଗୀୟ ମନୁବାଦୀ ବିଚାରରେ ମହିଳା ଓ ଦଳିତଙ୍କୁ ଅସୁରକ୍ଷିତ ଅବସ୍ଥାରେ ରଖିଥିବା ବିଜେପି ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛି – ରାଷ୍ଟ୍ରୀୟ ଯୁବା ସଙ୍ଗଠନ
ଭୁବନେଶ୍ବର : ଓଡ଼ିଶାରେ କ୍ରମାଗତ ଭାବେ ମହିଳାଙ୍କ ପ୍ରତି ହିଂସା ଓ ଗଣଦୁଷ୍କର୍ମ ବଢିଚାଲିଥିବା ବେଳେ ସଂଖ୍ୟାଲଘୁ ଆଦିବାସୀ ଓ ଦଳିତମାନଙ୍କ ଉପରେ ମଧ୍ୟଯୁଗୀୟ ବର୍ବରତା ବଢିଚାଲିଛି। ଗଞ୍ଜାମ ଜିଲ୍ଲାର ମୋଟ ୧୪ଟି ବିଧାନସଭା କ୍ଷେତ୍ରର ୧୩ ଟି ଆସନରେ ଏବଂ ୨ଟି ଲୋକସଭା ଆସନରୁ ଦୁଇଟି ଯାକ ଆସନରେ ବିଜେପି ଜିତିଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପଳପୁର ବେଳାଭୂମିର ପର୍ଯ୍ୟଟକ ଚୌକିରେ ବସିଥିବା ଯୁବକ ଯୁବତୀଙ୍କ ଉପରେ ଦଶଜଣ ଅପରାଧୀ ଆକ୍ରମଣ କରି ପୁରୁଷ ବନ୍ଧୁଙ୍କୁ…