ବଦଳିଯିବ ବିଜେଡ଼ିର ବହୁ ବରିଷ୍ଠଙ୍କ ଆସନ …ଉପକୂଳରେ ବହୁ ଆସନରେ ହେବ ପରିବର୍ତ୍ତନ …

ଭୁବନେଶ୍ୱର : ବିଜୁ ଜନତା ଦଳ ଚଳିତ ସାଧାରଣ ନିର୍ବାଚନରେ ବହୁ ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରାର୍ଥୀ ବଦଳ କରିବାକୁ ମନସ୍ଥ କରିସାରିଛି। ଏନେଇ କେତେକ ନେତାଙ୍କୁ ସବୁଜ ସଙ୍କେତ ଦିଆଯାଇସାରିଲାଣି। କେତେକ ସ୍ଥାନର ଛାମୁଆ ନେତୃତ୍ୱଙ୍କୁ ଡାକି ମଧ୍ୟ ଶଙ୍ଖ ଭବନରେ ନିୟମିତ ଅବଗତ କରାଯାଉଛି। ଗତଥର ଖୋର୍ଦ୍ଧା, ଚିଲିକା, ବେଗୁନିଆ, କେନ୍ଦ୍ରାପଡ଼ା, ଝରିଗାଁରେ ଏହି ଯୋଜନା ସଫଳ ହୋଇଥିଲା। ଚଳିତ ଥର ବଡ଼ ଧରଣର ଅଦଳବଦଳ ଆଶା କରାଯାଉଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଳ ଆସନ ହିଞ୍ଜିଳି…

Read More

ବିଧାୟକ ହେବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି ଓଡ଼ିଆ ନେତା…ସାଂସଦ ପଦକୁ ନେଇ ଟେକୁଛନ୍ତି…

ଭୁବନେଶ୍ୱର : ଦିନ ଥିଲା ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱର ହେବା ପାଇଁ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା। କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ତଥା ସଂସଦରେ ନିଜର ପରାକାଷ୍ଠା ଦେଖାଇବା ପାଇଁ ରାଜନେତା ଖୁସି ଅନୁଭବ କରୁଥିଲେ। ଦିଲ୍ଲୀରେ ଓଡ଼ିଶାର କଥା ରଖିବାର ଦକ୍ଷତା ଓ ସେଠାରୁ ଲଢି ରାଜ୍ୟର ସାମ୍ବିଧାନିକ ଭାଗ ଆଣିବା ପ୍ରାଥମିକତା ଥିଲା। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ରବି ରାୟ, ସମରେନ୍ଦ୍ର କୁଣ୍ଡୁ, ସୁରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା…

Read More

ବିଜେପି ବିଧାୟକ ସୁକାନ୍ତ ନାୟକଙ୍କୁ ନେବ ବିଜେଡି, ବବି କଲେ ଫାଇନାଲ

ଭୁବନେଶ୍ୱର : ବର୍ତ୍ତମାନର ବିଜେପି ବିଧାୟକ ତଥା ନୀଳଗିରି ପ୍ରତିନିଧି ସୁକାନ୍ତ ନାୟକ ଖୁବଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି। ଗତଥର ଶେଷ ମୂହୁର୍ତ୍ତରେ ଶ୍ରୀ ନାୟକ ବିଜେପି ଯାଇ ପଦ୍ମ ଚିହ୍ନରେ ଲଢି ବିଜୟ ହୋଇଥିଲେ। ବର୍ତ୍ତମାନ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ବିଧାନସଭା ଲଢିବାକୁ ଚାହୁଁଛନ୍ତି। ସେ ନୀଳଗିରିକୁ ଫେରି ପାରନ୍ତି। ତେଣୁ ସୁକାନ୍ତ ତାଙ୍କ ଟିକେଟ୍ ନେଇ ଏତେଟା ସୁଦୃଢ ନୁହଁନ୍ତି। ସେହିପରି ପୂର୍ବରୁ ବିଜେଡିରେ ରହିଥିବାରୁ ଘରବାହୁଡ଼ା ଏତେଟା ଅସୁବିଧା ହେବ…

Read More

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରସଙ୍ଗ ଓଡ଼ିଶା ରାଜନୀତି ସମୀକରଣ ବଦଳାଇଦେବ କି ….!!!

ନୂଆଦିଲ୍ଲୀ : (ଅନାମ ମହାନ୍ତିଙ୍କ ରିପୋର୍ଟ )-ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ରାଜଧାନୀରୁ ଆରମ୍ଭ କରି ରାଇରଙ୍ଗପୁର ଯାଏଁ କେବଳ ଚୌକି କାହାର ଚର୍ଚ୍ଚା। ଇତି ମଧ୍ୟରେ ଜାତୀୟ ରାଜନୀତିର ବିଭିନ୍ନ ସମୀକରଣ ଓଡ଼ିଶା କ୍ଷମତା ରାଜନୀତି ଗଣିତକୁ ଜଟିଳ କରିଛି। ଶିରୋମଣି ଅକାଳି ଦଳ, ରାଷ୍ଟ୍ରୀୟ ଲୋକ ଦଳ ଏବଂ ଜେଡିୟୁ ଭାଜପା ନେତୃତ୍ୱାଧିନ ଏନଡିଏରେ ସାମିଲ ହୋଇ ସାରିଲେଣି। ଅକାଳି ଦଳ ଆଗାମୀ ଦିନରେ ଏହି ଘୋଷଣା କରିପାରେ। ଆନ୍ଧ୍ର ପ୍ରଦେଶରେ ପୁରୁଣା ସହଯୋଗୀ…

Read More

ମୋରଡ଼ା: ବିଜେଡି ଆଶାୟୀ ସାଜିଛନ୍ତି ତୃତୀୟ ମହଲା ମୁଣ୍ଡବିନ୍ଧାର କାରଣ

ମୋରଡ଼ା: ମୟୂରଭଞ୍ଜ ଜିଲ୍ଲାର ଅଣସଂରକ୍ଷିତ ବିଧାନସଭା ଆସନ ମୋରଡ଼ା ନେଇ ବିଜେଡି ନୂଆ ପ୍ରାର୍ଥୀ ଖୋଜୁଛି। ବର୍ତ୍ତମାନ ବିଧାୟକ ଥିବା ରାଜ କିଶୋର ଦାସଙ୍କୁ ପୁର୍ନବାର ପ୍ରାର୍ଥୀ କରିବାକୁ ଚାହୁଁନାହିଁ।  ତେଣୁ ସେଠାରେ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇ ଗଲାଣି। ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଏବଂ ଅଧିକାଂଶ ବିଧାନସଭାରେ ବିଜେଡି ପରାସ୍ତ ହୋଇଥିଲା। ତେଣୁ ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ରାଜ କିଶୋର ଦାସ ମୂଳତଃ ବିଜେଡି ନୁହଁନ୍ତି। ବିଜେପିରେ…

Read More

ଗୋପାଳପୁର ଆସନରେ ବିକ୍ରମଙ୍କ କାର୍ଯ୍ୟକ୍ରମ କେତେ ଗ୍ରହଣୀୟ ହେଉଛି…କ’ଣ ଆସିଛି ରିପୋର୍ଟ…

ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କିଏ ପ୍ରାର୍ଥୀ ହେବ, ସେ ନେଇ ବିଜେଡି ଶିବିରରେ ବ୍ୟାପକ ଉତ୍ସାହ ରହିଛି। ଏକଦା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତି ବିଶ୍ୱସ୍ତ ଅଫିସର ଗୋପବନ୍ଧୁ ଦାଶଙ୍କୁ ଏହି ଆସନରେ ସଂଗଠନ ଦାୟିତ୍ୱ ଦିଆଯାଇଥିଲା। ପଞ୍ଚାୟତ ନିର୍ବାଚନରେ ଭଲ ଫଳାଫଳ ହୋଇଥିଲେ ବି ସଂଗଠନରେ ଆଖିଦୃଶିଆ ପରିବର୍ତ୍ତନ ଦେଖାଯାଇନଥିଲା । ପରେ ତାଙ୍କୁ କିଛି କୋଟେରୀ ନେତା ପରିବର୍ତ୍ତନ କରାଇଦେଇଥିଲେ। ଏବେ ଯାଏଁ, ବିଜେଡି କାହାରିକୁ ପ୍ରାର୍ଥୀ କରିବ,…

Read More

ଧର୍ମେନ୍ଦ୍ରଙ୍କ ପରେ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସାକ୍ଷାତକାର ପ୍ରସାରଣ କରିବ ANI …ଓଡ଼ିଶାର କ୍ଷମତା ରାଜନୀତିକୁ ‘ଗାଜର’ ବଗିଚା କାହିଁକି କୁହାଯାଉଛି…ପଢନ୍ତୁ

ଭୁବନେଶ୍ୱର :  ବହୁଳ ପ୍ରଚାରିତ ଖବର ସରବରାହ ସଂସ୍ଥା ANIରେ 5-ଟି ଅଧ୍ୟକ୍ଷ ତଥା ବିଜେଡିର ଦ୍ୱିତୀୟ ପ୍ରଭାବଶାଳୀ ନେତା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏକ ସାକ୍ଷାତକାର ଆସିବାକୁ ଯାଉଛି। ଏହାର ଏକ କ୍ଷୁଦ୍ର ଅଂଶ  ଆଜି ଏଏନଆଇ ଦ୍ୱାରା ଟୁଇଟରରେ ଅପଲୋଡ୍ କରାଯାଇଛି। ଉପସ୍ଥାପିକା ସ୍ମିତା ଏହି କାର୍ଯ୍ୟକ୍ରମରେ ଶାସକ ଦଲ ବିଜେପି ଏବଂ ଏହାର ସହଯୋଗୀ ନେତାମାନଙ୍କ ନିୟମିତ ସାକ୍ଷାତକାର କରି ଆସୁଛନ୍ତି। ବିଜେପି, ଏନଡିଏ ଏବଂ ଆରଏସଏସ୍ ସମର୍ଥକମାନଙ୍କ ସାକ୍ଷାତକାର ମଧ୍ୟ କରାଯାଉଛି।…

Read More

ସଞ୍ଜୀବ ନୁହେଁ କି ଅସିତ୍ ନୁହେଁ…ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ମନ ବଳାଇଲାଣି ବିଜେଡି …….

ଭଦ୍ରକ :  ବର୍ତ୍ତମାନ ବିଧାୟକ ଥିବା ସଞ୍ଜୀବ ମଲ୍ଲିକଙ୍କୁ ପୁନର୍ବାର ପ୍ରାର୍ଥୀ କରିବା ସପକ୍ଷରେ ନାହାନ୍ତି ବିଜେଡି ସୁପ୍ରିମୋ। ଶ୍ରୀ ମଲ୍ଲିକଙ୍କ ପ୍ରାର୍ଥିତ୍ୱକୁ ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ଠାରୁ ପ୍ରବଳ ବିରୋଧର ସମ୍ମୁଖିନ ହେବାକୁ ପଡୁଛି। ଅନୁରୂପ ଭାବେ ଅସିତ ପଟ୍ଟନାୟକଙ୍କ ସପକ୍ଷରେ ମଧ୍ୟ ସର୍ବ ସହମତି ଯୋଗାଡ଼ ହୋଇପାରୁନାହିଁ। ଇତି ମଧ୍ୟ ଭଦ୍ରକ ବିଧାନସଭା ପାଇଁ ନୂଆ ମୁହଁ ଖୋଜିବା ଓ ଅନ୍ୟ ଆଶାୟୀଙ୍କ ମଧ୍ୟରେ କାହାକୁ ପ୍ରାର୍ଥୀ କଲେ ଦଳ ଫାଇଦାରେ ରହିବ, ସେ…

Read More

କେନ୍ଦୁଝର ପରେ ଅନୁଗୋଳ : ଦଳୀୟ ଗୋଷ୍ଠୀ କନ୍ଦଳ, ପ୍ରଶାସନିକ ଅସହଯୋଗ କାରଣରୁ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଇସ୍ତଫା ଚର୍ଚ୍ଚା…

ଆଠମଲ୍ଲିକ :  ଅନୁଗୋଳ ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ବୃଦ୍ଧି। ଦଳ ଭିତରେ ଏକାଧିକ ଗୋଷ୍ଠୀ ମଧ୍ୟ ଶୀତଳ ଯୁଦ୍ଧ। ଦଳୀୟ କାର୍ଯ୍ୟକ୍ରମ ହେଉ କି ଜନ ସମ୍ପର୍କ ଯାତ୍ରା। ଏକାଧିକ ଗୋଷ୍ଠୀରେ ଭାଗ ହେଉଛନ୍ତି ଦଳୀୟ ଛାମୁଆ କର୍ମୀ ଓ ସମର୍ଥକ। ବର୍ତ୍ତମାନର ବିଧାୟକ ରମେଶ ସାଏ ଏବଂ ସମ୍ବଲପୁର ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଭିତରେ ଶୀତଳ ଯୁଦ୍ଧ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଆଶ୍ଚର୍ଯ୍ୟର କଥା, ତୃତୀୟ ମହଲାର ହସ୍ତକ୍ଷେପ…

Read More

ବଦଳୁଛି ସମ୍ବଲପୁର-ରେଢାଖୋଲ ବିଧାନସଭା ରାଜନୀତିର ପ୍ରାକ୍ ଦୃଶ୍ୟପଟ୍ଟ, ଧର୍ମେନ୍ଦ୍ରଙ୍କ ଯୋଗାଯୋଗରେ ବିଜେଡି ନେତା, ନେତ୍ରୀ…

ସମ୍ବଲପୁର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ରାଜଧାନୀକୁ ବାଦ୍ ଦେଲେ ଯେଉଁଠି ପରିବେଶ ଅଧିକ ଉଷ୍ମ, ସେ ସ୍ଥାନ ହେଉଛି ସମ୍ବଲପୁର। ସମ୍ବଲପୁର ଚର୍ଚ୍ଚାରେ ରହିବା ପାଇଁ ସବୁ ଉପାଦାନ ରହିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଲୋକସଭା ଆସନରୁ ନିର୍ବାଚନ ଲଢିବେ। ତାଙ୍କୁ ମୁକାବିଲା କରିବା ପାଇଁ ଭି.କେ ପାଣ୍ଡିଆନ୍ ନିଜର ଏକାନ୍ତ ଅନୁଗତ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାଥମିକ ଇସାରା ଦେଇଛନ୍ତି। ଏକଥା ପ୍ରଣବ ପ୍ରକାଶ ନିକଟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।…

Read More