
ଆଇଏଏସ୍ ଅଦଳବଦଳକୁ ଅପେକ୍ଷା, ନୂଆ ଭୂମିକାରେ ଆସିପାରନ୍ତି ଭିନିଲକ୍ରିଷ୍ଣା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କ ସ୍ଥାନ କିଏ ନେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏକାଧିକ ଦାବିଦାର ରହିଛନ୍ତି। ହେଲେ ପା୍ୱାର କରିଡର ଚର୍ଚ୍ଚା ଅନୁଯାୟୀ ଏହି ଭୂମିକା ଆପାତତଃ ଭିନିଲ୍ କ୍ରିଷ୍ଣାଙ୍କୁ ପ୍ରଦାନ କରାଯିବ। ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମାତ୍ର ପୂର୍ବ ପ୍ରସ୍ତୁତି ଏବଂ ଭିନିଲଙ୍କ ଭୂମିକା…