କାହିଁକି ବଦଳି ହେଲେ ଆଇଏଏସ୍ ଅଧିକାରୀ ବି ପରମେଶ୍ୱରନ୍, କାହାକୁ ଦେଉଥିଲେ ଫାଇଦା ଜାଣନ୍ତୁ…..

ଭୁବନେଶ୍ୱର : ଦୁଇଦିନ ତଳେ ରାଜ୍ୟ ଆଇଏଏସ୍ ପ୍ରଶାସନରେ କାର୍ଯ୍ୟରତ କେତେଜ ଣ ହାତଗଣତି ଅଫିସରଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଆଇଏଏସ୍ ଅଧିକାରୀ ବି ପରମେଶ୍ୱରଙ୍କ ନାଁ ମଧ୍ୟ ରହିଥିଲା। ସେ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ଏବଂ ରାଜ୍ୟ ଦ୍ୱାରା ପରିଚାଳିତ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ତଦାରଖ କରୁଥିଲେ। ହେଲେ ହଠାତ ତାଙ୍କୁ କଟକ ସ୍ଥିତ ଚକବନ୍ଦୀରେ ନିଯୁକ୍ତି ଦିଆଗଲା।…

Read More

ସୌମ୍ୟଙ୍କ ପଛରେ ବଜ୍ର ପରି ଛିଡ଼ା ହେବେ ମୋଦି ,ଶାହା ଏବଂ ଅଦାନୀ , ସାହାଯ୍ୟ ପାଇଁ ଆଗେଇ ଆସିବେ ଏକାଧିକ କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପାରନ୍ତି। ଏନେଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଜାତୀୟ ସ୍ତରରେ ନିର୍ବାଚନୀ ରାଜନୀତି ଉପରେ ତୀକ୍ଷ୍ମ ନଜର ରଖୁଥିବା ନିଉଜ୍ ଏରେନା ଇଣ୍ଡିଆ ଏକ ଟୁଇର ପୋଷ୍ଟ ଜରିଆରେ ଏହାକୁ ପୋଷ୍ଟ କରିଛି। ଯାହା ପରେ ଏହି ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଶ୍ରୀ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ…

Read More

ପଛୁଆବର୍ଗଙ୍କ ଅବସ୍ଥା ଖରାପ, ଘରକୁ ଘରକୁ ବୁଲି ସର୍ଭେ କରିନାହାନ୍ତି ସରକାରୀ କର୍ମଚାରୀ

ଭୁବନେଶ୍ୱର- ପାଇକ ବୀରଙ୍କ ମାଟି ଓଡ଼ିଶା। ଇଂରେଜ ହୁଅନ୍ତୁ ଅନ୍ୟ କୌଣସି ବାହ୍ୟ ଶତ୍ରୁ। ସେମାନଙ୍କୁ ମୁକାବିଲା କରିବା ପାଇଁ ଆଗେଇ ଆସିଥାନ୍ତି ପାଇକ। ପାଇକ କହିଲେ ଚଷା, ଖଣ୍ଡାୟତ, ବିଭିନ୍ନ କୌଳିକ ବୃତ୍ତିଧାରୀ ମେହନତୀ ମଣିଷ, ଦଳିତ ଓ ଆଦିବାସୀ। ଏ ଜଙ୍ଗଲ ପାଇକର, ଜମି ସେମାନଙ୍କର। ମାଟି ତଳେ ଥିବା ରତ୍ନ ଭଣ୍ଡାର ସେମାନଙ୍କର। ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ। ଏକଥା ଆମେ କହୁନାହୁଁ, ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଉଲ୍ଲେଖ…

Read More

ସମ୍ବାଦ କାର୍ଯ୍ୟକ୍ରମରୁ ସୌମ୍ୟ ଉଭାନ,ହେଲେ କାହିଁକି ସେ ଏପରି କଲେ…

ଭୁବନେଶ୍ୱର-  ସମ୍ବାଦର କାର୍ଯ୍ୟକ୍ରମ ହେବ। ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିବେ ନାହିଁ। ଏକଥା ସାଧାରଣ ସମ୍ବାଦ ପ୍ରେମୀ ଏବଂ ପଟ୍ଟନାୟକ ପରିବାର ଶୁଭେଚ୍ଛୁ କଳ୍ପନା କରି ନ ପାରନ୍ତି। ମାତ୍ର ସେପରି ଏକ ଘଟଣା ଘଟିଯାଇଛି। ସମ୍ବାଦର ଚାଳିଶ ତମ ସ୍ୱନକ୍ଷତ୍ର ଅବସରରେ ଏହାର ପ୍ରତିଷ୍ଠାତା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ନ ଥିଲେ। ଦୁଇ ଦିନ ପୂର୍ବରୁ ସମ୍ବାଦର ନୂଆ ସମ୍ପାଦିକା ଭାବେ ତାଙ୍କ କନ୍ୟା ତନୟା ପଟ୍ଟନାୟକ ଦାୟିତ୍ୱ…

Read More

କାହା ନିର୍ଦ୍ଦେଶ ଆଉ ଏଜେଣ୍ଡାରେ କାମ କରୁଛି ଓଡ଼ିଶା କଂଗ୍ରେସ, ଖଡ଼ଗେ ଏବଂ ରାହୁଲଙ୍କ କଥାକୁ କାହିଁକି ନାକ ଟେକୁଛି ପିସିସି!

ଭୁବନେଶ୍ୱର-  ଆମର ଚାରି ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣ ଓବିସି। କଂଗ୍ରେସ କିମ୍ବା ଏନଡିଏ କ୍ଷମତାକୁ ଆସିଲେ ନିଶ୍ଚିତ ଜାତିଭିତ୍ତିକ ଜନଗଣନା ହେବ। ଦେଶର ସରକାରୀ ପଦବୀରେ ଓବିସିଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଏହିପରି କେତୋଟି ଲାଇନ୍  ରାହୁଲ ଗାନ୍ଧୀ ବର୍ତ୍ତମାନ ଘୋଷି ହେଉଛନ୍ତି। ହେଲେ ଜନସଂଖ୍ୟାର ଅଧା ଓବିସି ଥିବା ଓଡ଼ିଶାରେ ସଭାପତି, ବିଧାୟକ ଦଳ ନେତା, ପ୍ରଚାର କମିଟି ଅଧ୍ୟକ୍ଷ, ଇସ୍ତାହାର କମିଟି ଅଧ୍ୟକ୍ଷ ସାଧାରଣ ବର୍ଗର। ତେଣୁ ସାଙ୍ଗଠନିକ…

Read More

ସବୁ ବର୍ଗର ପରିସଂଖ୍ୟନ ପ୍ରକାଶ କରିଲେ ବିହାର ସରକାର, ସାରା ଦେଶରେ କରାଗଲା ସ୍ୱାଗତ

ପାଟନା-  ବିହାର ସରକାର ଗାନ୍ଧୀ ଜୟନ୍ତୀ ଅବସରରେ  ରାଜ୍ୟରେ ହୋଇଥିବା ଜାତିଭିତ୍ତିକ ଜନଗଣନାର ସର୍ଭେ ରିପୋର୍ଟ ସୋମବାର ପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗାନ୍ଧୀ ମଇଦାନରେ ଗାନ୍ଧୀ ଜୟନ୍ତୀ ପାଳନ କରିବା ପରେ ଟୁଇଟ୍ କରି ଏହି ସୂଚନା ପ୍ରଦାନ କରିଥିଲେ।  ଏହା ପରେ ବିହାର ସରକାରଙ୍କ ମୁଖ୍ୟ ଶାସନ ସଚିବ ବିବେକ କୁମାର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ବିହାର ଜାତିଗତ ଜନଗଣନା ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଜରିଆରେ…

Read More

ସୌମ୍ୟଙ୍କୁ ସହାୟ ହେଲେ ଧର୍ମେନ୍ଦ୍ର, ଅନୁରାଗ ଠାକୁରଙ୍କୁ ଅତିଥି କରି ରାଜ୍ୟ ସରକାରଙ୍କୁ ଦମ୍ ଦେଖାଇଲେ

ଭୁବନେଶ୍ୱର : ଜଣେ ହାତ ଛାଡିଲେ। ଜଣେ ହାତ ଧରିଲେ। ଭୁବନେଶ୍ୱର ଦୂରେଇଲା, ନୂଆଦିଲ୍ଲୀ କୋଳେଇଲା। ହଁ ପାଠକେ ବନ୍ଧୁ ଆମେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଗଣମାଧ୍ୟମ ସଂସ୍ଥା କଥା କହୁଛୁ। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୌମ୍ୟଙ୍କ ସଂସ୍ଥାଙ୍କୁ ବିଜ୍ଞାପନ ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଛି। ମାତ୍ର ଏହି ସମୟରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କ ବିଜ୍ଞାପନ ସୌମ୍ୟଙ୍କ ସଂସ୍ଥା…

Read More

ଫଟୋରେ ଥିବା ତ୍ରୁଟି ସଜାଡ଼ିଲା କଂଗ୍ରେସ, ଖଡଗେଙ୍କୁ ରଖିଲା ଆଗରେ

ଭୁବନେଶ୍ୱର : ଖବର ପ୍ରକାଶ ପାଇଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା। କଂଗ୍ରେସ ଟିକେ ବୁଝିଲା। ଫଟୋରେ ନିଜ ସର୍ବଭାରତୀୟ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମ୍ମାନ ଦେଲା। ଶ୍ରୀ ଖଡ଼ଗେଙ୍କୁ ପ୍ରଥମେ ରଖିଲା। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ପଛରେ ରଖିଲା। ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମର ପୋଷ୍ଟରେ ଥିବା ତ୍ରୁଟିକୁ ଦଳ ସଜାଡିଲା। ମାତ୍ର ଆଉ ଗୋଟିଏ କଥା ଦଳ ବର୍ତ୍ତମାନ ଚିନ୍ତା କରିପାରିନାହିଁ। କଂଗ୍ରେସର ଜାତୀୟ ନେତୃତ୍ୱ ପଛୁଆବର୍ଗ ସମସ୍ୟା,…

Read More

ମନେ ରହିବେ ସ୍ୱାମୀନାଥନ୍, ଭାରତୀୟ କୃଷିକୁ ଦେଇଥିଲେ ପ୍ରଭାବୀ ଦିଗଦର୍ଶନ

ଚିକିତ୍ସା ବିଜ୍ଞାନ ବହୁଳ ପ୍ରଚାର ପ୍ରସାର ପରେ ଜନସଂଖ୍ୟା ବୃଦ୍ଧି ପାଇଥିଲା। ମାତ୍ର ବହୁ କାଳ ଧରି ଜନସଂଖ୍ୟା ଅଭିବୃଦ୍ଧି ନେଇ ସମଗ୍ର  ବିଶ୍ୱ ବିଶେଷ ଉଦବେଗ୍ ପ୍ରକାଶ କରି ନଥିଲା । ହେଲେ ଅଷ୍ଟଦଶ ଶତାବ୍ଦୀରେ ପ୍ରଥମେ ଜନସଂଖ୍ୟା ବୃଦ୍ଧି ପଶ୍ଚିମ ଜଗତରେ ଚର୍ଚ୍ଚାର ବିଷୟ ହେଲା । ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରପାତିର ଉଦ୍ଭାବନ ଯୋଗୁଁ ଶିଳ୍ପ ବିପ୍ଳବ ହଠାତ ଜନସଂଖ୍ୟା ବୃଦ୍ଧି ହାରକୁ ବଢ଼େଇ ଦେଲା । ତେଣୁ ପଶ୍ଚିମ ଦୁନିଆର ସମାଜ…

Read More

ଦୁଇ ମିଶ୍ରଙ୍କୁ ଶୁଣାଇଲେ ଅରୁଣ ସାହୁ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଦୁଇ କୁହାଳିଆ ନେତା-ନରସିଂହ ମିଶ୍ର ଏବଂ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ନିଆରା ଢଙ୍ଗରେ ସମାଲୋଚନା କରିଛନ୍ତି। ଶ୍ରୀ ସାହୁ  କହିଛନ୍ତି ଯେ,  ବିରୋଧୀଦଳର ନେତାମାନେ  ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି । ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ । ଯେଉଁମାନେ ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ମେଣ୍ଟାଲ ହେଲଥ(ମାନସିକ ସ୍ୱାସ୍ଥ୍ୟ) ଭଲ ନାହିଁ । ଯେଉଁମାନେ…

Read More