
ଚାରିବର୍ଷ ପରେ ଅହମ୍ମଦାବାଦରୁ ମୁମ୍ବାଇ ଗଡ଼ିବ ବୁଲେଟ୍ ଟ୍ରେନ୍
ନୂଆଦିଲ୍ଲୀ : ଆଉ ଚାରି ବର୍ଷ ପରେ ଭାରତରେ ପ୍ରଥମ ହୁଲେଟ୍ ଟ୍ରେନ୍ ଗଡିବ ବୋଲି ପୂର୍ବାନୁମାନ କରାଯାଇଛି। ଅର୍ଥାତ ୨୦୨୭ରେ ଭାରତ ପ୍ରଥମ ବୁଲେଟ୍ ଟ୍ରେନ ଚଳାଚଳ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୁଜରାଟର ଅହମଦାବାଦରୁ – ମହାରାଷ୍ଟ୍ରର ମୁମ୍ବାଇ ମଧ୍ୟରେ ଏହା ଚଳାଚଳ କରିବ ବୋଲି ଜଣାପଡିଛି। ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି (ଜେଆଇସିଏ) ସହଯୋଗରେ ନ୍ୟାସନାଲ ହାଇ ସ୍ପିଡ୍ ରେଲ କର୍ପୋରେସନ ଲିମିଟେଡ (ଏନଏଚ୍ଏସଆରସିଏଲ୍) ଦେଶରେ ବୁଲେଟ ଟ୍ରେନ ପ୍ରକଳ୍ପକୁ କାର୍ଯ୍ୟକାରୀ…