ରେଭେନ୍ସା ନାମ ବଦଳ: ଅଣ ଐତିହାସିକଙ୍କ ଅଯଥା ମୁଣ୍ଡବିନ୍ଧା

ଭୁବନେଶ୍ୱର: (ବିଜୟ ସାହୁ) -ଦୁଇଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ବୋଧେ କୌଣସି ଐତିହାସିକ ବୈଠିକୀରେ ଯୋଗଦେଇ ପାରିଲେ ନାହିଁ । ତେଣୁ କେବଳ କଟକ ସାଂସଦ ଭତୃହରୀ ମହତାବ , ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଓ କବି-ପ୍ରଶାସକ ହରପ୍ରସାଦ ଦାସଙ୍କ ବିବୃତି ମୁଁ ଶୁଣିପାରିଲି ।ଭତ୍ତୃହରୀ ମହତାବ ଏଥର ରେଭେନ୍ସା କଲେଜ କେବଳ ନୁହେଁ ଇଣ୍ଡିଆର ନାଁ ମଧ୍ୟ ବଦଳାଇବା କଥା ବୈଠିକୀରେ ଉଠେଇଛନ୍ତି । ଅମର ଶତପଥୀ ନାଁ ପରିବର୍ତ୍ତନ ସପକ୍ଷରେ ସରକାର…

Read More

ବାଙ୍କୀରୁ ବିଜେପିରୁ ପ୍ରାର୍ଥୀ ହେବେ ଦେବାଶିଷ ପଟ୍ଟନାୟକ !

ବାଙ୍କୀ : କଟକ ଜିଲ୍ଲା ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଖୁବଶୀଘ୍ର ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ସେପଦ୍ମ ଦଳରୁ ବାଙ୍ଗୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଏନେଇ କଂଗ୍ରେସ ବ୍ୟାନର ବିନା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶ୍ରୀ ପଟ୍ଟନାୟକ କିଛିଦିନ ତଳେ କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସେ ବଡ଼ ନିଷ୍ପତ୍ତି ନେଉଥିବା କହିଥିଲେ। ଏଥିରେ ଲୋକମାନଙ୍କ ସହଯୋଗ ରହିବ ନା ନାହିଁ ବୋଲି ପ୍ରଶ୍ନ କରିଥିଲେ।…

Read More

ବବି କହୁଛନ୍ତି ମୁଁ ଏକ ନମ୍ବର ବିଜେଡି କର୍ମୀ ହେଲେ ଅରିନ୍ଦମ କହିଲେଣି କିଏ କ’ଣ ଭାବିବ, ମୋତେ ଫରକ ପଡ଼େନି

ଭୁବନେଶ୍ୱର :  ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଓରଫ ବବି ଏବଂ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ। ଉଭୟ ବିଜେଡିର ନେତା ଏବଂ ପାରିବାରିକ ବନ୍ଧୁ। ଦୁଇ ଜଣେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ବବି ସମ୍ବଲପୁର ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଅରିନ୍ଦମ ରାୟ କଟକ ଜିଲ୍ଲା ରାଜନୀତିକୁ ନେଇ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ଉପରକୁ ଏତେଟା ଜଣା ପଡୁ ନ ଥିଲେ ବି ଅରିନ୍ଦମ ବିଜେଡି ପ୍ରତି ଖପ୍ପା…

Read More

ସାଲେପୁର ପାଇଁ ନୂଆ ପ୍ରାର୍ଥୀ ଖୋଜିଲାଣି ବିଜେଡି, ଯୁବ ଚେହେରା ଚିନ୍ମୟ ସାହୁଙ୍କୁ ନେଇ କ’ଣ ଆସିଛି ସର୍ଭେ ରିପୋର୍ଟ

କଟକ : ରାଜ୍ୟର ସବୁ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ରାଜ୍ୟରେ ଅନ୍ୟ ସବୁ ଦଳ ଅପେକ୍ଷା ବିଜେଡିର ପ୍ରସ୍ତୁତି ଜୋରଦାର ରହିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ସର୍ଭେକ୍ଷଣରେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ପ୍ରତି ନିର୍ବାଚନମଣ୍ଡଳୀରେ ୪୦ରୁ ୫୦ ହଜାର ସ୍ୱତନ୍ତ୍ର ଭୋଟ ରହିଥିବା ଜଣାପଡିଛି। ରାଜ୍ୟରେ ଏମିତି ବହୁ ଆସନ ରହିଛି, ଯେଉଁଠି ସାମାନ୍ୟ ବିଜେଡି ଟିକେଟ୍ ହିଁ ବିଜୟ ସୁନିଶ୍ଚିତ…

Read More

ଉପକୂଳ ଓଡ଼ିଶାର ଏହି ଆସନରେ ବିଜେଡି ହାରିବା ଆଶଙ୍କା !

ଭୁବନେଶ୍ୱର : ବିଜୁ ଜନତା ଦଳ ଗଠନ ହେବା ଠାରୁ କୌଣସି ସାଧାରଣ ନିର୍ବାଚନରେ ହାରିନାହିଁ ଦଳ । ଏପରିକି ଲୋକସଭା ଆସନ ଗୁଡ଼ିକରେ ହୋଇଥିବା ସବୁ ଭୋଟରେ ବିଜେଡି ଆଗରେ ରହିଛି। ପାଞ୍ଚ ଥର ରାଜୁତି ପରେ ଆସନ୍ତା ବର୍ଷ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛି ବିଜେଡି। ତେଣୁ ସ୍ୱାଭାବିକ ଭାବେ ଶାସକ ବିରୋଧୀ ହାଓ୍ୱା, ଦଳୀୟ ଅନ୍ତଃକନ୍ଦଳ ଏବଂ ପ୍ରଚାରିତ ପ୍ରାର୍ଥୀଙ୍କ ଆସନ ବଦଳ ନେଇ କେତେକ ଆସନ ଫଳାଫଳ ବିଗିଡ଼ି…

Read More

ବିଶ୍ୱନାଥ ପଣ୍ଡିତ ଙ୍କ  ସ୍ମୃତିରେ  ହେବ  ଅତ୍ୟାଧୁନିକ  ଲାଇବ୍ରେରୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ  ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର  ପୁରୀ  -ଅନୁଗୁଳ  ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ  ଅତ୍ୟାଧୁନିକ  ପାଠାଗାର ପ୍ରତିଷ୍ଠା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦, ୫୮,୩୧,୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ୫-ଟି  ସଚିବ    ଭି  କେ  ପାଣ୍ଡିଆନ୍  ଙ୍କ  କଟକ   ଗସ୍ତ   ସମୟରେ  କଟକ ରେ ସ୍ଵର୍ଗତ  ବିଶ୍ଵନାଥ  ପଣ୍ଡିତ  ଙ୍କ  ସ୍ମୃତି   ରେ  ଏକ   ଅତ୍ୟାଧୁନିକ …

Read More

କଟକ ମହାନଗର ନିଗମ ଅଞ୍ଚଳରେସାର୍ବଜନୀନ ପୂଜା ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ

  ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ  କଟକ ମହାନଗର ନିଗମ ଅଞ୍ଚଳରେ  ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ  ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ…

Read More

ନିଜ ମୁଣ୍ଡରୁ ଦୋଷ ଛଡ଼ାଉଛି TPCODL, ବିଦ୍ୟୁତ ବିଭ୍ରାଟ ପାଇଁ ୭୨ ଘଣ୍ଟାରୁ ଉର୍ଦ୍ଧ୍ୱ ରୋଗୀ ହନ୍ତସନ୍ତ

ଭୁବନେଶ୍ୱର – ଠାକୁର ଘରେ କିଏ ନା-ମୁଁ କଦଳୀ ଖାଇନି। ଏହି ରୂଢି ଦୀର୍ଘଦିନ ଧରି ଆମେ ବ୍ୟବହାର କରି ଆସୁଛେ। ଏହି ଢଗଟି ବର୍ତ୍ତମାନ ପରିସ୍ଥିତିରେ ଉପକୂଳ ଓଡ଼ିଶାରେ ବିଦ୍ୟୁତ ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ନେଇଥିବା TPCODL ପାଇଁ ପ୍ରଯୁଜ୍ୟ। କେହି ଦୋଷ ଦେବା ଆଗରୁ TPCODL ନିଜ ଆଡୁ ଦୋଷ ଛଡାଇବା ପାଇଁ ଉଦ୍ୟମ କରୁଛି। କଟକ ବଡ଼ ମେଡିକାଲରେ ଉପରେ ରାଜ୍ୟର ସବୁ ପ୍ରାନ୍ତର ଲୋକ ନିର୍ଭର କରିଥାଆନ୍ତି। ଏଠାରେ…

Read More

ମେଟ୍ରୋ ଘୋଷଣା ପରେ ବଢୁଛି ଆପାର୍ଟମେଣ୍ଟ ଦର, ଜାଗା କିଣିବାକୁ ଆଗ୍ରହ ଦେଖାଉଛନ୍ତି ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ହେବ। ଏହା କେତେଦୂର କାର୍ଯ୍ୟକାରୀ ହେବ। କେବେ ମେଟ୍ରୋ ଚାଲିବ। ସେ ନେଇ କୌଣସି ସରକାରୀ ଦାବି ନାହିଁ। ମାତ୍ର ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ଘୋଷଣା , କେତେକ ଜମିର ମୂଲ୍ୟ ବୃଦ୍ଧି କରିଦେଇଛି।   ପ୍ରସ୍ତାବିତ ଅଞ୍ଚଳରେ ଥିବା ଜମି ଦର ପ୍ରାୟ ୨୫ରୁ ୩୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଯେଉଁ ଜମି ବର୍ଗଫୁଟ୍ ପିଛା ତିନି ହଜାର ଥିଲା, ତାହା ଏବେ ପାଞ୍ଚ…

Read More

ବିଳମ୍ବିତ ନ୍ୟାୟ ସାରା ଦେଶ ପାଇଁ ଚିନ୍ତାର ବିଷୟ  : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ : ବିଚାରବ୍ୟବସ୍ଥା ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ତ୍ୱରିତ ନ୍ୟାୟ ନେଇ ତତ୍ପରତା ପ୍ରକାଶ କରିବା ଦରକାର। କୌଣସି ମାମଲା ଠିକ୍ ସମୟରେ ଏବଂ ତୁରନ୍ତ ଫଇସଲା ହେବା ଦରକାର। ନ୍ୟାୟ ଯେତେ ଶୀଘ୍ର ମିଳିବ, ସେତେ ସୁଫଳ ମିଳିବ। ବିଳମ୍ବିତ ନ୍ୟାୟ ଭାରତବର୍ଷରେ ଚିନ୍ତାର ବିଷୟ ବୋଲି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର କଟକ ସ୍ଥିତି ଓଡ଼ିଶା ହାଇକୋର୍ଟର ପଞ୍ଚସ୍ତରୀ ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ମହୋଦୟା ଏହା…

Read More