ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର: ବାତ୍ୟା ଦାନାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆଗାମୀ ୭ଦିନରେ କେନ୍ଦ୍ର ସରକାରଙ୍କୁ ବାତ୍ୟା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପଠାଯିବ। କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଖରେ ଅର୍ଥ ପହଞ୍ଚାଇବେ ବୋଲି ମନ୍ତ୍ରୀ କହିଛନ୍ତି।ସୂଚନାଯୋଗ୍ୟ, ପ୍ରାଥମିକ ଆକଳନରେ ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡା ଜିଲାରେ ୨୩ହଜାର ହେକ୍ଟର…