ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଅବଧି ବଢିପାରେ …ନିଷ୍ପତ୍ତିର ପ୍ରଶାସନିକ ଓ ରାଜନୈତିକ ତର୍ଜମା କରିସାରିଛି ତୃତୀୟ ମହଲା….

ଭୁବନେଶ୍ୱର :  ଆଗକୁ ସାଧାରଣ ନିର୍ବାଚନ ରହିଛି। ପ୍ରାୟତଃ ଫେବୃୟାରୀ ମାସରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଲୋଚନା ହେଉଛି। ଯଦି ଏପରି ନ ହୁଏ, ତେବେ ମାର୍ଚ୍ଚ ମାସରେ ସୁନିଶ୍ଚିତ ଘୋଷଣା ହେବ। ସମାନ ସମୟରେ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେଣୁ ନିର୍ବାଚନ ପରିଚାଳନା ପୂର୍ବରୁ ପ୍ରଶାସନିକ ନିଯୁକ୍ତି ଉପରେ ସମସ୍ତଙ୍କ ନଜର ରହିବ। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ କୁମାର ଜେନାଙ୍କ ଅବଧି ବୃଦ୍ଧି ହେବ କି…

Read More

ଅଜୟ ଆସିବା ପୂର୍ବରୁ ସବୁ ବରିଷ୍ଠଙ୍କ ସହ କ’ଣ କଥା ହେଉଛନ୍ତି, ଜାନୁୟାରୀ ୬ ପୂର୍ବରୁ କଂଗ୍ରେସ ନୂଆ ଘୋଷଣା କରିବ କି ?

ନୂଆଦିଲ୍ଲୀ :  ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବେ ବୋଲି ଜଣାପଡିଛି। ଜାନୁଆରି ୧୪ ତାରିଖ ଦିନ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ମଣିପୁରରେ ଏହି ‘ଭାରତ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ଅନୁରୂପ ଭାବରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯାତ୍ରା ଶେଷ ହେବ। ୧୪ଟି ରାଜ୍ୟର ପ୍ରାୟ ୮୫ଟି…

Read More

ରାଜ୍ୟ ବିଜେପି ପ୍ରଚାର ମଙ୍ଗ ଧରିଲେଣି ରାଜ୍ୟପାଳ ରଘୁବର ଦାସ….ନିଆରା ଢଙ୍ଗରେ କେନ୍ଦ୍ରୀୟ ନେତୃତ୍ୱର କରୁଛନ୍ତି ପ୍ରଚାର

ଭୁବନେଶ୍ୱର :  ଯିଏ ଚାଖିଛି ଥରେ କ୍ଷୀରର ସର…ନିତି ଧାଉଁଥାଏ ଗଉଡ଼ ଘର। ରାଜନୀତି ଏମିତି ଏକ ସର। ଥରେ ଏ ସର ସ୍ୱାଦ ପାଟିରେ ବାଜିଲେ ଛାଡି ହୁଏନି। ଏକଥା ରାଜ୍ୟପାଳ ରଘୁବର ଦାସଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ଜଣାପଡୁଛି। ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ବିଧାନିକ ପଦରେ ନିଯୁକ୍ତ ରଘୁବର ଦାସ ନିଆରା ଢଙ୍ଗରେ ବିଜେପିର ପ୍ରଚାର କରୁଛନ୍ତି। ତାହା ପୁଣି ବେଶ୍ ଚତୁରତାର ସହ। ଓଡ଼ିଶା ରାଜ୍ୟପାଳ ଏବଂ ରଘୁବର ଦାସଙ୍କ ଦୁଇଟି ଭିନ୍ନ ଭିନ୍ନ ଟୁଇଟର…

Read More

ଖଡଗେ-ରାହୁଲଙ୍କ ସହ ଓଡ଼ିଶାର କଂଗ୍ରେସ ନେତା କ’ଣ କଥା ହେଲେ…ଚେଲ୍ଲାଙ୍କ ଗୁମର ଖୋଲିଲା….ସୁର ରାଉତରାୟ ରହିଲେନି…

ଭୁବନେଶ୍ୱର :  କଂଗ୍ରେସର ପ୍ରାୟ ୧୫ ପ୍ରତିଶତ ଭୋଟ ରହିଛି।  ଦକ୍ଷିଣ ଓଡ଼ିଶାରେ ଦଲ ମଜଭୁତ ରହିଛି। ମାତ୍ର ସେହିଭଳି ଭାବେ ସାଙ୍ଗଠନିକ କାମ ହୋଇପାରୁନାହିଁ କାହିଁକି। ସୁନୀଲ କାନୁଗୋଲୁଙ୍କ ଟିମ୍ ଦ୍ୱାରା କରାଯାଇଥିବା ସର୍ଭେରୁ ବିଧାୟକମାନଙ୍କ ନାଁରେ କାହିଁକି ନକରାତ୍ମକ ମତ ଆସୁଛି। ଆପଣମାନେ ବିଜେଡ଼ି ଠାରୁ ବହୁଳ ଆର୍ଥିକ ଫାଇଦା ପାଉଥିବା କଥା କାହିଁକି ଉଠୁଛି। ଏହି ଭଳି ଢଙ୍ଗରେ ଓଡ଼ିଶା କଂଗ୍ରେସ ନେତାଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶ୍ନ କରିଥିଲେ। ଏପରିକି…

Read More

କାହିଁକି ଇଏ  ବିଜେଡିର ତୃତୀୟ କ୍ଷମତାଶାଳୀ  ବ୍ୟକ୍ତି, ଆଗୁଆ ପ୍ରାର୍ଥୀତ୍ୱ ଘୋଷଣା କରି ସଙ୍କେତ ଦେଲା କି ବିଜେଡି…

ଭୁବନେଶ୍ୱର : ବିଜେଡିରେ ମୁଖ୍ୟ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ସେ ଦଳର ଏକ ନମ୍ବର ବ୍ୟକ୍ତି। ବିଜେଡିରେ କିଏ ଦୁଇ ନମ୍ବର, ତାହା ଜଣା ପଡେ ନାହିଁ। କେତେବେଳେ ବିଜୟ ମହାପାତ୍ର ତ ପୁଣି କେତେବେଳେ ପ୍ୟାରୀମୋହନ ମହାପାତ୍ର । ମାତ୍ର ପ୍ରଶାସନିକ ସେବାକୁ ଅବସର ନେଇଥିବା ଭି.କେ ପାଣ୍ଡିଆନ୍ ବିଜେଡିରେ ଯୋଗଦାନ କରିବା ପରେ ଦଳର ଦୁଇ ନମ୍ବର କିଏ, ତାହା ପ୍ରମାଣିତ ହୋଇଯାଇଛି। ନବୀନ ପଟ୍ଟନାୟକ ଦଳର…

Read More

ଲୋକସଭା ଅପେକ୍ଷା ବିଧାନସଭା ଲଢିବାକୁ ବିଜେପି ନେତାଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର :  ମଧ୍ୟପ୍ରଦେଶ , ଛତିଶଗଡ଼ ଏବଂ ରାଜସ୍ଥାନ ବିଜୟ ସହ ତେଲେଙ୍ଗାନାରେ ଭୋଟ ପ୍ରତିଶତ ବଢିବା ପରେ ବିଜେପି ଶିବିର ଉତ୍ସାହିତ ରହିଛି। ଏହି ସବୁ ରାଜ୍ୟ ଗୁଡ଼ିକରେ ନିଆଯାଇଥିବା କିଛି ରାଜନୈତିକ କୌଶଳ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି। ଏନେଇ ପ୍ରଭାରୀ ସୁନୀଲ ବଂଶଲ ଏବଂ ଟିମ୍ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶ, ରାଜସ୍ଥାନ ଆଦିରେ ଯେପରି କେତେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ , ସାଂସଦମାନଙ୍କୁ ବିଧାନସଭା ଲଢିବାକୁ…

Read More

ବିଜେପିର ଛତିଶଗଡ଼ ବିଜୟ କାହିଁକି ବିଜେଡି ନିଦ ହଜାଇଛି ?

ବିଜେଡି ସବୁ ବେଳେ ବିରୋଧିଙ୍କୁ ପ୍ରଶ୍ନ କରିଥାଏ ଯେ, ନବୀନ ପଟ୍ଟନାୟକଙ୍କ ବିକଳ୍ପ କିଏ ? ସାମାଜିକ ସମୀକରଣ ଅପେକ୍ଷା ବିକାଶ ରାଜନୀତିର ପ୍ରଚାରପ୍ରସାରକୁ ଗୁରୁତ୍ୱ ଦେଇଥାଏ। ମାତ୍ର ନିକଟରେ ପ୍ରକାଶ ପାଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ସବୁ ଅଙ୍କ ବିଗାଡ଼ି ଦେଇଛି। ଏହା ରାଜ୍ୟରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥିଲା। ସେହିପରି କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଥିବା ଭୂପେଶ ବାଘେଲ ନିଜ କାମ ଏବଂ ଯୋଜନାକୁ ଅଧିକ ପ୍ରଚାର କରୁଥିଲେ।…

Read More

ଜାନୁୟାରୀ ସର୍ଭେକୁ ଅଶ୍ୱିନୀ ବୈଷ୍ଣବଙ୍କ ଅପେକ୍ଷା , ଓଡ଼ିଶାରୁ ଲଢିବେ ନା ନାହିଁ…ନେବେ ନିଷ୍ପତ୍ତି…

ବାଲେଶ୍ୱର :  ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଲୋକ କଣ ଚାହୁଁଛନ୍ତି ? ସେମାନେ କଣ ପୁଣି ଥରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ? ଗତଥର ଥିବା ବିଜେପି ସପକ୍ଷବାଦୀ ପରିବେଶ ଏଥର ରହିବ ତ? ଯଦି ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ନ ହୁଅନ୍ତି, ତେବେ କିଏ ବିଜେପିରୁ ପ୍ରାର୍ଥୀ ହେଲେ ଭଲ? ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ହେଲେ ବାଲେଶ୍ୱର ଲୋକସଭାରୁ ଜିତି ପାରିବେ କି ? ଐର ଖାରବେଳ ସ୍ୱାଇଁ-ପ୍ରତାପ ଷଡଙ୍ଗୀ-ଅଶ୍ୱିନୀ ବୈଷ୍ଣବ..ଏମାନଙ୍କ ମଧ୍ୟରୁ କିଏ ବିଜେପି…

Read More

କାହିଁକି ଏମିତି କହିଲେ ଧର୍ମେନ୍ଦ୍ର, ବିଜେଡ଼ି କ’ଣ ଏତେ ସଂଖ୍ୟକ ଲୋକସଭା ଆସନ ହରାଇବ !

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ଲଢିବାକୁ ଯାଉଛନ୍ତି।  ସେ ଢେଙ୍କାନାଳ ଲୋକସଭା କିମ୍ବା ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହି ଦୁଇ ଆସନ ମଧ୍ୟରୁ କୌଣସି ଗୋଟିଏରେ ଲଢିବା ପାଇଁ ତାଙ୍କୁ ନିକଟରେ ସବୁଜ ସଙ୍କେତ ମିଳିସାରିଛି। ମାତ୍ର ରାଜନୈତିକ ବାତାବରଣକୁ ଉଷ୍ମ ରଖିବାକୁ ସେ ଉଭୟ ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଲୋକସଭା ଫଳାଫଳକୁ…

Read More

ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ିର ସାଙ୍ଗଠନିକ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ଦୁଇଦିନ ତଳେ ସ୍ଥାନୀୟ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀ ଗୋଷ୍ଠୀ ଖୋଲା ଚ୍ୟାଲେଞ୍ଜ ପ୍ରଦାନ କରିଛନ୍ତି। ଏଥିସହିତ ଏହି ଗୋଷ୍ଠୀ ନିଜ ଶକ୍ତି ପ୍ରଦର୍ଶନ କରିଛି। ବିଧାୟକ ଶ୍ରୀ ଦାସ ନିଜ ସଙ୍ଗଠନ ଠିକ୍  ରଖି ନ ଥିବା ଏକ ବାର୍ତ୍ତା ବିଦ୍ରୋହୀ ମାନେ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ବିଦୁବେନ୍ଦୁ ପାତ୍ର ହଜାର ହଜାର ସମର୍ଥକଙ୍କ ଗହଣରେ…

Read More