ଗୋଟେ ଦାଗୀ ଓ ଦୋଷୀ ଲୋକ ରାଜ୍ୟସଭା ଯିବା ଓ ଆମ ଗଣମାଧ୍ୟମ
ଭୁବନେଶ୍ୱର :(ରଙ୍ଗାଚରଣ ପ୍ରଧାନ )-ଦୁଇଦିନ ତଳେ ହୋଇଥିବା ଘୋଡାବେପାରକୁ ସମାଲୋଚନା କରି କୌଣସି ସାମ୍ବାଦିକ ଫେସବୁକରେ ଲେଖିଥିବାର ଆପଣ ଦେଖୁଛନ୍ତି କି ? କେହି ଲେଖୁଛନ୍ତି ବିଜେଡି ଭାଙ୍ଗିଯାଉଛି । କେହି ଲେଖୁଛି ରାଜନୀତି କଡ ଲେଉଟୁଛି । କେହି ଲେଖୁଛି ବିଜେଡି କର୍ମଫଳ ଭୋଗୁଛି । କେହି ଲେଖୁଛି ପ୍ରତିଶୋଧ ନିଆଗଲା । କେହି ଲେଖୁଛି ତାକୁ ଆଗରୁ ଜଣାଥିଲା । କିନ୍ତୁ କେହି ଘୋଡାବେପାରକୁ ନିନ୍ଦା କରୁ ନାହାନ୍ତି, ଯଦିବା ଏହା ଆଇନତଃ ଅପରାଧ…
