ଭଗବାନଙ୍କ ଭରସାରେ ଇଏସଆଇ ହସ୍ପିଟାଲ , ଖରା ବେଳେ ଖାଇବାକୁ ଗଲେ ଫେରୁ ନାହାନ୍ତି ଅଧିକାରୀ, ହନ୍ତସନ୍ତ ରୋଗୀଙ୍କ ସମ୍ପର୍କୀୟ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଇଏସଆଇ ହସ୍ପିଟାଲକୁ ପ୍ରତିଦିନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଯିବା ଆସିବା ଲାଗି ରହୁଛି। ହେଲେ ଆଶ୍ଚର୍ଯ୍ୟର କଥା ସେମାନଙ୍କୁ ସେବା ଯୋଗାଇ ଦେବା ପାଇଁ ଅଧିକାରୀମାନେ ଧାର୍ଯ୍ୟ ସମୟରେ ସେଠାରେ ଉପସ୍ଥିତ ରହୁ ନାହାନ୍ତି। କାର୍ଯ୍ୟାଳୟକୁ ଆସିବା ପରେ ମଧ୍ୟାହ୍ନ ଭୋଜନ ବିରତିରେ ଅଧିକାରୀମାନେ ଥରେ, ଗଲେ କେତେବେଳେ ଫେରିବେ, ତାହା କାହାକୁ ଜଣାନାହିଁ। ମଧ୍ୟାହ୍ନ ଗୋଟାଏରୁ ଦୁଇଟା ପର୍ଯ୍ୟନ୍ତ ଲଞ୍ଚ ପାଇଁ ବ୍ରେକ୍ ରହିଛି। ହେଲେ…