
ଚାଷୀକୂଳ ବେହାଲ…ଭୁଲ୍ ପାଣିପାଗ ସୂଚନାକୁ ଦାୟୀ କଲେ କୃଷକ…
ଭୁବନେଶ୍ୱର: ଶୀତଦିନ ଜାରି ରହିଛି। ମାତ୍ର ଏହା ଭିତରେ ଅଦିନିଆ ବର୍ଷା ଚାଷୀ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ଦେଇଛି। ପାଣିପାଗ ବିଭାଗ ଓ କୃଷି ବିଭାଗ ଏହି ଅଦିନିଆ ବର୍ଷାକୁ ନେଇ ଯେଉଁପରି ଭାବେ ଚାଷୀମାନଙ୍କୁ ସଚେତନ କରିବା କଥା, ତାହା କରିନାହିଁ ବୋଲି ଅଭିଯୋଗ ଆସିଲାଣି। ଉପକୂଳ ଓ ଦକ୍ଷିଣ ଓଡିଶାର ଚାଷୀମାନେ ଏହି ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ୍ ଦେବା କଥା କହୁଛନ୍ତି।…