୨୨ ରେ ସୃଷ୍ଟି ହେବ ଲଘୁଚାପ, ବାତ୍ୟା ନେଇ କୌଣସି ଆକଳନ ହୋଇନି
ଭୁବନେଶ୍ବର : ରବିବାର ଆଣ୍ଡାମାନ ସାଗରରେ ଘୂ୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟରେ କିଛି ଘଡଘଡି ସହ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରିଛି।ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦୀୟ ବଙ୍ଗୋପସାଗରରେ ୨୨ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। କିନ୍ତୁ ଏପର୍ଯ୍ୟନ୍ତ ବାତ୍ୟା ଉପରେ କୌଣସି…