
ରାଜ୍ୟ ବିଜେପି ପୁରୁଣା କମିଟି ଭାଙ୍ଗିଲା, ଜମ୍ବୋ ହୋଇପାରେ ପରବର୍ତ୍ତୀ ଟିମ୍
ଭୁବନେଶ୍ୱର : ସମୀର ମହାନ୍ତିଙ୍କ ସଭାପତିତ୍ୱ ପରେ ଯେଉଁ ସବୁ କମିଟି କରାଯାଇଥିଲା। ତାହାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରଦ୍ଦ କରିଛି। ସେହିପରି ଛାମୁଆ ସଭାପତିମାନଙ୍କ ଦାୟିତ୍ୱ ମଧ୍ୟ ପ୍ରତ୍ୟାହାର କରାଯାଇଛି। ନୂଆ କମିଟି ଘୋଷଣା ହେଲା ଯାଏଁ ଏହି କାର୍ଯ୍ୟକର୍ତ୍ତାମାନେ ପୂର୍ବ ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ। ତେଣୁ ଦୀର୍ଘ ସପ୍ତାହର କସରତ ପରେ ଦିନ କେଇଟା ମଧ୍ୟରେ ରାଜ୍ୟ ବିଜେପି ନୂଆ କମିଟି ଘୋଷଣା କରିବ। କେତେକ ଛାମୁଆ ସଭାପତି ସେମାନଙ୍କ ପଦ…