“ଆଶା” ର ସ୍ଵେଚ୍ଛାସେବୀଙ୍କୁ ମିଳିଲା “ସେବାଶ୍ରୀ ସମ୍ମାନ”
କେନ୍ଦୁଝର: ହରିଚନ୍ଦନ ପୁର ବ୍ଲକ୍ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତର ନିତ୍ୟାନନ୍ଦ ପୁର ଗ୍ରାମରେ ରବିବାର ଦିନ ମହା ଶିବରାତ୍ରୀ ଅବସରରେ ଅନୁଷ୍ଠିତ ଏକ ସାଂସ୍କୃତିକ ଉତ୍ସବରେ ପିଲାଙ୍କ ନାଚ ଗୀତ ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ସମାଜସେବୀ ଙ୍କୁ ସମ୍ମାନୀତ କରାଯାଇଥିଲା। ମହାଶିବରାତ୍ରି ପାଳନ ସହିତ ପୂର୍ବ ବର୍ଷ ପରି, ଶ୍ରୀ ଶ୍ରୀ ଚମ୍ପକେଶ୍ଵର ମହାଦେବ ମନ୍ଦିର ପରିଚାଳନା କମିଟି ଏବଂ ଶାସ୍ତ୍ରୀ ସ୍ମୃତି ପାଠାଗାରର ମିଳିତ ସହଯୋଗରେ…
