
ବିଜେଡ଼ିକୁ “ବିଦ୍ରୋହ“ ଅଡୁଆ , କାମ୍ପ ଭୋଟରଙ୍କୁ ନେଇ ସବୁ ଶିବିରରେ କମ୍ପନ, ତୃତୀୟ ବିଜୟ ଲକ୍ଷ୍ୟରେ ନାରାୟଣ… ଜମିଲାଣି ପାରଳାଖେମୁଣ୍ଡି ରାଜନୀତି
ପାରଳାଖେମୁଣ୍ଡି: ସାରା ରାଜ୍ୟରେ ବିଜେଡିର ଉତ୍ତମ ସଙ୍ଗଠନ। ହେଲେ ଗଜପତି ଜିଲ୍ଲା କଥା ପଡ଼ିଲେ ଏହି ଉତ୍ତମ ଶବ୍ଦଟି ଉଭାନ ହୋଇଯାଏ। ବିଶେଷ କରି ଏହି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହା ବୋଧହୁଏ, ରାଜ୍ୟର ଗୋଟିଏ ନିର୍ବାଚନମଣ୍ଡଳୀ ଯେଉଁଠି ବିଜେଡି ଅପେକ୍ଷା ବିଜେପି ଓ କଂଗ୍ରେସ ଅଧିକ ଶକ୍ତିଶାଳୀ ମନେ ହୁଏ। ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ଭିତରେ ଟିକେଟ୍ ଆଶାୟୀଙ୍କ…