
ମଧ୍ୟପ୍ରଦେଶରେ କଂଗ୍ରେସ କରିବ ସରକାର, ଆସିଲା ସର୍ଭେକ୍ଷଣ ରିପୋର୍ଟ
ଭୋପାଳ: ଆଉ ମାତ୍ର ନବେ ଦିନ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମଧ୍ୟ ଭାରତର ଏହି ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ସେଠାରେ ବିଜେପି ଶାସନ କରୁଛି। ବିଜେପି ନେତା ଶିବରାଜ ସିଂଚୌହାନ ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି। ହେଲେ ଗତଥର ନିର୍ବାଚନରେ କଂଗ୍ରେସ ଅଧିକ ଆସନ ଦଖଲ କରିବା ସହ ସରକାର କରିଥିଲା। ମାତ୍ର କରୋନା ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବାକୁ କମଲନାଥଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇଥିଲା।…