Mahabharata ଦ୍ରୌପଦୀଙ୍କ ପ୍ରଶ୍ନ ଓ ବସ୍ତ୍ରହରଣ ପ୍ରସଙ୍ଗ
ସମ୍ବଲପୁର:(ଡ. ଦିଲୀପ କୁମାର ପଣ୍ଡା)-ବସ୍ତ୍ରହରଣ ସମୟରେ ଦ୍ରୌପଦୀ ଏକ ଅସହାୟ ନାରୀ ଭଳି କାନ୍ଦି ନାହାନ୍ତି। ସେ ଏକ ତୀକ୍ଷ୍ଣ ପ୍ରଶ୍ନର ଶର ଛାଡିଥିଲେ ଯାହା ଆଜି ପର୍ଯ୍ୟନ୍ତ ଅନୁତ୍ତରିତ ରହିଛି।ପ୍ରଶ୍ନ ୧) “ଯୁଧିଷ୍ଠିର ନିଜେ ନିଜକୁ ହାରି ସାରିଲା ପରେ ମୋତେ ବାଜି ଲଗେଇ ପାରିବେ କି?”ଏ ପ୍ରଶ୍ନ ଭିତରେ ଲୁଚି ରହିଛି ଏକ ଗଭୀର ନ୍ୟାୟଶାସ୍ତ୍ର…. ଯଦି ଯୁଧିଷ୍ଠିର ପ୍ରଥମ ବାଜିରେ ନିଜର ସ୍ଵାଧୀନତା ହାରି ସାରିଛନ୍ତି, ତାହେଲେ ସେ ଆଉ ମୋ ସ୍ବାମୀ…
