
ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଥିଲେ, ଗଳିଲା ଛାତ ସିଲିଂ.. ଉଚ୍ଚ ସ୍ତରୀୟ ତଦନ୍ତ ଦାବି।
କେନ୍ଦୁଝର : ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତର ପାଞ୍ଚଦିନ ଯାଇନି ତାଙ୍କ ଦ୍ଵାରା ଉଦଘାଟିତ ଜନ ପ୍ରତୀକ୍ଷାଳୟ ଛାତ ସିଲିଂ ଗଳି ପଡ଼ିଥିବା ଖବର ଆସିଛି । ସୂଚନା ମିଳିଛି କି ମାତ୍ର ପାଞ୍ଚ ଦିନ ତଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଆସି ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ହେବା ସହ ଜିଲ୍ଲାର ଅନେକ ପ୍ରକଳ୍ପର ଉଦଘାଟନ କରିଥିଲେ। ଯେ ହେତୁ ସେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ତେଣୁ କେନ୍ଦୁଝର ସହରକୁ ସ୍ୱତନ୍ତ୍ର…