ସିଜୁମାଳୀ ଅଞ୍ଚଳରେ ଖଣିଖନନ ପ୍ରସଙ୍ଗ-ସ୍ଥାନୀୟ ଆଦିବାସୀ ଓ ପାରମ୍ପରିକ ବାସିନ୍ଦାଙ୍କ ଅଧିକାରର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ତଥ୍ୟ-ଅନୁସନ୍ଧାନୀ ଦଳର ଅଭିଯୋଗ
ଭବାନୀପାଟଣା : ୪/୪(ବ୍ୟୁରୋ): ଗତ ୨୦୨୩ ପରଠାରୁ ବେଦାନ୍ତ ଲିମିଟେଡ୍ କମ୍ପାନୀ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣିଖନନ ପ୍ରସ୍ତାବ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମଞ୍ଜୁର ପାଇଁ ପର୍ଯ୍ୟାୟ କ୍ରମେ ଶୀଘ୍ର ଆଗକୁ ବଢିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ବାଚନୀ ବଣ୍ଡ୍ ର ଖୁଲାସା ଅନୁଯାୟୀ ରାଜନୈତିକ ଦଳଗୁଡିକର ସବୁଠାରୁ ବଡ ଦାତା ଅନୁଷ୍ଠାନ ହେଉଛି ବେଦାନ୍ତ ଲିମିଟେଡ୍, ଯାହା ଭାରତୀୟ ଜନତା ପାର୍ଟିକୁ ୨୩୦.୧୫ କୋଟି, କଂଗ୍ରେସକୁ…