
ବିଧାୟକ ହେବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି ଓଡ଼ିଆ ନେତା…ସାଂସଦ ପଦକୁ ନେଇ ଟେକୁଛନ୍ତି…
ଭୁବନେଶ୍ୱର : ଦିନ ଥିଲା ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱର ହେବା ପାଇଁ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା। କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ତଥା ସଂସଦରେ ନିଜର ପରାକାଷ୍ଠା ଦେଖାଇବା ପାଇଁ ରାଜନେତା ଖୁସି ଅନୁଭବ କରୁଥିଲେ। ଦିଲ୍ଲୀରେ ଓଡ଼ିଶାର କଥା ରଖିବାର ଦକ୍ଷତା ଓ ସେଠାରୁ ଲଢି ରାଜ୍ୟର ସାମ୍ବିଧାନିକ ଭାଗ ଆଣିବା ପ୍ରାଥମିକତା ଥିଲା। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ରବି ରାୟ, ସମରେନ୍ଦ୍ର କୁଣ୍ଡୁ, ସୁରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା…