ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାର ବ୍ୟବଚ୍ଛେଦ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହରକୁ ବାହାର କରାଯାଇଛି। ‘ରାଟ୍‌-ହୋଲ୍‌ ମାଇନର୍ସ’ର ଉଦ୍ଧାରକାରୀମାନେ ଡ୍ରିଲ କରିବା ସମୟରେ ହିରୋ ଭାବରେ ଉଭା ହୋଇଥିଲେ। ଉଦ୍ଧାର ପରେ ଫସି ରହିଥିବା ଶ୍ରମିକଙ୍କ ମୁହଁରେ ଥିବା ହସ ସେମାନଙ୍କର ସମସ୍ତ ପରିଶ୍ରମକୁ ସାର୍ଥକ କରିଥିଲେ। ମାତ୍ର ଏହି ଉଦ୍ଧାର କାର୍ଯ୍ୟକ୍ରମକୁ ସାବାସି ଦେବା ଆଳରେ କାହିଁକି ଏପରି ଘଟିଲା , ତାହାର ପର୍ଯ୍ୟାଲୋଚନା ହେଉ ବୋଲି ସ୍ୱର ଉଠିଲାଣି।…

Read More

ଓଡ଼ିଆ-ଅଣ ଓଡ଼ିଆ ବିବାଦରେ ସାମାଜିକ ଗଣମାଧ୍ୟମ ସରଗରମ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଦିନ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ବିଜୁ ଜନତା ଦଳରେ ବିଧିବଦ୍ଧ ଯୋଗଦାନ କରିଛନ୍ତି। ତାଙ୍କ ଜନ୍ମସ୍ଥାନ ଓଡ଼ିଶା ନୁହେଁ, ସେ ତାମିଲ ଜନ୍ମିତ। ମାତ୍ର ଦୀର୍ଘ ଅଢେଇ ଦଶନ୍ଧିରୁ ସାମାନ୍ୟ କମ୍ ସମୟ ସେ ଓଡ଼ିଶାରେ ବିତାଇଛନ୍ତି। ତାଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା। ପାଣ୍ଡିଆନଙ୍କ ଯୋଗଦାନ ପରେ ଓଡ଼ିଆ-ଅଣ ଓଡ଼ିଆ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଆମେ ଏଠାରେ କହିରଖିବାକୁ ଚାହୁଁ ଯେ,…

Read More

ମନମୋହନଙ୍କୁ ବିଦେଶୀ କହି ଗୋଟିଏ ଗୁଳିରେ ଦୁଇଟି ଶୀକାର କଲେ ବ୍ୟୋମକେଶ(ବାପି)

ଭଦ୍ରକ : “ବିଦେଶୀ ହଟାଓ, ଚାନ୍ଦବାଲି ବଞ୍ଚାଅ”।  ଏହି ଟ୍ୟାଗ ସହ ହାତରେ ପ୍ଲାକାର୍ଡ ଧରି ଗତ ରବିବାର ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାନ୍ଦବାଲି ବିଜୁ ଛାତ୍ର ଓ ଯୁବ ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହାର ଦୁଇଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସାମନାରେ ଜନ ଆକ୍ରୋଶ ସମାବେଶ ଓ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟର  ହୋଇଥିବା ଭଙ୍ଗାରୁଜା ଘଟଣାର…

Read More

ଉପ-ମୁଖ୍ୟମନ୍ତ୍ରୀ ହେବ ଭି.କେ ପାଣ୍ଡିଆନ୍ , ସିଏମଓ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର: କେବଳ ଦଳ  ନୁହେଁ। ରାଜ୍ୟ ସରକାରରେ ରାଜନୈତିକ ପଦରେ ଭି.କେ ପାଣ୍ଡିଆନ୍ ଅବସ୍ଥାପିତ ହୋଇ ପାରନ୍ତି। ଏନେଇ ଦଳୀୟ ମହଲରେ ଆଲୋଚନା ଜୋର ଧରିଛି। ଆସନ୍ତା ଜନରାଜ୍ୟ ଦିବସ ପୂର୍ବରୁ ଭି.କେ ପାଣ୍ଡିଆନ୍ ରାଜ୍ୟ ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ପାରନ୍ତି। ଆଗାମୀ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ଦାୟିତ୍ୱ ପରେ ଏହି ଦାୟିତ୍ୱ ପ୍ରଦାନ ଉତ୍ସବ ନିରାଡମ୍ବର ଢଙ୍ଗରେ ପାଳନ କରାଯିବ। ଭି.କେଙ୍କ ରାଜନୈତିକ ଦାୟିତ୍ୱ ପରେ ସିଏମଓ ପ୍ରଶାସନରେ ଏକ ଅଦଳବଦଳ…

Read More

କେଉଁ ପଦରେ ରହିବେ ପାଣ୍ଡିଆନ୍ !

ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ବିଜେଡିରେ ବିଧିବଦ୍ଧ ସାମିଲ ହୋଇଛନ୍ତି। ଦଳର ସମସ୍ତ ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ତାଙ୍କ ଶଙ୍ଖ ଭବନରେ ପ୍ରବେଶ ସୁନିଶ୍ଚିତ ହୋଇଛି। ବରିଷ୍ଠ ନେତା ପିନାକୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଏବଂ ମାନସ ମଙ୍ଗରାଜ ସର୍ବପ୍ରଥମେ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଥିଲେ। ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ତାଙ୍କ ଦାୟିତ୍ୱ  ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।  ସେ ବିଜେଡିର…

Read More

ଓକିଲଙ୍କ ବଦଳରେ ଓକିଲ: ପୁରୀ ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ଏଜି ଅଶୋକ ପରିଜା !

ଭୁବନେଶ୍ୱର : ପୁରୀ ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇ ପାରନ୍ତି ବର୍ତ୍ତମାନର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା। ପିନାକୀ ମିଶ୍ରଙ୍କ ପରିବର୍ତ୍ତେ ଅଶୋକ ପରିଜାଙ୍କ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ପାଓ୍ୱାର କରିଡ଼ରରେ ଜୋର ଧରିଛି।  ଶାସକ ଦଳରେ ପରିଚିତ ସହ ଓକିଲମାନଙ୍କ ମଧ୍ୟରେ ଶ୍ରୀ ପରିଜାଙ୍କ ଲୋକପ୍ରିୟତା ରହିଛି। ସାଧାରଣ ଲୋକଙ୍କ ସହ ଏତେଟା ସମ୍ପର୍କ ନ ଥିଲେ ବି ଆର୍ଥିକ ଭାବେ ସ୍ୱଚ୍ଛଳ ଥିବାରୁ ତାଙ୍କୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୁରୀ ଲୋକସଭା…

Read More

ରାୟଗଡ଼ାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍‌ ଚଳାଚଳ ହେବ। ଏଥିପାଇଁ ୩୦୦ଟି ବସ୍‌ ଷ୍ଟପେଜ ମଧ୍ୟ କରାଯାଇଛି । ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ…

Read More

ଆଖିରେ ଆଙ୍ଗୁଠି ଗେଞ୍ଜି ଓଡ଼ିଶାର ରତ୍ନଭଣ୍ଡାର ଲୁଟିବ JSW

ଭୁବନେଶ୍ୱର : ଜେଏସଡବ୍ଲୁ ଷ୍ଟିଲ ଓଡ଼ିଶାର ଜାଜାଙ୍ଗ ଲୁହାପଥର ଖଣି ହସ୍ତାନ୍ତର ପାଇଁ ଆବେଦନ ପ୍ରତ୍ୟାହାର କରିନେବାକୁ କିଛିଦିନ ବିତିଗଲାଣି। ମାତ୍ର ଏହି ସାମଗ୍ରିକ ପ୍ରକ୍ରିୟାରେ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ଜେଏସଡବବ୍ଲ୍ୟୁକୁ ଫାଇଦା ଦେବାକୁ ଗଳାବାଟ ଖୋଲିଛନ୍ତି। ତାହା ପଦାରେ ପଡିଛି।ନିକଟରେ ଜଙ୍ଗଲ ସଂରକ୍ଷଣ ଆଇନରେ ସଂଶୋଧନ ପରେ ‘ସାବିକ୍’ ଜଙ୍ଗଲ ଭାବରେ ଚିହ୍ନିତ ଅଞ୍ଚଳରେ ଉପସ୍ଥିତ ଥିବା ଅଧା ସାମଗ୍ରୀକୁ JSW ପାଇବାକୁ ଯାଉଛି। ନିକଟରେ ନିଆଯାଇଥିବା ପ୍ରଶାସନିକ ନିଷ୍ପତ୍ତି ବିଭିନ୍ନ ଅନାଲୋଚିତ…

Read More

କାହାକୁ ଜମି ଦେବାକୁ କଥା ଦେଇଛନ୍ତି  କି ସରକାର ! ନିଷ୍ପତ୍ତି ପରେ ପ୍ରତ୍ୟାହାର ପଛର ଉଦ୍ଦେଶ୍ୟ କ’ଣ ?

ଭୁବନେଶ୍ୱର : ଗତ ୧୪ ତାରିଖ ଦିନ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ Odisha Schedule Area Transfer of Immovable Property (by Schedule Tribes) ୧୯୫୬ ରେଗୁଲେସନରେ ଓଡ଼ିଶା କ୍ୟାବିନେଟ ଦ୍ୱାରା ସଂଶୋଧନ କରାଯାଇଛି ବୋଲି ଏକ ବିଜ୍ଞାପନ ପ୍ରକାଶ ପାଇଥିଲା।  ଏଥିରେ ଉଲ୍ଲେଖ କରାଯାଇଛି ଯେ, ଅନୁସୂଚିତ ଜନଜାତିଙ୍କ ବୃହତ୍ତର ସ୍ୱାର୍ଥକୁ ସାମ୍ନାରେ ରଖି ଉପଜିଲ୍ଲାପାଳଙ୍କ ଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉପହାର କରି…

Read More

ଆଦିବାସୀ ଜମି ହଡ଼ପ ସମ୍ପର୍କିତ କଳା ଆଇନ ପ୍ରତ୍ୟାହାର କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୬୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ଟି ବିଭାଗ ଯଥା:- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ (OSWAS) ର ଉନ୍ନତିକରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି। ସମଗ୍ର ଦେଶରେ digital workflow systemର…

Read More