
ମୋ ନିର୍ଦ୍ଦେଶରେ ଅଧିକାରୀ ହେଲିକପ୍ଟରରେ ବୁଲି ଅଭିଯୋଗ ସଂଗ୍ରହ କରୁଥିଲେ, ବିରୋଧିଙ୍କ ସମାଲୋଚନା ଆଧାରହୀନ ବୋଲି କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦୀର୍ଘଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧି କଂଗ୍ରେସ ଏବଂ ବିଜେପି ପ୍ରଶ୍ନ ଉଠାଇ ଆସିଥିଲା। ଏମିତି କି ମୁଖ୍ୟମନ୍ତ୍ରୀ କିଛି ଜାଣୁ ନ ଥିବା ଅଭିଯୋଗ ହୋଇଥିଲା। ମାତ୍ର ବିଗତ ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏକାଧିକ ପ୍ରଶାସନିକ ଓ ରାଜନୈତିକ କାର୍ଯ୍ୟ ତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତିକୁ ଦର୍ଶାଉଛି। ଏପରିକି ସଚିବଙ୍କ ବୁଲାକୁ ନେଇ ବିରୋଧି ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି ସହ ସ୍ପଷ୍ଟୀକରଣ ମାଗିଥିଲେ। ସୋମବାର ପ୍ରଥମାର୍ଦ୍ଧରେ…