ରାଜ୍ୟ କଂଗ୍ରେସର ବୌଦ୍ଧିକ ଦେବାଳିଆ ପଣ ଇଣ୍ଡିଆକୁ ଓଡ଼ିଶାରେ କରିଦେଇପାରେ ଦୁର୍ବଳ… ହେଲେ ଜନତାଙ୍କ ପାଖରେ ବିକଳ୍ପ ବିଚାର କ’ଣ….

ଭୁବନେଶ୍ୱର : ଜାତୀୟସ୍ତରରେ ବିରୋଧି ମାନେ ଇଣ୍ଡିଆ ମେଣ୍ଟରେ ଏକାଠି ହୋଇ କାର୍ଯ୍ୟ ଆରମ୍ଭ କରିସାରିଲେଣି। ଏହି କ୍ରମରେ ଓଡ଼ିଶାରେ କଂଗ୍ରେସ ଆବାହକତ୍ୱରେ ଦୁଇଥର ମେଣ୍ଟ ବୈଠକ ବସିସାରିଲାଣି। ଜାତୀୟସ୍ତର ବୈଠକରେ ପ୍ରତି ବୈଠକରେ ନୂଆ ନୂଆ ରାଜନୈତିକ ସୂଚୀ ଧିରେ ଧିରେ ସାମନାକୁ ଆସୁଛି। ହେଲେ ରାଜ୍ୟରେ ଥିବା ଇଣ୍ଡିଆ କାର୍ଯ୍ୟକ୍ରମ ବିଷୟରେ କୌଣସି ସୂଚନା ମିଳୁନାହିଁ। ଅପରପକ୍ଷରେ ଭଞ୍ଜ ଭୂମି ବାରିପଦାରେ ଅଣ ବିଜେପି-ଅଣ ବିଜେଡି ଦଳର ସାମାଜିକ ନ୍ୟାୟକୁ ନେଇ ମେଳି ଆଉ…

Read More

କେନ୍ଦ୍ରୀୟ ବିଜ୍ଞାପନରୁ ସମାଜ, ରାଜ୍ୟ ସରକାରଙ୍କ ବିଜ୍ଞାପନରୁ ସମ୍ବାଦ ବାଦ୍…

ଭୁବନେଶ୍ୱର : ରାଜ୍ୟର ବହୁଳ ପ୍ରସାରିତ ଦୁଇଟି ଖବର କାଗଜକୁ ବିଜ୍ଞାପନ ପ୍ରଦାନ କରାଯାଉନାହିଁ। ସମାଜକୁ କେନ୍ଦ୍ରୀୟ ସଂସ୍ଥା ଡିଏଭିପି ବିଜ୍ଞାପନ ପ୍ରଦାନ କରୁନାହିଁ। ପ୍ରାୟ ମାସେ ହେବ ସମାଜକୁ ବିଜ୍ଞାପନ ମିଳୁନାହିଁ। ଏକଥା ଟୁପୁରଟାପୁରରେ ଥିଲା। ମାତ୍ର ଏହି ଖବର କାଗଜର ପୂର୍ବତନ ସମ୍ପାଦକ ବାମପଦ ତ୍ରିପାଠୀ ଫେସବୁକରେ ଲେଖି ସାର୍ବଜନୀନ କରିଛନ୍ତି। ଅନୁରୂପ ଭାବେ ପ୍ରାୟ ସପ୍ତାହେ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦିତ ସମ୍ବାଦକୁ ରାଜ୍ୟ ସରକାର ବିଜ୍ଞାପନ ଦେଉନାହାନ୍ତି। ଏକଥା ସମ୍ବାଦର…

Read More

ବିଜେଡିର ଆକାର ବଢୁଛି, ହେଲେ ଓଜନ…..ନିର୍ବାଚନୀ ପ୍ରସଙ୍ଗ ଜୁଟାଇ ପାରୁନି ଦଳ….ସମାନ ପ୍ରସଙ୍ଗରେ ପିନାକୀ-ଦେବୀ କହିଲେ ଅଲଗା କଥା…

ଭୁବନେଶ୍ୱର :  କଂଗ୍ରେସକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଥିଲା। ତେଣୁ କଂଗ୍ରେସ ଦ୍ୱାରା ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଆମେ କେମିତି ସମର୍ଥନ କରିବୁ। ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଆମର ବହୁ ଦାବି ଓ୍ୱିଶ୍ ଲିଷ୍ଟ(ଦାବି) ପୂରଣ କରିଛି। ତେଣୁ କେନ୍ଦ୍ର ସରକାରଙ୍କ ସମର୍ଥନରେ ଆମେ ରହିବୁ। ଏକଥା ବିଜେପି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ବେଳେ କହିଥିଲେ।  ମଣିପୁର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁହାଇବା ଭଳି ଯୁକ୍ତି…

Read More

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ସବୁ ପରିସ୍ଥିତିରେ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ..

ଭୁବନେଶ୍ୱର :  ଆଗୁଆ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ହୋଇ ସାରିଥିଲେ। ହେଲେ ହଠାତ୍ ସଂସଦର ବିଶେଷ ଅଧିବେଶନ ଡକାଯାଇଛି। କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ତେଣୁ ଆମକୁ ସଦା ପ୍ରସ୍ତୁତ ରହିବାକୁ ପଡିବ ବୋଲି ବିଜେଡି ପରିଚାଳନା କରୁଥିବା ଜଣେ ବ୍ୟକ୍ତି ଦଳୀୟ ନେତା ମାନଙ୍କୁ କହିଛନ୍ତି। ନବୀନ ନିବାସରେ ସୋମବାର ଅପରାହ୍ନରେ ଆୟୋଜିତ ବୈଠକରେ ଉପରୋକ୍ତ ବିଷୟ ନେଇ ଆଲୋଚନା ହୋଇଛି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ରାଜ୍ୟ ବୁଲା…

Read More

ଜଳିଗଲା ଆଦିବାସୀ ଯୁବକ, ଘଟଣାକୁ ଚାପି ଦେଲେ ସେ ସମୟର ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଓ ପୁଲିସ୍ ମହାନିର୍ଦ୍ଦେଶକ..ଜାଣନ୍ତୁ ସେ ହୃଦୟ ବିଦାରକ ଇତିହାସ…

ଭୁବନେଶ୍ୱର : ଅଳ୍ପ ବିଦ୍ୟା ଭୟଙ୍କର। ଏହି କଥା ଯଥାର୍ଥତା କେତେ, ତାହା ଜାଣିବାକୁ ପ୍ରାୟ ତିନି ଦଶନ୍ଧି ତଳକୁ ଚାଲିଯିବା। ମଣ୍ଡଳ କମିସନଙ୍କ ସୁପାରିସ୍ ଦ୍ୱାରା ରାଜ୍ୟର ୯୪ ପ୍ରତିଶତ ଲୋକ ଉପକୃତ ହେବାର ରାସ୍ତା ଫିଟାଯାଇଥିଲା। ହେଲେ ଯେଉଁମାନେ ଏହାର ଫାଇଦା ପାଇବେ, ସେହିମାନଙ୍କୁ ଅନ୍ଧାରରେ ରଖି ମଣ୍ଡଳ କମିସନ୍ ବିରୋଧରେ ସେମାନଙ୍କୁ ମତା ଯାଇଥିଲା। ଯାହାର ଫଳ ଆଜି ବି ଓଡ଼ିଶା ଭୋଗୁଛି। ରାଜ୍ୟର ଅଧା ଜନସଂଖ୍ୟା ସେମାନଙ୍କ ସମ୍ପୂର୍ଣ୍ଣ ସାମ୍ବିଧାନିକ ଅଧିକାରୀ…

Read More

ଏନଡିଏକୁ ମୁକାବିଲା କରିବା ପାଇଁ  ବିଭିନ୍ନ କମିଟି ଗଠନ କଲା ବିରୋଧି ମେଣ୍ଟ ଇଣ୍ଡିଆ

ମୁମ୍ବାଇ : ବିଜେପି  ନେତୃତ୍ୱାଧିନ ୩୮ଟି ଦଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ତଥା ଏନଡିଏ ବିରୋଧରେ ଲଢ଼ିବା ପାଇଁ ୨୬ଟି ବିରୋଧୀ ଦଳ  ମେଣ୍ଟ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ବୈଠକ ପରେ  ୧୪ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ସବୁ ଦଳର ଜଣେ ଲେଖାଏ ସଦସ୍ୟ ଏହି କମିଟିରେ ଅଛନ୍ତି।  ଏହି ମେଣ୍ଟର ସବୁଠୁ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ ଏବଂ ପରିପକ୍ୱ ରାଜନେତା ନୀତୀଶ କୁମାରଙ୍କୁ କେଉଁ କମିଟିରେ…

Read More

ଓଡ଼ିଶା ବିଧାନସଭାକୁ ମିଳିବ କି ପ୍ରଥମ ମହିଳା ବାଚସ୍ପତି ! ଖୁବ୍ ଶୀଘ୍ର ହେବ ଆନୁଷାଙ୍ଗିକ ଘୋଷଣା

ଭୁବନେଶ୍ୱର : ସେପ୍ଟେମ୍ବର ମାସ ୨୨ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଖାଲି ପଡ଼ିଥିବା ବାଚସ୍ପତି ପଦ ନେଇ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏହି ପଦରେ ଜଣେ ମହିଳାକୁ ବସାଇବା ପାଇଁ ବିଜେଡି ଚାହୁଁଥିବା ଜଣାପଡିଛି। ଏନେଇ ଏକାଧିକ ନାଁ ଉପରେ ଆଲୋଚନା କରାଯାଇଛି। ଏମିତି କି ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀଙ୍କ କଥା ମଧ୍ୟ ଆଲୋଚନା ହୋଇଛି। ମାତ୍ର ଏହି ପଦ…

Read More

ରାହୁଲଙ୍କୁ ବୁଝିବାରେ ଭୁଲ୍ କରୁଛି ଓଡ଼ିଶା କଂଗ୍ରେସ, ସାମାଜିକ ନ୍ୟାୟ ବିରୋଧିଙ୍କୁ କୋଳେଇ ନେବାରେ ଦେଖାଉଛି ଆଗ୍ରହ….ମଣ୍ଡଳ କମିସନ ସମୟରେ କ’ଣ ଥିଲା ଏମାନଙ୍କ ଭୂମିକା…

ଭୁବନେଶ୍ୱର : କର୍ଣ୍ଣାଟକ ନିର୍ବାଚନ ଚାଲିଥାଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଭିନ୍ନ ଭାଷଣ ମଧ୍ୟରୁ ଗୋଟିଏ ଭାଷଣକୁ ନେଇ ଚର୍ଚ୍ଚା ଧରିଲା। ଏହି ଭାଷଣଟି ଥିଲା-ସଂଖ୍ୟା ଯାହାର ଯେତେ..ଭାଗ ପାଇବ ସିଏ..ସେତେ । ଏହି ବକ୍ତବ୍ୟ ପରେ କଂଗ୍ରେସ ଶିବିରରେ ଉତ୍ସାହ ଆସି ଯାଇଥିଲା। କର୍ନାଟକ ଫଳାଫଳ ମଧ୍ୟ ଭଲ ହେଲା। ନୋଏଡ଼ା କୈନ୍ଦ୍ରିକ ଗଣମାଧ୍ୟମ ଡିକେ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତୁତ କରିବାକୁ ଲାଗିଲା। ହେଲେ କଂଗ୍ରେସର ଶୀର୍ଷ ନେତୃତ୍ୱ ଏବଂ କର୍ନାଟକ…

Read More

ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିସନଙ୍କ ଅଧିକାରୀ, ଆଗୁଆ ନିର୍ବାଚନ ନେଇ କ’ଣ କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଭୁବନେଶ୍ୱର : ରାଜ୍ୟର ୩୦ଜିଲ୍ଲାକୁ ଆବଶ୍ୟକ ସଂଖ୍ୟକ ଇଭିଏମ୍ ପଠା ଯାଇସାରିଛି। ସେହିପରି ୯ଟି ଜିଲ୍ଲାର ଭିଭିପ୍ୟାଟ୍ ମହଜୁଦ୍ ରହିଛି। ଏହା ମଧ୍ୟରେ ୧୫ ଦିନ ପରେ ଭାରତୀୟ ନିର୍ବାଚନ କମିସନଙ୍କ ଅଧିକାରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ ୧୩ ତାରିଖରେ ଏହି ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅକ୍ଟୋବର ପହିଲାରୁ ଇଭିଏମ୍ ଏବଂ ଭିଭିପ୍ୟାଟ୍ ଯାଞ୍ଚ କରାଯିବ। ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ମଧ୍ୟ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

Read More

ଆଗୁଆ ନିର୍ବାଚନ ନେଇ ମୋଦି-ଶାହାଙ୍କ କ’ଣ ରହିଛି ଆଭିମୁଖ୍ୟ ….

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ଫାଇନାଲ ଖେଳିବାକୁ ଆଗ୍ରହୀ। ଗୃହ ମନ୍ତ୍ରୀ ଅମିତ ଶାହା ସେମି ଫାଇନାଲ ଖେଳିବା ପାଇଁ କହୁଛନ୍ତି। ଏହି କଥାଟି ସାଧାରଣତଃ ସମସ୍ତଙ୍କ ପାଇଁ ଅବୁଝା। ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ୨୦୨୪ ସାଧାରଣ ନିର୍ବାଚନକୁ ଫାଇନାଲ କୁହାଯାଉଛି। ସେହିପରି ଆଗାମୀ ଦିନରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରମରେ ହେବାରୁ ଥିବା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଭବ କରୁଛନ୍ତି ଯେ,…

Read More