କୋରେଇରେ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଁଥିବା ପ୍ରଶାସକ କିଏ ?

ଯାଜପୁର : କ୍ଷମତା ରାଜନୀତି ଦୃଷ୍ଟିରୁ ଯାଜପୁର ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ରାଜ୍ୟରେ କ୍ଷମତାରେ ଥିବା ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦୁଇ ମନ୍ତ୍ରୀ-ପ୍ରମିଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡ଼ାଇ ଏହି ଜିଲ୍ଲାର। ଏହି ଜିଲ୍ଲାରେ ଥିବା କୋରେଇ ଆସନରେ ବିଜେଡି ନୂତନ ପ୍ରାର୍ଥୀ ଦେବାକୁ ଚାହୁଁଛି। ତେଣୁ ଏହି ଆସନରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ରାଜ୍ୟ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ…

Read More

ଆଗୁଆ ନିର୍ବାଚନ : ରାଜଭବନକୁ ପରାମର୍ଶ ମାଗିଲେ ଓଡ଼ିଶା ସରକାର Exclusive …

ଭୁବନେଶ୍ୱର : ୨୦୦୪ ମସିହାରେ ଓଡ଼ିଶା ବିଧାନସଭା ଭଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ସହ ବିଧାନସଭା ନିର୍ବାଚନ ପାଇଁ ସୁପାରିଶ କରିଥିଲେ। ଧାର୍ଯ୍ୟ ସମୟର ପ୍ରାୟ ବର୍ଷକ ପୂର୍ବରୁ ଏହି ନିଷ୍ପତ୍ତି ନେଇଥିଲେ। ସେତେବେଳେ ବିଜେଡିର ବିଜେପି ସହ ମେଣ୍ଟ ମଧ୍ୟ ରହିଥିଲା। ପୂର୍ବାପେକ୍ଷା ଆସନ ମେଣ୍ଟ କିଛି ଆସନ ହରାଇଥିଲା। ହେଲେ ଦ୍ୱିତୀୟ ଥର ସରକାର ଗଢିବାରେ ସଫଳ ହୋଇଥିଲା। ତେଣୁ ସେ ସମୟରେ ବିଧାନସଭା ଭଙ୍ଗ କରିବା ପରିପ୍ରେକ୍ଷୀରେ କଣ ସବୁ…

Read More

ବିଜେଡିରେ କ୍ରୀତଦାସ..ଗୋଟିଏ କଥାକୁ କିପରି କହିଲେ ପ୍ରଦୀପ ପାଣିଗ୍ରାହୀ ଓ ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ। ରାଜ୍ୟରେ ଏତେ ସବୁ କାଣ୍ଡ ଘଟି ଯାଉଛି। ସେ କାହିଁକି ନୀରବ ରହୁଛନ୍ତି। ତାଙ୍କ ଭଉଣୀ ଗୀତା ମେହଟ୍ଟା, ଭାଇ ପ୍ରେମ୍ ପଟ୍ଟନାୟକ କିଛି କହୁନାହାନ୍ତି। ଏହା କଣ ଠିକ୍ କି ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶନିବାର କହିଛନ୍ତି। ପ୍ରଦୀପ ଆହୁରି କହିଛନ୍ତି ଯେ, ବିଜେଡିରେ ରାଜନେତାଙ୍କୁ କ୍ରୀତଦାସ ଭଳି ବ୍ୟବହାର କରାଯାଉଛି। ସତ କହିଲେ ଜେଲ୍ ଡ଼ର ଦେଖାଉଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ବିଧାନ ଉପରେ ନୁହଁନ୍ତି। ସିଏମଓର…

Read More

ମୁଁ କ’ଣ କହିଛି, ସେ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖନ୍ତୁ , ମୋ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ ଦଫା କାହିଁକି ଲାଗିବନି ବୋଲି ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଜଣେ ଜନ ପ୍ରତିନିଧି। ବିଧାୟକ ବି ଜନ ପ୍ରତିନିଧି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ ହେଲେ ଦଫା ଲାଗୁଛି। ହେଲେ ବିଧାୟକ ଭାବେ ମୁଁ ଜନ ପ୍ରତିନିଧି ମୋ ଉପରକୁ ଅଣ୍ଡା ମାଡ଼ ହେଲା, ହେଲେ କାହିଁକି ୩୦୭ ଧାରା ଲାଗିଲା ନାହିଁ ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ତାଙ୍କ ନାଁରେ ସଚିବ ଶୁକ୍ରବାର ଯେଉଁ କଥା ସବୁ କହିଲେ, ତାହା ମିଛ। ଯଦି ସେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ…

Read More

ଜଣେ ଅଫିସର କାହିଁକି ଅଭିଯୋଗ ଶୁଣାଣି ପାଇଁ ବୁଲିବେ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ସମ୍ପାଦକୀୟ ଲେଖିଥିଲେ। ଯାହାର ଶୀର୍ଷକ ଥିଲା ଅତି ଲେମ୍ବୁ ଚିପୁଡିଲେ ପିତା। ବର୍ତ୍ତମାନ ରାଜ୍ୟରେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦ୍ରାୟନ ସଫଳ ହେଉଛି। ବୈଷୟିକ ବିଦ୍ୟାର ଏପରି ଯୁଗରେ ଅଭିଯୋଗ ଆଣିବା ପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଗସ୍ତ କରିବା ଓ ତାଙ୍କ ଗସ୍ତକୁ ନେଇ ଅଯଥା ରାଜନୀତି ହେବା ନିଷ୍ପତ୍ତି ହାସ୍ୟାସ୍ପଦ । ଏହା ଦ୍ୱାରା ବହୁତ ଅର୍ଥ ଖର୍ଚ୍ଚ ହେଉଛି।…

Read More

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ, ସେପ୍ଟେମ୍ବରରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ଜଣାପଡିଛି । କେବଳ ରାହୁଲ ନୁହେଁ, ଯଦି ସବୁକିଛି ଠିକ୍ ହୁଏ, ତେବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେହି ମାସରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ଶେଷ ସପ୍ତାହରେ ଉଭୟ ମଧ୍ୟରୁ ଜଣଙ୍କର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ ବୋଲି ଜଣାପଡିଛି। ଖଡିଆର  କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୁକ୍ରବାର ଗଣମାଧ୍ୟମକୁ ରାହୁଲଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି।…

Read More

କାହିଁକି ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଦଶପଲ୍ଲା ବିଧାୟକଙ୍କ ବିରୋଧରେ….କାହା ଦ୍ୱାରା ପରିଚାଳିତ ହେଉଛନ୍ତି ଶ୍ରୀ ବେହେରା

ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ଦଶପଲ୍ଲା। ଏହି ଆସନ ବର୍ତ୍ତମାନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇଯାଇଛି। ମାତ୍ର ଏକଦା ଏହି ଆସନରୁ କଂଗ୍ରେସର ହେଭି୍ୱେଟ୍ ହରିହର କରଣ ଏବଂ ଜନତା ଦଳର ବରିଷ୍ଠ ନେତା ରୁଦ୍ରମାଧବ ରାୟ ପ୍ରମୁଖ ବିଜୟୀ ହୋଇଥିଲେ। ଗତ ତିନୋଟି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବିଜେଡି ଦ୍ୱିତୀୟ ଥର ସୁଯୋଗ ଦେଇନାହିଁ। ବର୍ତ୍ତମାନ ମଧ୍ୟ ସେହିପରି ଆଲୋଚନା ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି।  ନିୟମିତ ପ୍ରାର୍ଥୀ…

Read More

ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧା ବାଟରେ ଅଟକାଇ ଆକ୍ରମଣ କଲେ ବିଜେଡି କର୍ମୀ …

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରାସ୍ତାରେ ଶୁକ୍ରବାର ହାଇ ପଲିଟିକାଲ ଡ୍ରାମା ଦେଖିବାକୁ ମିଳିଛି। ବିଜେଡିରୁ ନିଲମ୍ବିତ ହୋଇଥିବା  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ  ବିଜେଡି କର୍ମୀ ଅଟକାଇବା ସହ ଆକ୍ରମଣ ଉଦ୍ୟମ କରିଛନ୍ତି। ଜିଲ୍ଲା ବିଜେଡି କର୍ମୀ ଏବଂ ବିଧାୟକ   ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ମରଣାନ୍ତକ ଭାବରେ ମୁହାଁମୁହିଁ ହୋଇଛନ୍ତି।  ଏମିତି କି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି। ରାଜ୍ୟ ପୁଲିସ ସଂଖ୍ୟାଧିକ ଭାବେ ସେହି…

Read More

ମୋର କିଛି ହେଲେ, ସରକାରୀ ଦାୟୀ ରହିବେ ବୋଲି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଁ ସ୍ୱାଧିନ ବିଧାୟକ ହୋଇପାରେ। କୌଣସି ଦଳରେ ନ ଥାଇପାରେ । ମାତ୍ର ମୁଁ ଜନ ପ୍ରତିନିଧି ମୁଁ ଯେମିତି ହେଲେ ଗୋପାଳପୁର ଯିବି। ଏହି ଯିବା ସମୟରେ କିମ୍ବା ଗୋପାଳପୁରରେ କୌଣସି ଅସୁବିଧା ହେଲେ ରାଜ୍ୟ ସରକାର ଦାୟୀ ରହିବେ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ପ୍ରଭାବଶାଳୀ ଅଫିସରଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଶ୍ରୀ ପାଣିଗ୍ରାହୀଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ…

Read More

ନବୀନଙ୍କୁ ୧୯୯୮ରେ କିପରି ଧୋକା ଦେଇଥିଲେ ବିଜୟ ମହାପାତ୍ର…ଦୁଇ ବର୍ଷ ପରେ ମଧୁର ପ୍ରତିଶୋଧ ନେଇଥିଲେ ବିଜୁ ନନ୍ଦନ….

ଭୁବନେଶ୍ୱର : ଓଡ଼ିଶାର କେତେକ ମୁଷ୍ଟିମେୟ ଗଣମାଧ୍ୟମ ଗୋଟିଏ କଥା ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଚାର କରି ଆସୁଛି। ଏହି କଥାଟି  ହେଉଛି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନର ଗୈରିକ ଦଳ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଧୋକା ଦେଇଥିଲେ। ହେଲେ ଏହା କେତେଦୂର ସତ୍ୟ , ତାହା ପଛର ଇତିହାସ ଜାଣିବା ସହ ତର୍ଜମା ହେବାର ଆବଶ୍ୟକତା ରହିଛି। ୨୦୦୦ ମସିହାରେ ବିଜେଡିରୁ ଶେଷ ମୁହୂର୍ତ୍ତରୁ ଟିକେଟ୍ ହରାଇଥିବା ବିଜୟ ଦୁଇ…

Read More