କେବେ ବି ବିରୋଧି ଦଳରେ ବସିନାହାନ୍ତି ନବୀନ ପଟ୍ଟନାୟକ, ଭାରତୀୟ ରାଜନୀତିରେ ବିରଳ ରେକର୍ଡ

ଭୁବନେଶ୍ୱର- ଦୀର୍ଘ 23 ବର୍ଷର ଶାସନ ଭିତରେ ନବୀନ ପଟ୍ଟନାୟକ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ନିଜର ରାଜନୈତିକ କ୍ୟାରିୟରରେ ଉଭୟ ସଂସଦ ଏବଂ ରାଜ୍ୟ ବିଧାନମଣ୍ଡଳରେ ସବୁ ସମୟରେ ଶାସକ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବାରେ ମଧ୍ୟ ନବୀନ ରେକର୍ଡ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଭାରତୀୟ ରାଜନୀତିରେ ଏହିପରି କରିଥିବା ସେ ଏକମାତ୍ର ନେତା। ରାଜନୈତିକ ଯାତ୍ରାର ଆରମ୍ଭରୁ ଲଗ୍ନରୁ ଏଯାବତ୍ ଶ୍ରୀ ପଟ୍ଟନାୟକ ସରକାରୀ ଦଳ(ଟ୍ରେଜରୀ ବେଞ୍ଚ)ର ହିଁ ପ୍ରତିନିଧିତ୍ୱ କରିଛନ୍ତି। ଓଡ଼ିଶାର…

Read More

ଜ୍ୟୋତି ବସୁଙ୍କୁ ପଛରେ ପକାଇ ଚାମଲିଂଙ୍କ ରେକର୍ଡ ଭାଙ୍ଗିବାକୁ ଅଗ୍ରସର ହେଲେ ନବୀନ

ଭୁବନେଶ୍ୱର : ଦିନ ଥିଲା ରାଜନୀତିର ‘ର’ ବୁଝୁ ନ ଥିଲେ। ହେଲେ ଆଜି ରାଜ୍ୟ ରାଜନୀତିର ବର୍ଣ୍ଣମାଳା ତାଙ୍କ ଆଗରେ ଫିକା ପଡ଼ିଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲମ୍ବା କ୍ଷମତା ରାଜନୈତିକ କ୍ୟାରିଅରରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ପଡୋଶୀ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି ନବୀନ ପଟ୍ଟନାୟକ। ଆଜି ଯାଏଁ ଜ୍ୟୋତି ବସୁ ଦେଶର ଦ୍ୱିତୀୟ ସର୍ବାଧିକ  ଅବଧିର ମୁଖ୍ୟମନ୍ତ୍ରୀ ବୋଲାଉ ଥିଲେ। ହେଲେ ସ୍ୱର୍ଗତ ବସୁଙ୍କୁ ପଛରେ…

Read More

ଆମ ଜିଲ୍ଲାରେ ଆମ ମନପସନ୍ଦର ଅଧିକାରୀଙ୍କୁ ନିଯୁକ୍ତି ଦିଅ

ଭୁବନେଶ୍ୱର – ନିର୍ବାଚନ ପାଖେଇ ଆସିଲାଣି ।  ରାଜ୍ୟ ସରକାର ଆଗୁଆ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି। ଏହି କଥା ପରୋକ୍ଷରେ କେତେକ ବିଜେଡି ନେତାମାନଙ୍କୁ କୁହାଗଲାଣି । ଏସବୁ  ମଧ୍ୟରେ ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏକ ନିର୍ଦ୍ଦିଷ୍ଟ ଆପତ୍ତି ଅଭିଯୋଗ କରିଛନ୍ତି । ରାଜ୍ୟରେ ଅଫିସର ରାଜ ଚାଲିଥିବା ଏକ ଧାରଣା ବିରୋଧି ସୃଷ୍ଟି କରିଛନ୍ତି । ତେଣୁ ଏହାକୁ ଚେକ୍ ଦେବାକୁ ହେବ । ତେଣୁ ଅନ୍ତଃତ ଜିଲ୍ଲାସ୍ତରରେ ହେଉଥିବା ଅଦଳବଦଳରେ ନେତାଙ୍କ…

Read More

କୌଣସି ବୈଠକକୁ ଗଲେ ନାହିଁ ନବୀନ ପଟ୍ଟନାୟକ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନେଇ ପାରୁନାହାନ୍ତି ନିଷ୍ପତ୍ତି

ଭୁବନେଶ୍ୱର :  ରାଜଧାନୀ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଏବଂ ବେଙ୍ଗଲୁରୁରେ ବିରୋଧି ଦଳ ସମୂହଙ୍କ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି। ମାତ୍ର ଏହି ବୈଠକରେ ଭାରତବର୍ଷର କେତେକ ପ୍ରମୁଖ ରାଜନୈତିକ ଦଳ ଯୋଗ ଦେଇନାହାନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାରେ ଶାସନ କରୁଥିବା ବିଜେଡି, ଆନ୍ଧ୍ର ପ୍ରଦେଶରେ ଶାସନ କରୁଥିବା ଓ୍ୱାଇଏସଆର କଂଗ୍ରେସ, ବିରୋଧି ଟିଡିପି, ପଞ୍ଜାବରେ ଶିରୋମଣି ଅକାଳି ଦଳ , ତେଲେଙ୍ଗାନାର ବିଆରଏସ୍, ଏଆଇଏମଆଇଏମ୍ ଏବଂ ବିଏସପି ରହିଛନ୍ତି। ବିଜେଡି ପୂର୍ବଭଳି ସମଦୂରତ୍ୱ…

Read More

ହିଞ୍ଜିଳି ସହ ଏହି ଆସନରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..ଲମ୍ବୁଛି ପ୍ରସ୍ତାବ….

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଧାନସଭା ନିର୍ବାଚନରେ  ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସିଛନ୍ତି। ମାତ୍ର ଗତଥର ହିଞ୍ଜିଳିରେ ଲଢିବା ସହ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ମଧ୍ୟ ଲଢିଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟ ହିଞ୍ଜିଳି ସହ ଆଉ ଏକ ଆସନରୁ ଲଢିବା ସପକ୍ଷରେ ତାଙ୍କର ନିଜସ୍ୱ ସର୍ଭେକ୍ଷଣ ଟିମ୍ ମତ ରଖିଛି। ହେଲେ ପୂର୍ବପରି ବିଜେପୁର ନ ଛିଡା ହୋଇ ନୂଆ ଆସନରୁ ଛିଡ଼ା ହେବା ପାଇଁ ପ୍ରସ୍ତାବ ଆସିଛି।…

Read More

ମହାନ ସ୍ୱାଧିନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ହେବ ରୂପାନ୍ତରଣ

ସମ୍ବଲପୁର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଶନିବାର ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ…

Read More

ବିଭିନ୍ନ ବର୍ଗର କଳାକାରଙ୍କ ପାରିଶ୍ରମିକ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ଓଡ଼ିଶା ସରକାର ବିଭିନ୍ନ ସମୟରେ ଏକାଧିକ ପଦକ୍ଷେପ ନେଇ ଆସିଛନ୍ତି।  ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା  ତଥା ରାଜ୍ୟସ୍ତରୀୟ ଲୋକ କଳା କଳାକାର ମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ,  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି । ଶନିବାର କଳାକାର ମାନଙ୍କୁ…

Read More

ବିଜେପି ଅନ୍ୟ ରାଜ୍ୟରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଶିଥିଳ କାହିଁକି….

ଭୁବନେଶ୍ୱର : କରୋନା ସମୟ। ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ସହ ଶିବରାଜ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି। କର୍ନାଟକରେ କୁମାରସ୍ୱାମୀଙ୍କ ନାଟକୀୟ ବିଦାୟ ପୁଣି ୟେଦୁରପ୍ପା ମଙ୍ଗ ଧରନ୍ତି। ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଯାଏ, ପୁଣି ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୁଅନ୍ତି। ଏମିତି ବର୍ଷେ ଚାଲିଯାଏ। ଅଜିତ ପାଓ୍ୱାର ଏନସିପି ବିଧାୟକ ଦଳରେ ବିଭାଜନ କରି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି।  ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ପଦ ଛାଡି ବିଜେପି ପାଇଁ ଲଢନ୍ତି। ମାତ୍ର ଓଡ଼ିଶାରେ ବିଜେପି ନେତା ଗର୍ଜନ୍ତି…

Read More

ଅଶ୍ୱିନୀଙ୍କୁ ୫ବର୍ଷ ପରେ ପୁଣି ସହଯୋଗ କରିବ ବିଜେଡି, ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବେ ଅଶ୍ୱିନୀ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ପୋଡ଼ା ଟ୍ରାନ୍ସଫରର୍ମର। ବିଜେଡ଼ିକୁ କଳା ପହାଡ଼ ଅକ୍ତିଆର କରିସାରିଲେଣି। ମହାକାଳପଡ଼ାରେ ମହିରାବଣ ଅଛନ୍ତି। ଏପରି କିଛି ଶବ୍ଦ ବିଜେପିର ଶୀର୍ଷ ନେତା ଅମିତ ଶାହା ଏବଂ ରାଜ୍ୟ ବିଜେପିର ଶୀର୍ଷ ନେତା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଆକ୍ଷେପ କରିଥିଲେ। ହେଲେ ୨୦୧୯ ନିର୍ବାଚନ ସରିବାର ମାସ କେଇଟା ପରେ କର୍ପୋରେଟ ଜିଆଣ୍ଟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କୁ ଫୋନ୍ କଲେ। ତାଙ୍କ ପ୍ରିୟ  ଅଶ୍ୱିନୀ ବୈଷ୍ଣବଙ୍କୁ…

Read More

ରୋହିତ ପୂଜାରୀଙ୍କୁ କାହିଁକି ବିଦା କଲେ ନବୀନ …ଜାଣନ୍ତୁ…

ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜଭବନ ସଚିବାଳୟକୁ ସୁପାରିସ୍ କରାଯାଇଛି। ସାମୟିକ ଭାବେ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ହେଲେ ପୂଜାରୀଙ୍କୁ କାହିଁକି ବାଦ୍ ଦିଆଗଲା, ସେ ନେଇ ଚର୍ଚ୍ଚା ଜୋର ଧରିଛି।           ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ସମୀକ୍ଷାରୁ ଉଚ୍ଚଶିକ୍ଷା…

Read More