ଗଞ୍ଜାମରେ ବିଜେଡି ଲେଖା ଛିଡେଇ ଦେଲେ ଦଳୀୟ ନେତା… କୋଟି କୋଟି ଟଙ୍କା ଚାପି ଦେଲେ ଆମଦାନୀ ନେତା….

ଲେଖା ଛିଣ୍ଡିଲା..ଭଲରେ ଛିଣ୍ଡିଲା…ଏମିତି ଛିଣ୍ଡିଲା ଯେ ଏବେ ଯୋଡ଼ିବା କଷ୍ଟକର । . ବ୍ରହ୍ମପୁର ଲୋକସଭା ତଥା ଗଞ୍ଜାମ ରାଜନୀତିର କଥା । ଦିନ ଥିଲା ଗଞ୍ଜାମ ଜିଲ୍ଲାକୁ ପୂରା ପୋଛି ନେଉଥିଲା ବିଜେଡି । ଏହି ଜିଲ୍ଲା ବିଜେଡି ପାଇଁ ଥିଲା ଅଭେଦ୍ୟ ଦୁର୍ଗ । କିନ୍ତୁ ଏଥରକ ନିର୍ବାଚନ, ବିଜେଡିକୁ ସମୂଳେ ପୋଛିନେଲା । କେବଳ ନବୀନ ଜିତିଲେ, ଆଉ ସବୁ ଚିତ୍‌ପଟାଙ୍ଗ ହେଲେ। ପରିସ୍ଥିତି ଏମିତି ହେଲା, ବିଜେଡି ଗଡ଼ କୁହାଯାଉଥିବା ଆସନରୁ…

Read More

ରାଜ୍ୟସଭାରେ ସ୍ୱର ଶାଣିତ କରିବ ବୋଲି କହୁଛି ବିଜେଡି…କେତେ ସତ କେତେ ମିଛ…ସଂସଦ ଅଧିବେଶନ ପରେ ଜଣାପଡିବ…

ଭୁବନେଶ୍ୱର : ଲୋକସଭାରୁ ସଫା ହୋଇଯିବା ପରେ ବିଜେଡି ମୁଣ୍ଡକୁ ସାମାନ୍ୟ ବୁଦ୍ଧି ଆସିଛି। ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକ ସୋମବାର  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସି ଯାଇଛି।  ଏଥିରେ ଦଳର ସମସ୍ତ ୯ ଜଣ ରାଜ୍ୟସଭା ସାଂସଦ ଯୋଗ ଦେଇଥିଲେ। ବିଜେଡି ସଂସଦୀୟ ଦଳକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି, ସଂସଦରେ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ସ୍ୱର ହୁଅନ୍ତୁ। ଆମେ ଏକ ଶକ୍ତିଶାଳୀ ଏବଂ ବିରୋଧୀ…

Read More

ନବୀନଙ୍କୁ କଣ୍ଟାବାଞ୍ଜିରେ ହରାଇଥିଲେ ବିଜେଡି ନେତା….ଧିରେ ଧିରେ ଖୋଲୁଛି ଗୁମର..

ବଲାଙ୍ଗୀର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ ଅପରାଜେୟ, ଅପ୍ରତିଦ୍ୱନ୍ଦ୍ୱୀ । ହେଲେ ଗୋଟିଏ ଝଟକାରେ ହାରିଗଲେ ନବୀନ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପ୍ରଥମ ଥର ପାଇଁ ପରାଜୟର ମୁହଁ ଦେଖିଲେ ବିଜୁ ନନ୍ଦନ ନବୀନ ପଟ୍ଟନାୟକ। ହାରିବା ପରେ ବିଜେଡି ପକ୍ଷରୁ ଚାଲିଛି କଣ୍ଟାବାଞ୍ଜି ପରାଜୟର ବ୍ୟବଚ୍ଛେଦ। ବିଜେପିର  ପ୍ରଥମ ଥର ବିଧାୟକ ହୋଇଥିବା ଲକ୍ଷ୍ମଣ ବାଗଙ୍କ ଠାରୁ ଭଲ ବ୍ୟବଧାନରେ ହାରିଯାଇଥିଲେ ନବୀନ । ହେଲେ ଏହି ପରାଜୟର ବିଜେଡି ନେତାଙ୍କ ଅବଦାନ…

Read More

କୋଟିଆ ବିବାଦର ସମାଧାନ, ସୁରେଶଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶ ସୀମାନ୍ତବର୍ତ୍ତୀ ଗ୍ରାମପୁଞ୍ଜ କୋଟିଆକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ବିଧାନସଭାରେ କୋଟିଆ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ବିଜେପି ଦ୍ୱାରା ଉପସ୍ଥାପିତ ହୋଇ ଆସିଛି। ଏମିତି କି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ଆନ୍ଧ୍ର ଅଫିସରଙ୍କୁ ଘଉଡାଇଥିବା ଭିଡିଓ ଛାଡିଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ତତ୍କାଳୀନ ବିଜେଡି ସରକାର ରାଜ୍ୟର ଜମି ସୁରକ୍ଷା କରିବାରେ ବିଫଳ ବୋଲି…

Read More

୩୬ ଘଣ୍ଟା ପରେ ରାଜ୍ୟ ପାଇବ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଜୁନ୍ ଦଶ ତାରିଖ ଦିନ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ସେହି ଦିନ ପୂର୍ବାହ୍ନରେ ହିଁ ବିଜେପି ବିଧାୟକ ଦଳର ନେତା ଚୟନ କରାଯିବ। ଏନେଇ ରାଜ୍ୟବାସୀଙ୍କୁ ଆହୁରି ଦୁଇଦିନ ଅପେକ୍ଷା କରିବାକୁ ପଡିବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏହି ପ୍ରତିକ୍ରିୟା ବିଭିନ୍ନ ମହଲରେ ଉତ୍କଣ୍ଠାକୁ ବଳବତ୍ତର ରଖିଛି। ମୁଖ୍ୟମନ୍ତ୍ରୀ କାହାକୁ କରାଯିବ , ସେନେଇ ପ୍ରାୟ ପାଞ୍ଚ ଜଣଙ୍କ ନାଁ ଉପରେ ଆଲୋଚନା କରାଯାଇଛି। ଏମାନଙ୍କ ମଧ୍ୟରେ…

Read More

ରାଜ୍ୟ ବିଜେପିରେ ଆରମ୍ଭ ହେବ କ୍ଷମତା ଅଳିନ୍ଦ ପାଇଁ ଶୀତଳଯୁଦ୍ଧ….

ଭୁବନେଶ୍ୱର : ରାଜ୍ୟରେ ବିଜେପି କ୍ଷମତାସୀନ ହୋଇଛି। ଦିନ କେଇଟା ମଧ୍ୟରେ ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ପାଇବ। ପ୍ରାୟ ଅଢେଇ ଦଶନ୍ଧି ପରେ ଓଡ଼ିଶା ନୂଆ ରାଜନୈତିକ ଉତ୍ତରାଧିକାରୀକୁ ସ୍ୱାଗତ କରିବ। ବିଜେପି ସଂଖ୍ୟାଗରିଷ୍ଠ ହୋଇଥିବାରୁ ଦଳ ଭିତରେ ମୁଖ୍ୟମନ୍ତ୍ରୀ ଦୌଡ଼ ଆରମ୍ଭ ହୋଇଯାଇଛି। କେନ୍ଦ୍ରରେ ଅପେକ୍ଷାକୃତ କମ୍ ସଂଖ୍ୟକ ଆସନ ପାଇଥିବାରୁ ବିଜେପି ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ରହିବ ନାହିଁ। ତେଣୁ ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଗୁଜରାଟ ପରି ମୁଖ୍ୟମନ୍ତ୍ରୀ କରିବ ନାହିଁ। ପ୍ରଶାସନ…

Read More

ପଦ ଗୋଟିଏ…ଦାବିଦାର ଅନେକ…..ନିଜ ସପକ୍ଷରେ ଲବି ଆରମ୍ଭ….

ଭୁବନେଶ୍ୱର: ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି ଦଳୀୟ ନେତା। କିଏ ଦିଲ୍ଲୀ ଗସ୍ତ କରୁଛି ତ କିଏ ନାଗପୁର ଗସ୍ତ କରୁଛି। କିଛି ନେତା ଦଳର ଶିଳ୍ପପତି ଏବଂ ଓଡ଼ିଶାରେ ଖଣି କାରବାର କରିବା ନେତାଙ୍କୁ ଭେଟି ଲବି ଆରମ୍ଭ କରିଛନ୍ତି। ବିଜେପି କ୍ଷମତାକୁ ଆସିଛି ସତ ମାତ୍ର ମନମୋହନ ସାମଲ ନିଜ ଚାନ୍ଦବାଲି ଆସନରୁ ପରାସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଅନ୍ୟ ଏକ ଆସନରୁ ଜିତାଇ ଆଣିବାକୁ…

Read More

ହାରିଗଲେ ସେନାପତି, ନିଜ ଆସନରୁ ହାରିଲେ ନବୀନ, ମନମୋହନ ଓ ଶରତ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଗତ ମଙ୍ଗଳବାର ଘଟିଯ।ଇଛି। ଦୀର୍ଘ ୨୪ ବର୍ଷର କ୍ଷମତାର କଲମ ବିଜେଡି ହାତରୁ ଚାଲିଯାଇଛି। ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର କରିବାକୁ ଯାଉଛି। ପୂର୍ବରୁ ବିଜେଡି ସରକାରୀରେ ଦ୍ୱିତୀୟ ସହଯୋଗୀ ଦଳ ଭାବେ କାର୍ଯ୍ୟ କରିଛି। ହେଲେ ଏହି  ନିର୍ବାଚନରେ କେତୋଟି ବିଚ୍ୟୁତି ଦେଖିବାକୁ ମିଳିଛି। ରାଜ୍ୟର ତିନି ପ୍ରମୁଖ ଦଳର ମୁଖିଆ ତଥା ସେନାପତି ପରାସ୍ତ ହୋଇଛନ୍ତି। ବିଜେଡି ସଭାପତି ତଥା ଭାରାପ୍ରାପ୍ତ ମୁଖ୍ୟମନ୍ତ୍ରୀ ନବୀନ…

Read More

ବିଜେଡି ଆସନ ସଂଖ୍ୟା ପୁଣି ୧୦୦ ଛୁଇଁବ, ଆକଳନ କରିଛି ETG-Times Now

ଭୁବନେଶ୍ୱର : ଏତେଟା କାମ ଦେବନି ସରକାରୀ ବିରୋଧି ହାଓ୍ୱା। ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଥିବା ବିଜେଡି ବିରୋଧି ହା୍ୱା ଭୋଟରେ ରୂପାନ୍ତରିତ ହେଉ ନାହିଁ। ଏକଥା ଆମେ କହୁନାହୁଁ। ଏକଥା ଜାତୀୟ ସ୍ତରର ଗଣମାଧ୍ୟମ ଟାଇମ୍ସ ନାଓ ଏବଂ ସର୍ଭେକ୍ଷଣ ସଂସ୍ଥା ଇଟିଜି ପକ୍ଷରୁ କୁହାଯାଇଛି। ସୋମବାର ସକାଳୁ ଏନେଇ ଟାଇମ୍ସ ନାଓରେ ଖବର ପ୍ରସାରଣ କରାଯାଇଛି। ଲଗାତର ଚତୁର୍ଥ ଥର ପାଇଁ ବିଜେଡିର ବିଧାନସଭା ଆସନ ଶହେ ଛୁଇଁବ ବୋଲି ଆକଳନ କରାଯାଇଛି।…

Read More

କେନ୍ଦ୍ରୀୟ ବିଜେପି ନେତାଙ୍କୁ ରାଜନୈତିକ ପର୍ଯ୍ୟଟକ କହି ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର :କେନ୍ଦ୍ର ନେତଙ୍କୁ ଟାର୍ଗେଟ କେଲେ ନବୀନ । ରାଜ୍ୟରେ ଦ୍ବିତୀୟ ପ୍ରର୍ଯ୍ୟାୟ ମତାଦାନ ହେବାକୁ ଥିବା ବେଳେ  କେନ୍ଦ୍ରୀୟ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏବଂ କିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରର ନେତା ମାନେ  ବାରମ୍ବାର ଓଡ଼ିଶା ଆସି ନିର୍ବାଚନ ପ୍ରଚାର ସହ ରୋଡ ସୋ’ ଜାରି ରଖିଛନ୍ତି। ଓଡ଼ିଶାରେ ବିଜେଡି ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ବିଜେପି ନେତୃତ୍ବ କଡ଼ା ସମାଲୋଚନା…

Read More